ହେଡଲାଇନସ୍:

ସ୍ବାମୀ ଚିଦାନନ୍ଦ ସରସ୍ବତୀଙ୍କ ୧୦୬ତମ ଜୟନ୍ତୀ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା, (ବସନ୍ତ କୁମାର ଜେନା):- ରାଉରକେଲା ଶାଖା ଡିଭାଇନ ଲାଇଫ ସୋସାଇଟୀ ତରଫରୁ ଛେଣ୍ଡ ସ୍ଥିତ ଶିବାନନ୍ଦ ଆଶ୍ରମ ଠାରେ ସ୍ବାମୀ ଚିଦାନନ୍ଦ ସରସ୍ବତୀ ଙ୍କ ୧୦୬ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ବାମୀ ବ୍ରହ୍ମସାକ୍ଷାତକାରନନ୍ଦଜୀ ମହାରାଜ ଓ ସ୍ବାମୀ ରାମେଶ୍ବରନନ୍ଦ ସରସ୍ବତୀ ମହାରାଜ ଯୋଗଦେଇ ସ୍ବାମୀ ଚିଦାନନ୍ଦଙ୍କ ଆଶ୍ରିବଚନ ଓ ତାଙ୍କ ପ୍ରଣିତ ଶିକ୍ଷା ସଂପର୍କରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବ୍ୟାଖ୍ୟାନ କରିଥିଲେ । ଉଭୟ ସ୍ବାମୀ ଜୀବନର ମୂଳଲକ୍ଷ୍ୟ, ପରମାତ୍ମା ସହ ଆତ୍ମାର ମିଳନ ଓ ଗୁରୁଙ୍କ ପ୍ରଣିତ ପଥ ସଂପର୍କରେ ସୁନ୍ଦର ଭାବରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଶ୍ରଦ୍ଧାଳୁ ମାନେ ପ୍ରଭାତ ଫେରି,ଯୋଗ, ପ୍ରାଣାୟମ, ବିଷ୍ଣୁ ସହସ୍ର ନାମ,ଗୁରୁପାଦ ପୂଜା,ଜୟ ଗଣେଶ କୀର୍ତ୍ତନ, ଗୁରୁସ୍ତ୍ରୋତ୍ର, ଶାନ୍ତି ପାଠ, ହନୁମାନ ଚାଳିଶା,ମହାମନ୍ତ୍ର କୀର୍ତ୍ତନ ସହ ପ୍ରସାଦ ସେବନ ଓ ସଂଧ୍ୟାରେ ୧୦୬ ଦୀପଯଜ୍ଞ,ଭଜନ, କୀର୍ତ୍ତନ ଓ ସାମୁହିକ ପ୍ରାର୍ଥନା ଆଦି କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ସୁଶିଲ କୁମାର ମିଶ୍ର, ସଂପାଦକ କବିବର ସାହୁ,କୋଷାଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ବରାଳ, ବାଳକୃଷ୍ଣ ମହାରଣା, ସୁରେନ୍ଦ୍ର ବେହେରା, ରୁଦ୍ରନାରାୟଣ ତ୍ରିପାଠୀ, ବିଜୟ ଅଗ୍ରୱାଲ, ଆର ଏନ ହୋତା, ପାଣ୍ଡବ ବେହେରା, କାର୍ତ୍ତିକ ଚନ୍ଦ୍ର ପାଣ୍ଡବ, ବ୍ରଜ ପାଣି,ରବିନ୍ଦ୍ର କୁମାର ପାଣ୍ଡବ, ମୀନତି ତ୍ରିପାଠୀ, ପ୍ରତିମା ପାଣି,ସ୍ମୃତିରେଖା ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

0
0
0
s2sdefault