ହେଡଲାଇନସ୍:

ବେଲଗୁଣ୍ଠାରେ ଜୋନ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଛାତ୍ରଛାତ୍ରୀଙ୍କ କ୍ରୀଡ଼ା ପ୍ରତିଭାର ବିକାଶ ପାଇଁ ଆଜି ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ସ୍ଥିତ ମିନି ଷ୍ଟାଡିୟମ୍ ରେ ଜୋନ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି I କ୍ଷତ୍ରିୟବରପୁର ସରକାରୀ ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତଥା ଶିକ୍ଷା ପ୍ରଶାସିକା ଲୋପାମୂଦ୍ରା ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡ଼ାକ୍ତର ବାଲୁଙ୍କେଶ୍ଵର ଷଡ଼ଙ୍ଗୀ ଯୋଗ ଦେଇ ଉତ୍ତମ ସ୍ଵାସ୍ଥ୍ୟ ପାଇଁ ଶାରୀରୀକ କ୍ରୀଡ଼ାର ଭୂମିକା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ I ସେହିପରି ମୁଖ୍ୟବକ୍ତା ରୂପେ ଗାଙ୍ଗପୁର ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ ଯୋଗ ଦେଇ ଶୃଙ୍ଖଳିତ ଛାତ୍ର ଜୀବନ ପାଇଁ କ୍ରୀଡ଼ାର ଗୁରୁତ୍ଵ ସମ୍ପର୍କରେ ବକ୍ରବ୍ଯ ଉପସ୍ଥାପନ କରିଥିବା ବେଳେ ସମ୍ମାନୀତ ଅତିଥି ରୂପେ ବେଲଗୁଣ୍ଠା ପ୍ରେସକ୍ଲବ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଖଇରପୁଟି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଗାୟତ୍ରୀ କୁମାରୀ ମିଶ୍ର, ବଡ଼ପଡ଼ା ଉଚ୍ଚ ବିଦ୍ୟାଳୟ ସଂସ୍କୃତ ଶିକ୍ଷକ ଡ. ଦୂର୍ଗାପ୍ରସାଦ ମିଶ୍ର,ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ସନାତନ ନାୟକ ପ୍ରମୁଖ ଯୋଗ ଦେଇ ଜୀବନର ବୃତ୍ତିଗତ ଲକ୍ଷ୍ୟ ସାଧନରେ କ୍ରୀଡ଼ାର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି ଏବଂ ପ୍ରତ୍ଯେକ ଛାତ୍ରଛାତ୍ରୀ କ୍ରୀଡ଼ାରେ ଅଂଶ୍ରଗହଣ କରିବାର ଆବଶ୍ୟକ ରହିଛି ବୋଲି ପ୍ରକାଶ କରିଥିଲେ I ସମସ୍ତ କାର୍ଯ୍ୟକ୍ରମକୁ ଗାଙ୍ଗପୁର ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ତଥା ବେଲଗୁଣ୍ଠା ବ୍ଳକ୍ କ୍ରୀଡ଼ା ସମ୍ପାଦକ ଆଶୁତୋଷ ସ୍ୱାଇଁ ପରିଚାଳନା କରିଥିଲେ I କାର୍ଯ୍ୟକ୍ରମରେ ବେଲଗୁଣ୍ଠା ଏବଂ ଜଗନ୍ନାଥପ୍ରସାଦ ବ୍ଳକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରୁ ମନୋନୀତ ହୋଇଥିବା 178 ଜଣ ପ୍ରତିଯୋଗୀ ଅଂଶ୍ରଗହଣ କରିଥିଲେ I ଏହି ଅବସରରେ ବାଳକ ଓ ବାଳିକାମାନଙ୍କର ବରିଷ୍ଠ ଏବଂ କନିଷ୍ଠ ବିଭାଗରେ ଦୌଡ଼, ଡ଼ିସକସ୍ ଥ୍ରୋ, ଜାଭଲିନ୍ ଥ୍ରୋ, ପୁଟିଙ୍ଗ୍ ଦି ସଟ୍,ଉଚ୍ଚ ଡ଼ିଆଁ, ଲମ୍ବ ଡ଼ିଆଁ, ଫୁଟ୍ ବଲ୍,କବାଡ଼ି, ଖୋଖୋ ଆଦି କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I ଏହି ଅବସରରେ 3000 ମିଟର ଦୌଡ଼ ପ୍ରତିଯୋଗିତାର ବରିଷ୍ଠ ବାଳକ ବିଭାଗରେ କ୍ଷତ୍ରିୟବରପୁର ଉଚ୍ଚ ବିଦ୍ୟାଳୟର ଛାତ୍ର ଅମର ଗୌଡ଼, ବାଳିକା ବିଭାଗରେ ବେଲଗୁଣ୍ଠା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଶୁଭଶ୍ରୀ ପ୍ରଧାନ,1500 ମିଟର ଦୌଡ଼ରେ ବରିଷ୍ଠ ବାଳକ ବିଭାଗରେ ବେଲଗୁଣ୍ଠା ଓଏଭିର ଛାତ୍ର ଶୁଭମ୍ ଜେନା, ବାଳିକା ବିଭାଗରେ ଶୁଭଶ୍ରୀ ପ୍ରଧାନ ପ୍ରମୁଖ ପ୍ରଥମ ସ୍ଥାନ ହାସଲ କରି ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି I ବେଲଗୁଣ୍ଠା ବ୍ଳକ୍ କ୍ରୀଡ଼ା ସମ୍ପାଦକ ଆଶୁତୋଷ ସ୍ଵାଇଁଙ୍କ ତତ୍ତ୍ୱାବଧାନରେ କ୍ରୀଡ଼ା ଶିକ୍ଷକ ସିଦ୍ଧାର୍ଥ ଶଙ୍କର ବେହେରା, ଦୀପ୍ତିରଞ୍ଜନ ପଣ୍ଡା,ଦୁର୍ଗାମାଧବ ଶତପଥୀ, ବାୟା ସେଠୀ,ବିକାଶ ସିଂହ, ବିଭୂତିଭୂଷଣ ପ୍ରଧାନ,ନଳିନୀକାନ୍ତ ବେହେରା, କ୍ରୀଡ଼ା ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ଦେବୀ,ସୁପ୍ତି ମିଶ୍ର, ଗୀତାଞ୍ଜଳି ମିଶ୍ର,ଦୀପାଶ୍ରୀ ସାମନ୍ତ,ବର୍ଷାରାଣୀ ଦଳାଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I କ୍ରୀଡ଼ା ସମ୍ପାଦକ ଆଶୁତୋଷ ସ୍ଵାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ I

0
0
0
s2sdefault