ଝାରସୁଗୁଡା : ଝାରସୁଗୁଡା ସହର ବିଟିଏମ ସ୍ଥିତ ଭାଜପା କାର୍ଯ୍ୟାଳୟରେ ସୋମବାର ଏକ ଭବ୍ୟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଲଇକେରା ବ୍ଲକର ବିଭିନ୍ନ ପଞ୍ଚାୟତରୁ ଆସିଥିବା ଶତାଧିକ ବିଜେଡି କର୍ମୀ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟି (ଭାଜପା)ରେ ସାମିଲ ହୋଇଥିଲେ।
ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଉପସ୍ଥିତିରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନିକ୍ତିମାଲ, କୁଲେମୁରା, ସାରଙ୍ଗଲୋଇ ଓ ତିଲେଇମାଲ ଭଳି ବିଭିନ୍ନ ଗ୍ରାମର ଅନେକ ପ୍ରମୁଖ ବ୍ୟକ୍ତିବିଶେଷ ଓ କର୍ମୀମାନେ ଯୋଗ ଦେଇଥିଲେ। ବିଧାୟକ ତ୍ରିପାଠୀଙ୍କ ଜନହିତମୂଳକ କାର୍ଯ୍ୟ ଓ ଭାଜପାର ନୀତି-ଆଦର୍ଶରୁ ପ୍ରେରିତ ହୋଇ ସେମାନେ ଦଳରେ ଯୋଗଦାନ କରିଥିବା କହିଥିଲେ।
ଏହି ମିଶ୍ରଣ ପର୍ବରେ ନିକ୍ତିମାଲର ପୁରୋଜିତ ବାବୁ, ସୁରେଶ ଖିଚିଡ଼ି, ସୁଶାନ୍ତ ପ୍ରଧାନ, ଗଙ୍ଗାଧର ନାୟକ, ଠାକୁରପଡ଼ାର ବୁଧଦେବ ବାବୁ, ନରେନ୍ଦ୍ର ରାୟ, ଟଙ୍କଧର ବାବୁ, ଲିଙ୍ଗରାଜ ବାବୁ, କୁଞ୍ଜବନ ବାବୁ, ଲଳିତ ବାବୁ, ଆଇତାପାଲି ଓ ସାରଙ୍ଗଲୋଇର ଅଶ୍ୱିନୀ ଠାକୁର, ଭୂପେନ୍ଦ୍ର ସିଂ ଠାକୁର ଓ ଭୂପେନ୍ଦ୍ର ଠାକୁର, କୁଲେମୁରାର ସୁଶୀଲ ପଟେଲ ଓ ବିକ୍ରମ ପଟେଲ, ଏବଂ ତିଲେଇମାଲର ଦୁର୍ଗା କିଷାନ ସହ ଅନ୍ୟାନ୍ୟ କର୍ମୀମାନେ ଭାଜପାରେ ଯୋଗ ଦେଇଥିଲେ।
ନୂତନ କର୍ମୀଙ୍କ ଯୋଗଦାନ ଫଳରେ ଲଇକେରା ଅଞ୍ଚଳରେ ଭାଜପା ସଂଗଠନ ଆହୁରି ସୁଦୃଢ଼ ହେବ ବୋଲି ବିଧାୟକ ତ୍ରିପାଠୀ ଆଶା ପ୍ରକାଶ କରିଥିଲେ। ଏହି ମିଶ୍ରଣ ପର୍ବ ଆଗାମୀ ଦିନରେ ସ୍ଥାନୀୟ ରାଜନୀତିରେ ନୂତନ ପରିବର୍ତ୍ତନର ସଙ୍କେତ ଦେଉଛି ବୋଲି ଚର୍ଚ୍ଚା ହେଉଛି।







