୧୦୦୦ରୁ ଅଧିକ ଛାତ୍ର ଛାତ୍ରୀ ଓ ସ୍କୁଲ ଶିକ୍ଷକଙ୍କୁ ଅଗ୍ନିକାଣ୍ଡ ଜନିତ ଜରୁରୀ କାଳୀନ ପରସ୍ଥିତି ପାଇଁ ପ୍ରସ୍ତୁତି ସଂପର୍କରେ ସଜାଗ କରାଯାଇଥିଲା
ଝାରସୁଗୁଡ଼ା, ଓଡ଼ିଶା, ୧୯.୦୯.୨୦୨୩ : ବେଦାନ୍ତ ଆଲୁମିନିୟମ ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ଝାରସୁଗୁଡ଼ାର ଡିଏଭି ବିଦ୍ୟାଳୟରେ ଏକ ବ୍ୟାପକ ଅଗ୍ନି ମକ ଡ୍ରିଲ ଆୟୋଜନ କରିଥିଲା । ଏହି ଡ୍ରିଲ ଉଦ୍ଦେଶ୍ୟ ଥିଲା ବିଦ୍ୟାଳୟର ଅଗ୍ନିକାଣ୍ଡ ଜନିତ ଜରୁରୀକାଳୀନ ପରିସ୍ଥିତିକୁ କିପରି ପ୍ରଭାବଶାଳୀ ଭାବରେ ପରିଚାଳନା କରିବା ପାଇଁ ଅଗ୍ନି ନିର୍ବାପକ ପ୍ରଣାଳୀ ସହ ଗୋଷ୍ଠୀ ସଦସ୍ୟମାନଙ୍କୁ ଏହା ସହ ପରିଚିତ କରାଇବା । ମକ ଡ୍ରିଲରେ ୧୦୦୦ରୁ ଅଧିକ ଛାତ୍ର ଛାତ୍ରୀଙ୍କ ସହ ଶିକ୍ଷକ ଓ ସ୍କୁଲ ପ୍ରଶାସନ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅଗ୍ନି ନିର୍ବାପକ ଯନ୍ତ୍ର ଓ ସୁରକ୍ଷା ପ୍ରୋଟୋକଲ ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଥିଲା ଓ ଛାତ୍ର ଛାତ୍ରୀଙ୍କୁ ଶିକ୍ଷା ଦିଆଯାଇଥିଲା । ଏଥିରେ ପିଲାମାନଙ୍କ ଅଭିଭାବକ ଓ ପ୍ଲାଂଟର କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।
ବେଦାନ୍ତ ଆଲୁମିନିୟମ ବାରମ୍ବାର ଗୋଷ୍ଠୀର ନେତା, ସ୍ଥାନୀୟ ସଂଗଠନ ଓ ସରକାରଙ୍କ ସହ ସହଯୋଗ କରିଥାଏ । ସୁରକ୍ଷା ଅଭ୍ୟାସ ଉପରେ ସଚେତନତା ସୃଷ୍ଟି କରିବା ଲାଗି କାରଖାନା ଓ ବଏଲର ନିର୍ଦ୍ଦେଶାଳୟ, ଓଡ଼ିଶା ସରକାରଙ୍କ ଠାରୁ ଉପଯୁକ୍ତ ତାଲିମ ଓ ଅଭ୍ୟାସ ସଂପର୍କରେ ପରାମର୍ଶ ନେଇଥାଏ । ଏହାର କର୍ମଚାରୀମାନଙ୍କୁ ବ୍ୟାପକ ତାଲିମ ପ୍ରଦାନ ସହ ପରିସ୍ଥିତିକୁ କିପରି ଅତି ନିକଟରୁ ଆୟତ କରିବା ସେ ବିଷୟରେ ରିୟଲିଟି ଆଧାରିତ ପ୍ରଯୁକ୍ତିବିଦ୍ୟାକୁ ମଧ୍ୟ ନିୟୋଜିତ କରିଛି । ପ୍ଲାଂଟର କର୍ମଚାରୀ ଓ ବ୍ୟବସାୟ ସହଯୋଗୀମାନଙ୍କୁ ଅଗ୍ନି ବିପଦର ବ୍ୟାପକ ନିରାପତା କୌଶଳ ସଂପର୍କରେ ସଚେତନ କରାଇଥିଲା ।
