ହେଡଲାଇନସ୍:

ଭଞ୍ଜନଗର ର ବିଭିନ୍ନ ସ୍ଥାନରେ ବିଘ୍ନହର୍ତ୍ତା ଶ୍ରୀଗଣେଶଙ୍କର ପୂଜା ଉତ୍ସବ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରର ବିଭିନ୍ନ ସ୍ଥାନରେ, ମହାଆଡମ୍ବରରେ ପାଳିତ ହୋଇଛି ବିଘ୍ନହର୍ତ୍ତା ଶ୍ରୀଗଣେଶଙ୍କର ପୂଜା ଉତ୍ସବ।

ହିନ୍ଦୁ ଧର୍ମ ଶାସ୍ତ୍ର ଓ ପୁରାଣ ସୂଚାଏ ଯେ, ଏହି ପବିତ୍ର ଦିନରେ ବିଘ୍ନହର୍ତ୍ତା ଶ୍ରୀଗଣେଶଙ୍କର ଜନ୍ମ ହୋଇଥିଲା। ଶ୍ରୀଗଣେଶ ମହାପ୍ରଭୁଙ୍କୁ ଲମ୍ବୋଦର ଓ ମୂଷିକ ବାହନ ନାମରେ ସମସ୍ତେ ଜାଣନ୍ତି। ସେ ହେଉଛନ୍ତି, ଅଗ୍ରପୂଜ୍ୟ ଦେବ। ସମସ୍ତ ଦେବଦେବୀଙ୍କ ପୂଜା ଆବାହନ ସମୟରେ, ସର୍ବ ପ୍ରଥମେ ଶ୍ରୀଗଣେଶଙ୍କର ପୂଜା କରାଯାଇଥାଏ। ଗଣେଶ ପୁରାଣ ମୁତାବକ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ଭଗବାନ ଶ୍ରୀଗଣେଶଙ୍କର ଜନ୍ମ ହୋଇଥିବା ସୂଚିତ କରାଯାଇଛି। ଏହା ହେଉଛି, ସନାତନି ହିନ୍ଦୁ ଧର୍ମାବଲାମ୍ବୀ ଙ୍କ ପ୍ରମୂଖ ଉତ୍ସବ। କିନ୍ତୁ କେତେକ ସ୍ଥାନରେ ବିଭିନ୍ନ ଧର୍ମର ଜନସାଧାରଣ ଏକତ୍ରିତ ହୋଇ, ଭାଇଚାରା ର ସଦ୍ ଭାବନା ରେ ଏହି ଉତ୍ସବ କୁ ପାଳନ କରନ୍ତି।
ଏହି ମହାନ୍ ପବିତ୍ର ଉତ୍ସବ ଅବସରରେ ଭଞ୍ଜନଗର ସହରର ବିଭିନ୍ନ ସାହି ମାନଙ୍କ ରେ ଶ୍ରୀଗଣେଶଙ୍କର ବିରାଟ ଆକର୍ଷଣୀୟ ଓ ଅତଇରମଣଇୟ ମୂର୍ତ୍ତି ମାନ ପୂଜା ପାଇଛନ୍ତି। ଏହା ସହିତ ବିଭିନ୍ନ ବେସରକାରୀ ଶିକ୍ଷାନୁଷ୍ଠାନ ଓ ମହାବିଦ୍ୟାଳୟ ରେ ମହାଆଡମ୍ବରରେ ପୂଜା ପାଇଛନ୍ତି, ବିଘ୍ନହର୍ତ୍ତା ଶ୍ରୀଗଣେଶ ମହାପ୍ରଭୁ। ବଡ଼ ବଡ଼ ମୂର୍ତ୍ତି ସାଂଗକୁ ସ୍ଥାନେ ସ୍ଥାନେ ବିଭିନ୍ନ ଉଚ୍ଚ ତୋରଣ, ରଂଗ ବେରଗଂ ଆକର୍ଷଣୀୟ ଆଲୋକ ମାଳା, ସହିତ ଭଜନ ଓ ନୃତ୍ୟ କାର୍ଯ୍ୟକ୍ରମ ର ଆୟୋଜନ ହୋଇଛି। ଗଣେଶ ଙ୍କ ପୂଜା ରେ , ବର୍ଷା ହୋଇଥିଲେ ଵି ଭକ୍ତମାନେ ପରିବାର ସହ ଦର୍ଶନ କରିଥିଲେ ବିଭିନ୍ନ ପୂଜାସ୍ଥଳ। ଭଞ୍ଜନଗର ସହରର ବିଭିନ୍ନ ସାହି ମଧ୍ୟରେ ଖାଲାସିସାହି, ବଡତୋଟା ସାହି, ଗାନ୍ଧୀ କୈଳାସ ପାଦଦେଶ, ପୁରୁଣା ପରିବା ମାର୍କେଟ ଛକ, ପୁରୁଣା ବଜାରସାହି, ହରିଜନ ସାହି ଓ ଡେରା ସାହି। ସେହିପରି ଭେଜିପୁଟ୍ ର ମହାନ୍ତିସାହି, କାବେରାସାହି, ବଡ଼ ଖଦାଳସାହି, ବାଲିସାହି ଓ ବଡଦାଣ୍ଡସାହି ସହିତ ଅନେକ ସ୍ଥାନରେ ମହାଆଡମ୍ବରରେ ଓ ଆକର୍ଷଣୀୟ ଭାବରେ ପାଳିତ ହୋଇଯାଇଛି ଶ୍ରୀ ବିଘ୍ନହର୍ତ୍ତା ଙ୍କ ପୂଜା ଉତ୍ସବ।

0
0
0
s2sdefault