ହେଡଲାଇନସ୍:

ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ " ଜାତୀୟ ସେବା ଯ଼ୋଜନା ଦିବସ" ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କ୍ଷତ୍ରିୟବରପୁର୍ ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ "ଜାତୀୟ ସେବା ଯ଼ୋଜନା ଦିବସ" ପାଳିତ ହୋଇଯାଇଛି ।ପ୍ରଥମ ପର୍ଯ୍ୟାୟରେ ସମସ୍ତ ସ୍ଵେଚ୍ଛାସେବୀ ମାନଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥି ଜାତୀୟ ସେବା ଯ଼ୋଜନାର ପତକା ଉତ୍ତୋଳନ କରି ସ୍ଵେଚ୍ଛାସେବୀ ମାନଙ୍କୁ ଶପଥ ପାଠ କରାଇଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକଙ୍କ ପୌରହିତ୍ଯରେ ଅୟୋଜିତ କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମ ଅଧିକାରୀ ଦୀପୁ ଭୁୟାଁ ସ୍ଵାଗତ ଭାଷଣ ପ୍ରଦାନ ସହ ସେବା ଯ଼ୋଜନା ଅଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଜଗନ୍ନାଥପ୍ରସାଦର ଓଡ଼ିଆ ବିଭାଗର ଅଧ୍ୟାପକ ତଥା ଗଞ୍ଜାମ ଜିଲ୍ଲା ଜାତୀୟ ସେବା ଯ଼ୋଜନାର ସହକାରୀ ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ସୁନୀଲ କୁମାର ମୁନି ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମରେ ପ୍ରଦୀପ ପ୍ରଜ୍ଜ୍ବଳନ କରି ଶୁଭାରମ୍ଭ କରିବା ସହ ଉପସ୍ଥିତ ସ୍ଵେଚ୍ଛାସେବୀ ମାନଂକୁ ପ୍ରେରଣା ଦାୟୀ ବକ୍ତବ୍ୟ ପ୍ରଦାନ ପୂର୍ବକ ଆନ୍ତରିକତା ସହ ଜାତୀୟ ସେବା ଯ଼ୋଜନା ମାଧ୍ୟମରେ ସମାଜର ଉନ୍ନତି ପାଇଁ ଉତ୍ସର୍ଗୀକୃତ ହେବାକୁ ପରାମର୍ଶ ଦେଇଥିଲେ। ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକଙ୍କ ସମେତ ଦେବେଶ ଚନ୍ଦ୍ର ମହାପାତ୍ର ଏବଂ ସୁଶାନ୍ତ କୁମାର ଲେଙ୍କା ପ୍ରମୁଖ ସେବା ମାଧ୍ୟମରେ ସମାଜର ଉନ୍ନତି ପାଇଁ ସମସ୍ତେ ବ୍ରତୀ ହେବାକୁ ଉପସ୍ଥିତ ସ୍ଵେଚ୍ଛାସେବୀଙ୍କୁ ପରାମର୍ଶ ଦେଇଥିଲେ । ତତ୍ ସହିତ ପି ଦୀପକ ରାଓ, ମହେଶ୍ଵର ରାଉତ, ଗଙ୍ଗାଧର ରଣା, ସନ୍ତୋଷୀ ପରିଡା ,ସ୍ୱରୂପା ରାଣୀ ବିଶ୍ୱାଳ, ସୀମାଞ୍ଚଳ ବିଶ୍ୱାଳ, ବଳରାମ ଗୌଡ଼ ଏବଂ ରମେଶ ଚନ୍ଦ୍ର ବିଷୋୟୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଜାତୀୟ ସେବା ଯ଼ୋଜନା ଅଧିକାରୀଣି ଅଧ୍ୟାପିକା ସ୍ନିଗ୍ଧା ରାଣୀ ଗୌଡ଼ ଧନ୍ୟଵାଦ ଅର୍ପଣ କରିଥିଲେ ।କାର୍ଯ୍ୟକ୍ରମ ଶେଷରେ ସ୍ଵେଚ୍ଛାସେବୀ ମାନଙ୍କଦ୍ୱାରା ଏକ ସାମାଜିକ ସଚେତନା ମୂଳକ ନାଟକ " ସନ୍ତୋଷ ଯାଇଥିଲା ସୁରାଟ, ରୋଗ ଆଣିଲା ବିରାଟ " ପରିବେଷଣ ହୋଇଥିଲା ।

0
0
0
s2sdefault