ହେଡଲାଇନସ୍:

ଦୁଇ ଗୋଟି କାର ରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ତିନି ଜଣଙ୍କୁ ଗିରଫ କଲା ବରଗଡ଼ ଟାଉନ ଥାନା ପୋଲିସ

ବରଗଡ :- ବରଗଡ଼ ଟାଉନ ଥାନା ପକ୍ଷରୁ ବୀର ଛକରେ ଦୁଇଟି ଗାଡିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି । ପୋଲିସର ପେଟ୍ରୋଲିଂ ଚାଲିଥିବା ବେଳେ ସନ୍ଦେହରେ ଦୁଇଟି ଗାଡି କୁ ଯାଞ୍ଚ କରିଥିଲା । ସେଥିରୁ ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ ଗିରଫ କରିଛି ଟାଉନ ପୋଲିସ । ଗିରଫ ଯୁବକମାନେ ଜବଲପୁର ମସନିଆ ଗ୍ରାମର ଜୟ ସାହୁ, ଅଭିଷେକ ସିଦାର, ବିଜୟ ଖୁସବା ବୋଲି ଜଣାପଡିଛି ।
ଜବତ ଗଞ୍ଜେଇ ବୌଦ୍ଧ ଅଞ୍ଚଳରୁ ଛତିଶଗଡ଼ ଚାଲାଣ ହେଉଥିବା ଅନୁମାନ କରାଯାଉଥିବା ବେଳେ ଏନେଇ ପୋଲିସ ତଦନ୍ତ ଜାରିରଖିଛି । ତେବେ ଏହାର ଚେର କେତେ ଦୂର ଲମ୍ବିଛି ସେନେଇ ଅଧିକ ତଦନ୍ତ କରୁଛି ଟାଉନ ପୋଲିସ |

0
0
0
s2sdefault