ବେଦାନ୍ତ ଆଲୁମିନିୟମର ସୁରକ୍ଷା ସଂସ୍କୃତି ବିଷୟରେ ଶ୍ରୀ ସୁନୀଲ ଗୁପ୍ତା ସିଓଓ, ବେଦାନ୍ତ ଲିମିଟେଡ-ଆଲୁମିନିୟମ ବ୍ୟବସାୟ କହିଥିଲେଯେ ବେଦାନ୍ତରେ ଆମେ ସେବା କରୁଥିବା ଗୋଷ୍ଠୀର ବିକାଶ ପାଇଁ ପ୍ରତିବଦ୍ଧ । ଏହି ପରିପ୍ରେକ୍ଷୀରେ ନିରାପତା ଓ ସୁସ୍ଥତାକୁ ନିଶ୍ଚିତ କରିବା ଲାଗି ଆମର ପ୍ରତିବଦ୍ଧତା ଆମର କାର୍ଯ୍ୟକଳାପରୁ ଗୋଷ୍ଠୀ ସଦସ୍ୟମାନଙ୍କ ପାଇଁ ବିସ୍ତାରିତ । ଫାୟାର ମକ ଡ୍ରିଲ ପରି ପଦକ୍ଷେପ ମାଧ୍ୟମରେ ଆମେ ଜରୁରୀକାଳୀନ ପରିସ୍ଥିତିରେ ମୁକାବିଲା ଲାଗି ଉପଯୁକ୍ତ ଜ୍ଞାନ କୌଶଳ ସହ ନାଗରିକମାନଙ୍କୁ ସଶକ୍ତ କରିବା ସହ ସୁରକ୍ଷା ସଚେତନତାର ଏକ ସଂସ୍କୃତି ବଜାୟ ରଖିଛୁ ।
ଏହି ଅବସରରେ ଉଦବୋଧନ ଦେଇ ପି.କେ.ପଣ୍ଡା, ଅଧ୍ୟକ୍ଷ ଡିଏଭି ସ୍କୁଲ, ଝାରସଗୁଡ଼ା କହିଛନ୍ତିଯେ ବେଦାନ୍ତ ପକ୍ଷରୁ ଏତେ ବଡ଼ ଆୟୋଜନ ହେଉଥିବାରୁ ମୁଁ କୃତଜ୍ଞତା ଜଣାଉଛି । ବିଦ୍ୟାଳୟର ନିରାପତା ଦଳ ଓ ଛାତ୍ର ଛାତ୍ରୀଙ୍କ ମନରେ ଆତ୍ମବିଶ୍ୱାସ ବୃଦ୍ଧି ହେବା ଦ୍ୱାରା ସେମାନେ ଜରୁରୀକାଳୀନ ପରିସ୍ଥିତିକୁ ସଫଳତାର ସହ ପରିଚାଳନା କରିପାରିବେ ।
ଏହି ମକ ଡ୍ରିଲରେ ଉତ୍ସର୍ଗୀକୃତ ପ୍ରଦର୍ଶନ କରାଯାଉଥିବା ଅନେକ ଉପାୟ ମଧ୍ୟରୁ କଂପାନି ଦ୍ୱାରା ମଧ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ନିରାପତା ପ୍ରବୃତି ଅବଲମ୍ବନ କରାଯାଉଛି ଯଥା:
- ସଂକଳ୍ପ: ବେଦାନ୍ତ ଆଲୁମିନିୟମର ସବୁ କର୍ମଚାରୀଙ୍କ ପାଇଁ ଏକ ସୁରକ୍ଷା ସଂସ୍କୃତି ପରିଚାଳିତ ଯାହା ଡ୍ୟୁପଂଟ ସସ୍ଟେନବିଲିଟି ସମାଧାନ ସହ ନିରାପତା ସହଭାଗୀତାର ଏକ ପରଂପରା ସୃଷ୍ଟି କରିବାକୁ ଏକ ନିର୍ଭରଶୀଳ ବ୍ୟବସ୍ଥା ପ୍ରତିପୋଷଣ କରିଥାଏ ।
