ହେଡଲାଇନସ୍:

ଗାନ୍ଧୀ ଜୟନ୍ତୀରୁ ବିଜେଡିର ପଦଯାତ୍ରା ଆରମ୍ଭ: ଘରକୁ ଯାଇ ସରକାରଙ୍କ ଉନ୍ନୟନ ବାର୍ତ୍ତା ବାଣ୍ଟିବେ କର୍ମୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ, ୨୪।୯ (ଶ୍ରୀକାନ୍ତ କୁମାର ମିଶ୍ର): ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ନୟାଗଡ଼ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଓଡ଼ଗାଁ ବ୍ଳକ ଅଞ୍ଚଳର ୧୮ ଗୋଟି ପଞ୍ଚାୟତରେ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହେବ । ଓଡ଼ଗାଁ ବିଜେଡି ଦଳ ପକ୍ଷରୁ ବ୍ଳକ ରୋଡ କଲ୍ୟାଣମଣ୍ଡପ ଠାରେ ଏନେଇ ରବିବାର ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ବିଜେଡି ଉପ-ସଭାପତି ନିତ୍ୟାନନ୍ଦ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିରୂପେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ଯୋଗଦେଇ ଜନସମ୍ପର୍କ ପଦଯାତ୍ରାରେ ସମସ୍ତ ଦଳୀୟ ନେତୃବୃନ୍ଦ ଓ କର୍ମୀମାନେ ଅଂଶଗ୍ରହଣ କରି ସରକାରଙ୍କ ଜନହିତୈଶୀ ଯୋଜନା ସମ୍ପର୍କରେ ଲୋକ ମାନଙ୍କୁ ଅବଗତ କରାଇବା ସହିତ ସେମାନଙ୍କ ଭଲ ମନ୍ଦ, ଆପତ୍ତି ଅଭିଯୋଗ ମାନ ଶୁଣି ତାର ତ୍ୱରିତ ସମାଧାନ କରିବା ପାଇଁ ଆହ୍ୱାନ ଦେଇଥିଲେ। ଓଡ଼ିଶାବାସୀଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ଅବହେଳା ସହିତ ବିରୋଧୀଙ୍କ ଅପପ୍ରଚାରକୁ ଜବାବ୍‌‌ ଦେବା ସହିତ ରାଜ୍ୟ ସରକାରଙ୍କ ଉନ୍ନୟନ ଓ ରୂପାନ୍ତରଣ କାର୍ଯ୍ୟର ଉପଲବ୍ଧି ଗୁଡିକୁ ଘରେ ଘରେ ପହଞ୍ଚାଇବା ପାଇଁ ନୟାଗଡ଼ ବିଧାୟକ ଡ଼ ସାହୁ କର୍ମକର୍ତ୍ତା ଓ କର୍ମୀ ମାନଙ୍କୁ ମାର୍ଗଦର୍ଶନ କରିଥିଲେ । ପଞ୍ଚାୟତରେ ସରିଥିବା ବିକାଶମୂଳକ କାର୍ଯ୍ୟର ପ୍ରସ୍ତୁତ ପୁସ୍ତିକାକୁ ଘରେ ଘରେ ବଣ୍ଟିବାକୁ ପ୍ରବର୍ତ୍ତାଇ ଥିଲେ ।

ପ୍ରସ୍ତୁତି ବୈଠକରେ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ବିରଜାଲକ୍ଷ୍ମୀ ସାହୁ, ଉପାଧ୍ୟକ୍ଷା ମୀରା ନାୟକ, ଜିଲ୍ଲା ପରିଷଦ ସଭ୍ୟ ଝିଲି ପ୍ରଧାନଙ୍କ ସହିତ ବିଭୁପ୍ରସାଦ ସାହୁ ଉପସ୍ଥିତ ଥିଲେ।

0
0
0
s2sdefault