ହେଡଲାଇନସ୍:

ରାଜବୋଡାସମ୍ବର ଫଟୋଗ୍ରାଫର ଆସୋସିଏସନ୍ ର ବାର୍ଷିକ ଉତ୍ସବ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର, ୫/୧୧ ସ୍ଥାନୀୟ ଆର୍ ଏଲ୍ କଲ୍ଯାଣ ମଣ୍ଡପ ଠାରେ ରାଜବୋଡାସମ୍ବର ଫଟୋଗ୍ରାଫର ଆସୋସିଏସନ୍ ର ବାର୍ଷିକ ଉତ୍ସବ ଉତ୍ସବ ପାଳିତ ହୋଇଯାଇଛି l ଏହି ଅବସରରେ ବୁର୍ଲା ବଡ଼ ଡାକ୍ତରଖାନା ର ପ୍ରଫେସର ଡ଼ା, ଶଙ୍କର ରାମ ଚନ୍ଦାନୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ମୁଖ୍ୟବକ୍ତା ଭାବେ ଉପଖଣ୍ଡ ଲୋକ ସମ୍ପର୍କ ଅଧିକାରୀ ବିନାୟକ ମିଶ୍ର ଯୋଗଦେଇ ଥିଲେ l ଫଟୋଗ୍ରାଫର ମହାସଂଘ ଓଡ଼ିଶାର ସମ୍ପାଦକ ଶିଶିର ନାଏକ, କାର୍ଯ୍ୟ ନିର୍ବାହୀ ସମ୍ପାଦକ ଅଭିନାଷ ପାତ୍ର, ସମାଜ ସେବୀ ନିରୋଜ ଦୋରା, ବରିଷ୍ଠ ଫଟୋ ଗ୍ରାଫର ଯଶୋବନ୍ତ ନାରାୟଣ ସିଂ, ସଂଘର ସଭାପତି ମନୋଜ ମହାନ୍ତି, ସମ୍ପାଦକ ତ୍ରିବିକ୍ରମ ପଧାନ ପ୍ରମୁଖ ଯୋଗଦାନ କରି ଉପସ୍ଥିତ ଫଟୋଗ୍ରାଫର ଭାଇ ମାନଙ୍କୁ ଉତ୍ସାହିତ କରିଥିଲେ।ଏ ଅବସରରେ ବିଭିନ୍ନ ଷ୍ଟଲ ଖୋଲା ଯାଇଥିଲା। ସୁଦୂର ଅନିଲ ଫଟୋ ବୁକ୍ ସମ୍ବଲପୁର ଆଲବମ୍ ଷ୍ଟଲ ଖୋଲିଥିବା ବେଳେ, ଆଲବମ ଷ୍ଟେସନ ରାୟପୁର, ଅହମଦାବାଦ ର ୟୁଡି ଗଙ୍ଗା ଡିଜିଟାଲ ଆସି ଆଲବମ ଷ୍ଟଲ୍ ଖୋଲିଥିଲେ। ପ୍ରାରମ୍ଭେ ସଂଘର ସମ୍ପାଦକ ଶ୍ରୀମାନ ତ୍ରିବିକ୍ରମ ପଧାନ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ସଂଘର ଉପଦେଷ୍ଟା ସୁଧାଂଶୁ କୁମାର ପଣ୍ଡା, ପୂର୍ବତନ ସଭାପତି ସୁବାସ ଚନ୍ଦ୍ର ଚୋପଦାର, ସହ ସମ୍ପାଦକ ଓମ୍ ପ୍ରକାଶ ସାହୁ, ଉପସଭାପତି ସୁନିଲ କୁମାର ଦାଶ, କୋଷାଧ୍ୟକ୍ଷ ରାଜେଶ ସାହୁ, କାର୍ଯ୍ୟ ନିର୍ବାହୀ ସଭ୍ୟ ରୂପେଶ କୁମାର ସିଂ, ନରେନ୍ଦ୍ର କୁମାର ମେହେର, ଜିତେନ୍ଦ୍ର ତରିଆ, ସୁବାସ ମେହେର, ରମାକାନ୍ତ ପଧାନ, ପ୍ରଶାନ୍ତ ମିଶ୍ର, ଅଙ୍କିତ କୁମାର ସାହୁ ପ୍ରମୁଖ ଙ୍କ ପରିଶ୍ରମରେ କାର୍ଯ୍ୟକ୍ରମ ହିଁ ସଫଳ ହୋଇଥିବା ବେଳେ, ସଭାକୁ ଖୁବ୍ ଭଲ ଭାବରେ ସଂଯୋଜନା କରିଥିଲେ ଅଞ୍ଜନ ପ୍ରଧାନ।

0
0
0
s2sdefault