ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ କୃଷ୍ଣ ପୁର ପଞ୍ଚାୟତ ରେ ଯାମିନୀ କାନ୍ତ ସରକାରୀପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଚିନ୍ତାମଣି ସାହୁ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ବେହେରା ଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇ ଯାଇଛି କାର୍ଯ୍ୟ କ୍ରମ।ଅନୁଷ୍ଠିତ ସଭା କାର୍ଯ୍ୟ କ୍ରମ ରେ ଅତିଥି ପରିଚୟ ବସନ୍ତ କୁମାର ବାରିକ୍ ପ୍ରଦାନ କରିଥିଲେ। ଅତିଥି ଭାବେ ଏ ବି ଇ ଓ ଅମିୟ କୁମାର ମହାଳିକ , ଶିକ୍ଷାବିତ୍ ସୁଧାଂଶୁ ଶେଖର ମିଶ୍ର,ନାଏବ ସରପଞ୍ଚ ନନ୍ଦ କିଶୋର ଗିରି, ଚିନ୍ମୟ ବାରିକ୍, ସରପଞ୍ଚ ଙ୍କ ପ୍ରତିନିଧୀ ରାମ ଚରଣ ବାରିକ୍, ପୂର୍ବତନ ସରପଞ୍ଚ କମଳା କାନ୍ତ ବାରିକ୍, ପୂର୍ବତ୍ତନ ଜିଲ୍ଲା ପରିଷଦ ସଭ୍ୟ ମନୋରଞ୍ଜନ ରାଉତ,ଶିକ୍ଷୟିତ୍ରୀ ଶାନ୍ତି ଲତା ପଣ୍ଡା, ସି ଆର୍ ସି ସି ଶିବ ପ୍ରସାଦ ବାରିକ୍,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜଗନ୍ନାଥ ମାଇତୀ ଉପସ୍ଥିତ ରହି ଥିଲେ। ଶ୍ରୀଯୁକ୍ତ ମକୁଳ ଦାସ ଙ୍କ ସଭାପତିତ୍ବ ରେ ସଭା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି।ଏହି ଅବସର ରେ ପୁରାତନ ଛାତ୍ର ଅଲେଖ କୁମାର ପରିଡ଼ା, ଶୁଭଲକ୍ଷ୍ମୀ ରାଉଳ, ସୁଧାଂଶୁ ଶେଖର ମାନା, ଶିକ୍ଷକ ଶରତ କୁମାର ପାଣିଗ୍ରାହି, ଶିକ୍ଷୟିତ୍ରୀ ଚିନ୍ମୟୀ ପାତ୍ର ଶିକ୍ଷକ ବିଦାୟ ଅବସର ରେ ବହୁ ମୂଲ୍ୟବାନ କଥା ନିଜ ବକ୍ତବ୍ୟ ରେ କହିଥିଲେ। ଏହି ଅବସର ରେ ଅତିଥି ମାନେ ଶିକ୍ଷକ ଚିନ୍ତାମଣି ସାହୁ ଙ୍କୁ ଉପ ଧୋକନ, ମାନ ପତ୍ର ଓ ପୁଷ୍ପ ଗୁଚ୍ଛ ଦେଈ ସମ୍ବର୍ଦ୍ଧିତ କରିଥିଲେ। ଶେଷ ରେ ଧନ୍ୟବାଦ ଶରତ କୁମାର ପାଣିଗ୍ରାହି ପ୍ରଦାନ କରିଥିଲେ।
ରାଜ୍ୟ
ଶିକ୍ଷକ ଚିନ୍ତାମଣି ସାହୁ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ।
- Hits: 62







