ହେଡଲାଇନସ୍:

ଐତିହାସିକ ଭଞ୍ଜନଗର ଠାକୁରାଣୀଯାତ୍ରା ର "କବିସମ୍ରାଟ ରଙ୍ଗମଞ୍ଚ" ରେ କଣ୍ଠଶିଳ୍ପୀ ସତ୍ୟଜିତ୍

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପ୍ରାୟ ଦୁଇଶହ ବର୍ଷ ପୁରାତନ ଯାତ୍ରା ତଥା ଐତିହାସିକ ଭଞ୍ଜନଗର ଠାକୁରାଣୀଯାତ୍ରା ୨୦୨୬ ରେ ଅନୁଷ୍ଠିତ ବିରାଟ କବିସମ୍ରାଟ ରଙ୍ଗମଞ୍ଚ ରେ ସୁନାମଧନ୍ୟ କଣ୍ଠଶିଳ୍ପୀ ସତ୍ୟଜିତ୍ ଙ୍କ ଆକର୍ଷଣୀୟ ଜଗନ୍ନାଥ ଭଜନ ଜଗତରେ ପାଇବୁନି ଏମିତି ଠାକୁରଟିଏ, ରେ ଉପସ୍ଥିତ ହଜାର ହଜାର ଦର୍ଶକ ଭାବବିହ୍ୱଳ ହେବାସହିତ, ରାଜ୍ୟ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ତରଫରୁ ମୟୁରଭଞ୍ଜ ର ଶାରୀରିକ ରଣକୌଶଳ "ମାଲଖମ୍ ନୃତ୍ୟ ପରିବେଷଣ ହୋଇଛି।
ଭଞ୍ଜଭୂମି ଭଞ୍ଜନଗର ସହରରେ ଐତିହାସିକ ଠାକୁରାଣୀଯାତ୍ରା ୨୦୨୬ ଗତ ଏପ୍ରିଲ ୨୬ ତାରିଖ ରବିବାର ଠାରୁ ଆରମ୍ଭ ହୋଇଥିଲା ବେଳେ ଏହା ଆଗାମୀ ୨୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ବିଶେଷ କରି ଜନସାଧାରଣ ଙ୍କ ସହଯୋଗରେ ଏହି ଐତିହାସିକ ଯାତ୍ରା ଅନୁଷ୍ଠିତ ହେଉଥିଲେ ମଧ୍ୟ ଏହାକୁ ପ୍ରଶାସନିକ ଯାତ୍ରା କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ଭାରତ ପରାଧୀନ ଠାରୁ ତଥା ବହୁବର୍ଷ ପୂର୍ବରୁ, ଭାବ ବିଶ୍ଵାସ ଭକ୍ତି ମାନ୍ୟତା ଦୃଷ୍ଟିରୁ ଏଠାର ତଥା ପୂର୍ବର ରସଲକୋଣ୍ଡା ବର୍ତ୍ତମାନ ର (ଭଞ୍ଜନଗର) କଲେକ୍ଟର ଏହି ଯାତ୍ରା ର ଦାୟିତ୍ୱ ତୁଲାଇ ଆସୁଛନ୍ତି। ସେଥିଯୋଗୁଁ, ଏହି ଯାତ୍ରା ଉତ୍ସବ ର ମୁଖ୍ୟ ପୁରୋଧା ଭାବରେ ଏହି ଅଞ୍ଚଳର ଉପଜିଲ୍ଲାପାଳ ସମସ୍ତ ଦାୟିତ୍ୱ ତୁଲାଉଛନ୍ତି। ଚଳିତ ବର୍ଷର ଠାକୁରାଣୀ ଯାତ୍ରା କୁ ଅଧିକ ଭବ୍ୟ ଓ ଆକର୍ଷଣୀୟ କରିବା ନିମନ୍ତେ, ଭଞ୍ଜନଗର ସହରର ପୁରୁଣା ଜେଲ୍ ପରିସରକୁ ପରିଷ୍କାର କରାଯାଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ନିମନ୍ତେ ବିରାଟ କବିସମ୍ରାଟ ରଙ୍ଗମଞ୍ଚ ର ଆୟୋଜିତ ହୋଇଛି। ଯେଉଁଥିରେ କି ଯାତ୍ରା ର ପ୍ରତ୍ୟେକ ଦିନ ସଂଧ୍ୟାରେ ବିଭିନ୍ନ କଳାକାର ଙ୍କ ସହିତ ସ୍ଥାନୀୟ କଳାକାର ସଂଘ ରାଜ୍ୟ, ରାଜ୍ୟ ବାହାରର ସୁନାମଧନ୍ୟ କଳାକାର ମାନେ ନିଜ ନିଜର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବା ସହିତ ଓଡ଼ିଶା କଳା ସାହିତ୍ୟ ସଂସ୍କୃତି ବିଭାଗ ଦ୍ଵାରା ମଧ୍ୟ କିଛି କିଛି କାର୍ଯ୍ୟକ୍ରମ ପରିବେଷଣ ହେବାକୁ ସ୍ଥିର ହୋଇଛି। ସେହିପରି ଆୟୋଜିତ ରଂଗମଞ୍ଚର ଚତୁର୍ଥ ଦିନ ରାତ୍ରରେ ମୁଖ୍ୟ ଅତିଥି ଭାବରେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଉମାଶଙ୍କର ବେହେରା, ଡେପୁଟି କଲେକ୍ଟର ରଚିତା ମହାପାତ୍ର, ଅତିରିକ୍ତ ଉପଜିଲ୍ଲାପାଳ ପ୍ରଧାନ ଟୁଲିଆମା, ତହସିଲଦାର ଅଭିପ୍ସା ପଟ୍ଟନାୟକ, ଗୋଷ୍ଟି ଉନ୍ନୟନ ଅଧିକାରୀ ଭାରତୀଦେବୀ ,ପୈ। ରପରିଷଦ ଭଞ୍ଜନଗର ଉପାଧ୍ୟକ୍ଷା ଶୁଭଶ୍ରୀ ଦାସ, ପ୍ରାକ୍ତନ ଜିଲ୍ଲା ସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ବିଜୟ କୁମାର ପଣ୍ଡା ଙ୍କ ସହିତ ବିଶିଷ୍ଟ ପୂର୍ବତନ ରାଜନିତିଜ୍ଞ ରାଜନୀତିର ମୁଖ୍ୟ ପଟଧର ତଥା ପ୍ରାକ୍ତନ ବ୍ଳକ୍ ଉପାଧ୍ୟକ୍ଷ ବୟୋଜ୍ୟେଷ୍ଠ ପ୍ରଭାକର ନାୟକ ରଂଗମଞ୍ଚରେ ମଞ୍ଚାସିନ ଥିଲେ। ମଞ୍ଚାସିନ ଅତିଥି ମାନଙ୍କ ଦ୍ଵାରା ପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତି ପାଖରେ ଧୁପ ଦୀପ ସମର୍ପଣ କରିବା ସହିତ, ସମସ୍ତ ମଞ୍ଚାସିନ ଅତିଥି ମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରିବା ପରେ, ଅତିଥି ମାନେ ନିଜ ନିଜର ତଥା ଐତିହାସିକ ଠାକୁରାଣୀଯାତ୍ରା ସମ୍ବନ୍ଧୀୟ ବକ୍ତବ୍ୟ ମାନ ପ୍ରକାଶ କରିଥିଲେ। ଉପଜିଲ୍ଲାପାଳ ନିଜ ବକ୍ତବ୍ୟରେ କହିଥିଲେ, ଯେ ମୁଁ ପିଲାବେଳୁ ଭଞ୍ଜନଗର ଠାକୁରାଣୀଯାତ୍ରା ବିଷୟରେ ଶୁଣି ଆସିଛି। ଏବର୍ଷ ମୁଁ ନିଜେ ଭଞ୍ଜ ବଂଶୀୟ ଅଧିଷ୍ଠାତ୍ରୀ ଦେବୀ ଙ୍କୁ ହାତରେ ସ୍ପର୍ଶ କରିବା ର ସୁଯୋଗ ପାଇ ଧନ୍ୟ ମନେକରୁଛି। ପୁଣି ମୋ ବାପା କହିଛନ୍ତି ଯେ, ମୋ ପୁଅ କେଉଁ ଜନ୍ମରେ କିଛି ପୂର୍ଣ୍ୟ କାମ କରିଥିବାରୁ ଆଜି ଏ ହୈ।ଭାଗ୍ୟ ଲାଭହେଲା। ସେହିପରି ବିଡିଓ କହିଥିଲେ, ପିଲାବେଳୁ ମୁଁ ଯାତ୍ରା ସଂପର୍କରେ ଶୁଣିଥିଲି, କିନ୍ତୁ ଆଜି ମୁଁ ଏଥିରେ ପ୍ରଶାସନିକ ଅଧିକାରୀ ଭାବରେ ନିଜେ ଯୋଗଦାନ କରି ଗୈ।ରବ ଅନୁଭବ କରୁଛି। ଏହିପରି ଭାବରେ ସମସ୍ତେ ନିଜ ନିଜର ଅନୁଭବି ବକ୍ତବ୍ୟ ପ୍ରକାଶ କରିଥିଲେ। ପରେ ପରେ ସ୍ଥାନୀୟ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଆସି ଯୋଗଦାନ କରିଥିଲେ। ବିଶିଷ୍ଟ ସୁନାମଧନ୍ୟ କଣ୍ଠଶିଳ୍ପୀ ସତ୍ୟଜିତ୍ ଙ୍କ ଲାଇଭ୍ ବ୍ୟାଣ୍ଡ୍ ଓ ଟିମ୍ ହଜାର ହଜାର ଦର୍ଶକ ଙ୍କୁ ମଧ୍ୟ ରାତ୍ର ପର୍ଯ୍ୟନ୍ତ ନିଜର ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଝୁମାଇଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିଲେ ଐତିହାସିକ ଠାକୁରାଣୀଯାତ୍ରା କମିଟି ର ସାଂସ୍କୃତିକ ସମ୍ପାଦକ ଜଗଦୀଶ ପାଣିଗ୍ରାହୀ।

0
0
0
s2sdefault