ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲାରେ ଥିବା ୫ ଗୋଟି ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଶିଶୁମାନଙ୍କ ମଧ୍ୟରୁ ୩୫ ଜଣ ପିତୃମାତୃହୀନ ଶିଶୁ ଚଳିତ ବର୍ଷ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ସମସ୍ତ ଶିଶୁ ଶତ ପ୍ରତିଶ୍ରତ କୃତକାର୍ଯ୍ୟ ହୋଇଛନ୍ତି , ପରୀକ୍ଷା ଦେଇଥିବା ଶିଶୁମାନଙ୍କ ମଧ୍ୟରୁ ଏ୨ = ୧, ବି୧ = ୭, ବି୨= ୧୨ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନରେ ଦଶମ ଶ୍ରେଣୀରେ ପଢୁଥିବା ଶିଶୁ ମାନଙ୍କ ପାଇଁ ସ୍ଵତନ୍ତ୍ର ଶିକ୍ଷକ ନିୟୋଜନ କରାଯାଇଥିଲା। ମୋଟ ୩୫ ଜଣଙ୍କ ୧୮ ଜଣ ଝିଅ ଏବଂ ୧୭ ଜଣ ପୁଅ।
ପ୍ରକାଶ ଥାଉକି, ମୋଟ ୩୫ ଜଣ ଶିଶୁଙ୍କ ମଧ୍ୟରୁ ସରକାରଙ୍କ ଦ୍ଵାରା ପାରଳାଖେମୁଣ୍ଡି ଠାରେ ପରିଚାଳିତ ଉତ୍କଳ ବାଳାଶ୍ରମ ଶିଶୁ ଯତ୍ନ ଅନୁଷ୍ଠାନରୁ ସର୍ବମୋଟ ୧୪ ଜଣ ଶିଶୁ ପରୀକ୍ଷା ଦେଇଥିଲାବେଳେ ସମସ୍ତ ଶିଶୁ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଏ୨ = ୧, ବି୧ = ୭ , ବି୨ = ୧୨ ସଫଳ ହୋଇଛନ୍ତି। ଉକ୍ତ ଅନୁଷ୍ଠାନର ସଞ୍ଚାଳକ ମଣ୍ଡଳ ଶିଶୁ ମାନେ ପାଠ ପଢାରେ ଯେଭଳି ଭଲ ନମ୍ବର ରଖ ଉର୍ଣ୍ଣତି କରିବେ ତାହାର ସର୍ବଦା ସମୀକ୍ଷା କରିବା ସହ ଧ୍ୟାନ ଦେଉଥିଲେ । ଶିଶୁମାନଙ୍କର ପରିଶ୍ରମ ଓ ଏଭଳି କୃତକାର୍ଯ୍ୟ ହାସଲ କରିଥିବା ହେତୁ ସଞ୍ଚାଳକ ମଣ୍ଡଳ ସମସ୍ତ ଶିଶୁମାନଙ୍କୁ ଶୁଭେଚ୍ଛା ପ୍ରଦାନ କରିଛନ୍ତି।
ଗତକାଲି ଶିଶୁ କଲ୍ୟାଣ ସମିତିର ଅଧକ୍ଷ୍ୟ ଶ୍ରୀ ଅମିୟ କୁମାର ତ୍ରିପାଠୀ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ ଓ ଶିଶୁ ସୁରକ୍ଷା ଅଧିକାରୀ (ଅନୁଷ୍ଠାନିକ ଯତ୍ନ) ଶ୍ରୀ ଡମ୍ବରୁଧର ବଳବନ୍ତ , ନିଶାନ ସାଲେମ ହୋମ୍ , ଗୁମ୍ମା ଓ ଉତ୍କଳ ବାଳାଶ୍ରମ ଶିଶୁ ଯତ୍ନ ଅନୁଷ୍ଠାନକୁ ଗସ୍ତକରି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ଶିଶୁମାନଙ୍କୁ ମିଠା ବାଣ୍ଟି ଶୁଭେଚ୍ଛା ଜଣାଇଥିଲେ।
ରାଜ୍ୟ
ଗଜପତି ଜିଲ୍ଲା ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଶିଶୁମାନଙ୍କର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ପାସ ହାର ଶତ ପ୍ରତିଶତ
- Hits: 29







