ହେଡଲାଇନସ୍:

ଜଳ ଉତ୍ସର ସୁରକ୍ଷା ସହିତ ସଫେଇ ନିମନ୍ତେ ସଚେତନ ବାର୍ତ୍ତା ବାଣ୍ଟିଲେ ଏନସିସି କ୍ୟାଡେଟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ, ୨୪।୯(ଶ୍ରୀକାନ୍ତ କୁମାର ମିଶ୍ର): ଷଷ୍ଠ ଓଡ଼ିଶା ବାଟାଲିୟନ ଏନସିସି ପୁରୀ ଆନୁକୂଲ୍ୟରେ ଓଡ଼ଗାଁ ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ଏନସିସି କ୍ୟାଡେଟ ମାନେ ସାଇକେଲ ରାଲିରେ ଜଳ ଉତ୍ସର ସୁରକ୍ଷା ଓ ସଫେଇ ସମ୍ପର୍କରେ ସଚେତନ ବାର୍ତ୍ତା ବାଣ୍ଟିଥିଲେ । ପୁନିତ ସାଗର ଅଭିଯାନ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଜଳ ଉତ୍ସର ସୁରକ୍ଷା ସହିତ ନଦୀ, ପୋଖରୀ, କୂଅ, ସମୁଦ୍ର ଆଦିକୁ ସଫା ରଖିବା ସହିତ ଅନ୍ୟମାନଙ୍କୁ ସଚେତନ କରିବା ଏହାର ଉଦେଶ୍ୟ । ଏହି ବାର୍ତ୍ତା ନେଇ ରବିବାର ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ୪୮ ଜଣ କ୍ୟାଡେଟ ଏନସିସି ଅଫିସର ପ୍ରସନ୍ନ କୁମାର ପାଣିଗ୍ରାହୀଙ୍କ ତତ୍ବାବଧାନରେ ହାତରେ ଫ୍ଳାକକାର୍ଡ ଧରି ସାଇକେଲ ସୋଭାଯାତ୍ରାରେ କୁରାଳ ପର୍ଯ୍ୟନ୍ତ ଯାଇଥିଲେ । ଏବଂ ଜନ ସଚେତନା ପାଇଁ ମଝିରେ ମଝିରେ ପଥପ୍ରାନ୍ତ ନାଟକ ଓ ଶ୍ଳୋଗାନ ଦେଇଥିଲେ । ପରେ କୁରାଳ ବେଙ୍ଗେଇ ସାହିଠାରେ ଥିବା ପ୍ରତିଷ୍ଠିତ ପଞ୍ଚୁ-ତୁଳସୀ ପାଠାଗାର ଓ ସଂଗ୍ରହାଳୟ ମଧ୍ୟ ପରିଦର୍ଶନ କରିଥିଲେ । ଏହି ଅବସରରେ ସଂଗ୍ରହାଳୟର ତତ୍ବାବଧାରକ ରାସବିହାରି ଖଟେଇଙ୍କ ସୁପୁତ୍ର ଶିବପ୍ରସାଦ ଖଟେଇ କ୍ୟାଡେଟ ମାନଙ୍କୁ ବିସ୍କୁଟ ପ୍ୟାକେଟ ସହିତ ଏକ ଉପାଦେୟ ପୁସ୍ତକ ପ୍ରଦାନ କରି ଉତ୍ସାହିତ କରିଥିଲେ । ଏବଂ ଫେରିବା ସମୟରେ ଚଣ୍ଡୀ ଛକ ବରଗଛ ଠାରେ ଥିବା ବାଦୁଡି ମାନଙ୍କ ଏନ୍ତୁଡ଼ିଶାଳକୁ ମଧ୍ୟ ଦେଖିଥିଲେ । କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଚନ୍ଦ୍ରଶେଖର ନାୟକ ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ ।

0
0
0
s2sdefault