ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ଅବସରପ୍ରାପ୍ତ କର୍ମଚାରୀ ସଂଘ ଗଜପତିର ମାସିକ ବୈଠକ ସ୍ଥାନୀୟ ଉତ୍କଳ ହିତୈଷିଣୀ ସଭା ଗୃହରେ ସଂଘର ଉପଦେଷ୍ଟl ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ଅଶ୍ୱିନୀ ପାଢ଼ୀ ପ୍ରାକ୍ ସୂଚନା ଦେବାପରେ ସମ୍ପାଦକ ସୁରେଶ ଚନ୍ଦ୍ର ବେହେରା ଗତ ମାସର ବିଭିନ୍ନ କାର୍ଯ୍ୟର ଅନୁକୂଳ ବାତାବରଣ ଏବଂ ପଦକ୍ଷେପ ସମ୍ପର୍କରେ କହିଥିଲେ।
ଆଲୋଚନାରେ ବରିଷ୍ଠ ନାଗରିକ ମାନେ କିଭଳି ବୁଲା କୁକୁର , ଗାଈ ପ୍ରାଦୁର୍ଭାବ , ରାସ୍ତାଘାଟର ଉନ୍ନତିରେ ପ୍ରଶାସନର ଅଣଦେଖା ,ବ୍ୟାଙ୍କ୍ , ପୋଷ୍ଟ ଅପିସ ରେ ସୁରକ୍ଷା ପ୍ରଶ୍ନ ସହ ଡି.ଜେ. ସାଉଣ୍ଡର ବ୍ୟତିବ୍ୟସ୍ତ ଶବ୍ଦ , ସଂଘାତିକ ମଶା ଦାଉ ଯୋଗୁଁ କିଭଳି ହଟହଟା ହେଉଛନ୍ତି ତାହା ଆଲୋଚନା କରାଯାଇଥିଲା। ଯଦି ଏସବୁର ତୁରନ୍ତ ସମାଧାନ ନହୁଏ ତେବେ ଜିଲ୍ଲାର ବରିଷ୍ଠ ନାଗରିକ ମାନେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବେ ବୋଲି ନିସ୍ୱତି ଗ୍ରହଣ କରାଗଲା।
ବିନୋଦ ଚନ୍ଦ୍ର ଜେନା , ଜନାର୍ଦ୍ଦନ ରାଓ , ସବିତା ମହାରଣା , ଶ୍ରୀନିବାସ ପଟ୍ଟନାୟକ , ଉପେନ୍ଦ୍ର ବିଶ୍ଵାଳ , ଭକ୍ତରାମ ପଟ୍ଟନାୟକ , ଆଶାଲତା ପାଣିଗ୍ରାହୀ , ଅଶୋକ ଦାଶ , ରଘୁରାଜ ପାଢ଼ୀ ପ୍ରଭୃତି ଆଲୋଚନାରେ ଅଂଶଗ୍ରହଣ କରି ନିଜନିଜର ମନ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ୭୦ଜଣ ବରିଷ୍ଠ ନାଗରିକ ଯୋଗ ଦାନ କରିଥିଲେ। ଶେଷରେ ଅନୁଷ୍ଠାନର ଉପସଭାପତି ବିଚିତ୍ରାନନ୍ଦ ବେବର୍ତ୍ତା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ଦେଇଥିବା ବେଳେ ବରିଷ୍ଠ ନାଗରିକ ଜଗଦୀଶ ମହାପାତ୍ର , ସଚ୍ଚିଦାନନ୍ଦ ସାମଲ , ରଘୁରାଜ ପାଢ଼ୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ରାଜ୍ୟ
ଓଡ଼ିଶା ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘ , ଗଜପତି ଶାଖାର ମାସିକ ବୈଠକ
- Hits: 232








