ଅସ୍ତରଙ୍ଗ/ଦୁଃଶାସନ ନାୟକ : ଜଳ ପଥରେ ଆସୁଥିବା ଅନୁପ୍ରବେଶକାରୀ ଙ୍କ ସମେତ ସମ୍ଭାବ୍ୟ ଆତଙ୍କବାଦର କିପରି ମୁକାବିଲା କରାଯିବ ସେ ସମ୍ବନ୍ଧରେ ଆରମ୍ଭ ହୋଇଛି ଦୁଇଦିନିଆ ମକଡ୍ରୀଲ ବା ସାଗର କବଚ । ଓଡ଼ିଶା ପୋଲିସ ତରଫରୁ ଆରମ୍ଭ ହୋଇଥିବା ଗୁରୁବାର ଓ ଶୁକ୍ରବାର ଏହି ଦୁଇଦିନିଆ ସାଗର କବଚ ରେ ଜିଲ୍ଲାର ୧୨ଜଣ ଅଫିସର, ୧୬ଜଣ କନେଷ୍ଟବଳ, ୧୬ ଜଣ ହୋମ ଗାର୍ଡ ନୂଆଗଡ, କାଳିଆକଣ, ଅସ୍ତରଙ୍ଗ, ଗୁଣ୍ଡଳବା, ଦାଳୁଅକଣୀ, ସହନ, ସୁଧିକେଶ୍ୱର ଆଦି ୭ ଗୋଟି ସମୁଦ୍ର ତଟ ବା ଉପକୂଳରେ ରହି ବିଭିନ୍ନ ଦୂରବୀକ୍ଷଣ ଯନ୍ତ୍ର ଦ୍ବାରା ସମ୍ଭ୍ୟାବ ସନ୍ତ୍ରାସ ବାଦ ର ଆକ୍ରମଣ ଓ ତାର ମୁକାବିଲା କିପରି କରାଯଇ ପାରିଵ ସେ ସମ୍ବନ୍ଧରେ ସମୁଦ୍ର ଜଳ ରାଶି ଉପରେ ନିରୀକ୍ଷଣ କରୁଥିବା ବେଳେ ନୂଆଗଡ ମେରାଇନ ଥାନା ତରଫରୁ ଏସ ଆଇ ଶ୍ରୀ ସନ୍ତୋଷ କୁମାର ଜେନା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନଦୀ ଓ ସମୁଦ୍ର ରେ ପାଟ୍ରୋଲୀଙ୍ଗ କରାଯାଇ ମାଛ ମାରୁଥିବା ଧୀବର ମାନଙ୍କ ର,ଯନ୍ତ୍ର ଚାଳିତ ଡଙ୍ଗା ର କାଗଜ ପତ୍ର,ଆଦି ତନଖି କରା ଯାଇଅଛି ।ଏହି ଦୁଇ ଦିନିଆ ସାଗର କବଚ ବା ମକ ଡ୍ରିଲ କୁ ପୁରୀ ଜିଲ୍ଲା ର ଅତିରିକ୍ତ ଏସ ,ପି ଶ୍ରୀ ବିଷ୍ଣୁ ପ୍ରସାଦ ପତି ପରିଚାଳନା କରୁଥିବା ବେଳେ ଅସ୍ତରଙ୍ଗ ଥାନାର ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀ ରାଜେଶ ବଳିଆର ସିଂ,ସବ୍ ଇନିସପେକ୍ଟର ସଂଗ୍ରାମ କେଶ୍ୱରୀ ସ୍ବାଇଁ ଓ ଦୀପକ କୁମାର ସାମନ୍ତ ସିଂହାର ପ୍ରମୁଖ ଏହି ଦୁଇ ଦିନିଆ ସାଗର କବଚ ବା ମକଡ୍ରିଲ କୁ ତଦାରଖ ସହ ଜଳପଥ ସ୍ଥଳ ପଥ ପେଟ୍ରୋଲିଙ୍ଗି କୁ କଡାକଡି କରି ଛନ୍ତି ।
ଉପକୂଳ ସୁରକ୍ଷା ଓ ଜଳପଥ ଆତଙ୍କବାଦୀ ହାମଲା କୁ ପ୍ରତିହତ କରିବା ଏହି ମକ ଡ୍ରିଲ ର ମୁଲ ଲକ୍ଷ୍ୟ ବୋଲି ଅସ୍ତରଙ୍ଗ ଥାନା ଅଧିକାରୀ ରାଜେଶ ବଳିଆର ସିଂ ଏକ ସାକ୍ଷାତ କାରରେ କହିଛନ୍ତି ।
ରାଜ୍ୟ
ସମ୍ଭାବ୍ୟ ସନ୍ତ୍ରାସବାଦ ମୁକାବିଲା ନେଇ ଓଡ଼ିଶା ପୋଲିସର ମକଡ୍ରିଲ ।
- Hits: 252