- ଭିଜିବଲ ଫେଲଟ ଲିଡରଶିପ କାର୍ଯ୍ୟକ୍ରମ ଯାହାର ଅଂଶ ଭାବରେ ନେତୃତ୍ୱଧାରୀ ବ୍ୟକ୍ତିଙ୍କ ଜରିଆରେ ନିୟମିତ କର୍ମଚାରୀଙ୍କ ଯୋଗଦାନ ଓ ସପଫ୍ଲୋରରେ ନିରାପତା ବ୍ୟବସ୍ଥା ପ୍ରତି ଧ୍ୟାନ ଦିଆଯାଇଥାଏ ।
- ଝାରସୁଗୁଡ଼ାର ସବୁ ମହିଳା ଅଗ୍ନିବାହିନୀ ଦଳ ଯେଉଁମାନେ ଜରୁରୀ ପରିସ୍ଥିିତିରେ ଦକ୍ଷ ଓ ପ୍ରଭାବଶାଳୀ ଉପାୟରେ କାର୍ଯ୍ୟ କରିବାକୁ ତାଲିମ ପ୍ରାପ୍ତ ହୋଇଛନ୍ତି ବର୍ତମାନ ୧୦୦ରୁ ଅଧିକ କର୍ମଚାରୀ ରହିଛନ୍ତି ।
- ସୁରକ୍ଷା ବିଶେଷଜ୍ଞ ଯେଉଁମାନେ ଉନ୍ନତ ସୁରକ୍ଷା ଦକ୍ଷତା ଜ୍ଞାନ ଓ ମନୋଭାବ ପ୍ରଦର୍ଶନ କରିଥାନ୍ତି ଏହା ଦ୍ୱାରା କର୍ମଚାରୀମାନେ ଅଧିକ ସଜାଗତାର ସହ ଦାୟିତ୍ୱ ପାଳନ କରିଥାନ୍ତି ।
- ନିରାପତା ଷ୍ଟାଣ୍ଡ ଡାଉନ ଏକ ପଦକ୍ଷେପ ମାଧ୍ୟମରେ ନେତୃତ୍ୱ ଦଳ ସ୍ୱାସ୍ଥ୍ୟ ଓ ନିରାପତା ତଥା ପରିବେଶ କ୍ଷେତ୍ରରେ ଉତ୍କର୍ଷତା ବଜାୟ ରଖିଥାନ୍ତି ।
- କାର୍ଯ୍ୟକ୍ରମ ଓ ପ୍ରକ୍ରିୟାର ବ୍ୟାପକ ଡିଜିଟାଇଜେସନ ଦ୍ୱାରା ବେଦାନ୍ତ ଆଲୁମିନିୟମ ମେସିନ ସହ ମାନବିକ ପାରସ୍ପରିକ କାର୍ଯ୍ୟ କରୁଥିବାରୁ ତ୍ରୁଟି ହେବାର ସମ୍ଭାବନା କମ ରହିଥାଏ ।
- ଉତ୍ପାଦନ ନିର୍ବାହ: ମୋବାଇଲ ପ୍ରଣାଳୀ ମାଧ୍ୟମରେ ଦୂର ସ୍ଥାନ ପାଇଁ ନିଷ୍ପତିକୁ ସଠିକ କାର୍ଯ୍ୟକାରୀ କରାଯାଇଥାଏ ।
- ଅଗ୍ନି ଦୁର୍ଘଟଣାକୁ ତୁରନ୍ତ ଚିହ୍ନଟ ଓ କର୍ମଚାରୀଙ୍କ ସୁରକ୍ଷା ମାନାଙ୍କ ଉପରେ ନଜର ରଖିବା ଲାଗି ନିରନ୍ତର ପ୍ଲାଂଟର ସୁରକ୍ଷା ପାଇଁ ଭିଡିଓ ଆନାଲିଟିକ୍ସ ବ୍ୟବସ୍ଥା ରଖାଯାଇଛି ।
ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୩ ରେ ୨.୨୯ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ରାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୨ରେ ୨ୟ ରାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍ଟର, ପାୱାର ପ୍ଲାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।








