ହେଡଲାଇନସ୍:

ଘୁମୁସର ଜିଲ୍ଲା ପ୍ରସଙ୍ଗ: ସୋରଡା ବିଧାୟକ ଙ୍କୁ ସ୍ମାରକପତ୍ର ପ୍ରଦାନ କଲା ଘୁମୁସର ବାହିନୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଞ୍ଜନଗର,(ଉଦୟନାଥ ପଣ୍ଡା) : ଭଞ୍ଜନଗର ଉପଖଣ୍ଡର ୮ ବ୍ଳକ ଓ ୫ ଗୋଟି ଏନଏସି କୁ ନେଇ ସ୍ୱତନ୍ତ୍ର ଘୁମୁସର ଜିଲ୍ଲା ଗଠନ ନିମନ୍ତେ ୧୯୯୩ ମସିହା ଠାରୁ ଓକିଲ ସଂଘ, ବୁଦ୍ଧିଜୀବୀ,ବରିଷ୍ଠ ନାଗରିକ,ଉତ୍କଳ ସାମ୍ବାଦିକ ସଂଘ ସମେତ ବିଭିନ୍ନ ସଙ୍ଗଠନ ଦୀର୍ଘ ବର୍ଷର ଏହି ପ୍ରସ୍ତାବ ନେଇ ସ୍ବରୋତ୍ତରଳନ କରିବା ସହ ବିଭିନ୍ନ ସମୟରେ ଆନ୍ଦୋଳନ କରି ଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ଉପଖଣ୍ଡର ବିଭିନ୍ନ ବ୍ଳକର ଯୁବ ଗୋଷ୍ଠୀ ଙ୍କୁ ନେଇ ଗଢି ଉଠିଥିବା 'ଘୁମୁସର ବାହିନୀ' ବିଭିନ୍ନ ସ୍ଥାନରେ ଚିଠି ଲେଖା ଏବଂ ଦସ୍ତଖତ ଅଭିଯାନ କରି ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବ ଙ୍କ ଉଦେଶ୍ୟ ପ୍ରେରିତ କରି ଆସୁଛି। ଏଥି ସହିତ ଘୁମୁସର ବାହିନୀ ସଦସ୍ୟ ସନ୍ତୋଷ ଗୌଡ, ସଦାନନ୍ଦ ଗୌଡ ଏବଂ ଶ୍ରୀଧର ସ୍ଵାଇଁ ଙ୍କ ନେତୃତ୍ଵରେ ଆଜି ଉପଖଣ୍ଡର ବିଧାୟକ ପୂର୍ଣଚନ୍ଦ୍ର ସ୍ୱାଇଁ ଙ୍କୁ ସୋରଡା ସ୍ଥିତ ବାସଭବନ ଠାରେ ସୌଜନ୍ୟ ମୂଳକ ସାକ୍ଷାତ କରାଯାଇ ଘୁମୁସର ଜିଲ୍ଲା ମାନ୍ୟତା ନେଇ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଘୁମୁସର ଜିଲ୍ଲା ଗଠନ ନିମନ୍ତେ ଉପଖଣ୍ଡ ଅଞ୍ଚଳବାସୀ ଙ୍କ ଦାବି, ଆଭିମୁଖ୍ୟ,ଭିତ୍ତିଭୂମି ଠାରୁ ଆରମ୍ଭ କରି ଜିଲ୍ଲା ପ୍ରତିଷ୍ଠାର ସମସ୍ତ ମାନଦଣ୍ଡ ପୂରଣ କରୁଥିବା ରୁ ରାଜ୍ୟ ସ୍ତରରେ ଜିଲ୍ଲା ଦାବି ଉପସ୍ଥାପନ କରିବାକୁ ସୋରଡା ବିଧାୟକ ଶ୍ରୀ ସ୍ୱାଇଁ ଙ୍କୁ ଘୁମୁସର ବାହିନୀ ନିବେଦନ କରିଛି। ଘୁମୁସର ଜିଲ୍ଲା ମାନ୍ୟତା ଆନ୍ଦୋଳନ ବିଷୟରେ ଅବଗତ ରହିଥିବା ବେଳେ ଘୁମୁସର ବାହିନୀ ପକ୍ଷରୁ ଜିଲ୍ଲା ଆନ୍ଦୋଳନ ନିମନ୍ତେ ନିଆଯାଇଥିବା ସଚେତନତା କାଯ୍ୟକ୍ରମ କୁ ବିଧାୟକ ଶ୍ରୀ ସ୍ୱାଇଁ ପ୍ରଶଂସା କରିବା ସହ ଜିଲ୍ଲା ଗଠନର ଯଥାର୍ଥତା ରହିଥିବା ନେଇ ଦାବି ଉପସ୍ଥାପନ କରାଯିବ ବୋଲି ମତ ପ୍ରକାଶ କରିଛନ୍ତି। ଆଲୋଚନା ସମୟରେ ସଦସ୍ୟ ନଚିକେତା ପ୍ରଧାନ, ମାଧବ ନାୟକ,ନିଲୁ ବିଷୋୟୀ,ରାମଚନ୍ଦ୍ର ମହାନ୍ତି, ଉଦୟନାଥ ପଣ୍ଡା,ପପୁ ପ୍ରଧାନ,ସୁଜିତ୍ ବିଷୋୟୀ,ସୁଧୀର ପ୍ରଧାନ ପ୍ରମୁଖଙ୍କ ଉପସ୍ଥିତ ଥିଲେ। ପ୍ରକାଶ ଥାଉକି,ଘୁମୁସର ବାହିନୀ ପକ୍ଷରୁ ଗତ ଅଗଷ୍ଟ ମାସରେ ଭଞ୍ଜନଗର ବିଧାୟକ ତଥା ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଙ୍କୁ ସାକ୍ଷାତ କରାଯାଇ ଏହି ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ଆଗାମୀ ଦିନରେ ଉପଖଣ୍ଡ ସହ ସଂଶ୍ଲିଷ୍ଟ ଥିବା ବିଧାୟକ ଓ କନ୍ଧମାଳ ସାଂସଦ ଙ୍କୁ ସାକ୍ଷାତ କରାଯାଇ ଆଲୋଚନା କରାଯିବ ବୋଲି ସଦସ୍ୟ ମାଧବ ନାୟକ କହିଛନ୍ତି।

0
0
0
s2sdefault