ହେଡଲାଇନସ୍:

ଜିଲ୍ଲା ସ୍ତରୀୟ ବିଜ୍ଞାନ କୁଇଜ୍ ପ୍ରତିଯୋଗିତା - ୨୦୨୩

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ବିଜ୍ଞାନ କୁଇଜ୍ ପ୍ରତିଯୋଗିତା ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରଦୋଷ କୁମାର ନାୟକଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ ହୋଇଯାଇଛି।
ଏହି କୁଇଜ୍ ପ୍ରତିଯୋଗିତାରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ଏ.ରବି କୁମାର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଏବଂ ପ୍ରତିଯୋଗିତାର ନିୟମାବଳୀର ସଂକ୍ଷିପ୍ତ ବିବରଣୀ ଦେଇଥିଲେ। ଏହି ପ୍ରତିଯୋଗିତାଟି ଉକ୍ତ ବିଦ୍ୟାଳୟର ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ କିରଣ ସାଲ୍ଲା ସହଯୋଗରେ ଅନୁଷ୍ଠିତ ହୋଇଥିଲା।
ଏଥିରେ କନିଷ୍ଠ ବର୍ଗରେ ୫୧ ଜଣ ଛାତ୍ରଛାତ୍ରୀ ଏବଂ ବରିଷ୍ଠ ବର୍ଗରେ ୫୩ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଏହି ପ୍ରତିଯୋଗିତାରେ ଅବସରପ୍ରାପ୍ତ ଗୋଷାଣୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବାଳକୃଷ୍ଣ ମାଝୀ , ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟର ରସାୟନ ବିଜ୍ଞାନ ଅଧ୍ୟାପିକା ଶ୍ରୀମତୀ ରାଜଲକ୍ଷ୍ମୀ ପଣ୍ଡା ଏବଂ ସେଞ୍ଚୁରିଆନ ବିଶ୍ୱ ବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଅଧ୍ୟାପକ ଶ୍ରୀ ସଞ୍ଜୟ ରଥ ପ୍ରମୁଖ ବିଚାରପତି ଭାବେ ଯୋଗ ଦେଇଥିଲେ। ଏଥିରେ କନିଷ୍ଠ ବର୍ଗରେ ପପୁନ ମହାରଣା (୮ମ)ମହେନ୍ଦ୍ରଗିରି ପୌରପରିଷଦ ଉଚ୍ଚ ବିଦ୍ୟାଳୟ , ପାରଳାଖେମୁଣ୍ଡି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସୁମିତ୍ କୁମାର ମହାପାତ୍ର (୧୦ମ) ମହେନ୍ଦ୍ରଗିରି ପୌରପରିଷଦ ଉଚ୍ଚ ବିଦ୍ୟାଳୟ , ପାରଳାଖେମୁଣ୍ଡି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ପ୍ରତିଯୋଗିତାକୁ ଏନ୍ .ଜଗଦୀଶ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

0
0
0
s2sdefault