ହେଡଲାଇନସ୍:

ଲଉଡ଼ିଦରହା ବଡ଼ ପୋଖରୀ ପୁନଃରୁଦ୍ଧାର-ସୌନ୍ଦର୍ଯ୍ୟ କରଣ ପାଇଁ ଦାବି l

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଝାରବନ୍ଧ -ମନୋହର ଦାଶ: ବିଗତ କିଛି ବର୍ଷ ହେବ କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳ ରେ କୋଟି କୋଟି ଟଙ୍କା ବ୍ୟୟ କରି ନୂତନ ଜଳାଶୟ ମାନ ସୃଷ୍ଟି କରୁଛନ୍ତି l ଏଥି ପାଇଁ ଆର୍ଥିକ ବର୍ଷ ବଜେଟ ରେ କୋଟି କୋଟି ଟଙ୍କା ବ୍ୟୟ ବରାଦ ହେଉଛି l ବିଶେଷ କରି ବ୍ଲକ ପ୍ରଶାସନ ର NREGS ମୂର୍ତ୍ତିକା ସଂରକ୍ଷଣ ଓ କୃଷିବିଭାଗ ପକ୍ଷ ରୁ ନୂତନ ପୋଖରୀ ଖନନ ପାଇଁ କୋଟି କୋଟି ଟଙ୍କା ଅର୍ଥ ମଞ୍ଜୁର କରାଯାଉଛି l ଏହା ଛଡା ବୃହତ ଜଳାଶୟ ପାଇଁ ଅମୃତ ସରୋବର ନାମକ ଏକ ନୂତନ ଯୋଜନା ଏଥିରେ ସାମିଲ ହୋଇଛି l ପରିତାପର ବିଷୟ ଏତେ ଗୁଡିଏ ଯୋଜନା ପ୍ରଣୟନ କରାଯାଇ ପୋଖରୀ ଖୋଲିବା ସହିତ ଗ୍ରାମାଞ୍ଚଳ ରେ ସୌନ୍ଦର୍ଯ୍ୟକରଣ ବୃଦ୍ଧି କରାଯାଉଥିବା ବେଳେ ପୁରୁଣା ଜଳାଶୟ ମାନ ଏବେ ନିଶ୍ଚିହ୍ନ ହେବା କୁ ବସିଛି l ସରକାରୀ ଅଧୀନ ରେ ଉକ୍ତ ଜଳାଶୟ ଗୁଡିକ ରହିଥିଲେ ସୁଦ୍ଧା ଏହାର ପୁନଃରୁଦ୍ଧlର ପାଇଁ ସତେ ଯେମିତି ସରକାରୀ ବାବୁ ଙ୍କ ପାଖରେ ଆନ୍ତରିକତା ନାହିଁ l ସୂଚନା ଅନୁସାରେ ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଲଉଡ଼ିଦର୍ହl ପଞ୍ଚାୟତ ଲଉଡ଼ିଦର୍ହl ଗ୍ରାମ ଠାରେ ପ୍ରାୟ 30 ଏକର ରୁ ଉର୍ଧ୍ଵ ପରିମିତ ସ୍ଥାନ କୁ ନେଇ ସର୍ବ ପୁରାତନ ପୋଖରୀ ରହିଛି l ପଞ୍ଚାୟତ ଅଧୀନ ରେ ରହିଥିବା ଉକ୍ତ ପୋଖରୀ ଏବେ ଅବହେଳିତ ଅବସ୍ଥା ରେ ପଡି ରହିଛି l ପାଞ୍ଚ ବର୍ଷ ରୁ ଉର୍ଦ୍ଧ ସମୟ ହେଲା ସମଗ୍ର ପୋଖରୀ ଯାକ ଏକ ପ୍ରଜାତି ର ଜଗଳ (ଦଳ )ମାଡି ବସିଛି ଏହି ଜଗଳ କୁ ନିର୍ମୁଲ କରିବା ଗ୍ରାମ ବାସି ଙ୍କ ପକ୍ଷ ରେ ସମ୍ଭବପର ହେଉନଥିବା ବେଳେ l ଏହା ପୋଖରୀ ସାରା ବ୍ୟାପି ଯାଇଛି l ଏହା କୁ ସ୍ଥାନୀୟ ଲୋକେ ବୁରୋ ଝାଞ୍ଜି ପ୍ରଜାତି ର ଦଳ ବୋଲି କହିଛନ୍ତି l ଏହା ସର୍ବତ୍ର ବ୍ୟାପି ଯିବାରୁ ପୋଖରୀ ଏବେ ବ୍ୟବହାର ଉପଯୋଗୀ ହୋଇ ପାରି ନାହିଁ l ସ୍ଥାନୀୟ ଗ୍ରାମ ବାସି ଅନେକ ଥର ସଫା କରିବାକୁ ଉଦ୍ୟମ କରିଥିଲେ ମଧ୍ୟ୍ୟ ବିଫଳ ହୋଇଛନ୍ତି l ଏହି ଜଗଳ ପୁଣି ଚହ ଟି ଯାଉଥିବା ହେତୁ ଲୋକେ ଆଉ ପାଣି କୁ ବ୍ୟବହାର କରି ପାରୁନାହାନ୍ତି l ଗ୍ରାମ ବାସି ରାଜନେତା ଓ ପ୍ରଶାସନିକ ଅଧିକାରୀ ଙ୍କୁ ଜଣାଇ ଥିଲେ ହେଁ କିଛି ସୁଫଳ ମିଳି ନାହିଁ l ଫଳ ରେ ପଞ୍ଚାୟତ ମଧ୍ୟ୍ୟ ବର୍ଷ ବର୍ଷ ଧରି ନିଜସ୍ୱ ରାଜସ୍ବ ହରାଉଛି l ପୋଖରୀ ର ପୁନଃରୁଦ୍ଧାର ହୋଇ ପାରିଲେ ମତ୍ସ୍ଯ ଚାଷ ସହିତ ପୋଖରୀ ନିକଟ ଚାଷ ଜମି ଗୁଡିକ ରେ ବହୁମୁଖୀ ଚାଷ ହୋଇ ପାରନ୍ତା ବୋଲି ଗ୍ରାମ ବାସି ମତ ଦେଛନ୍ତି l ତେଣୁ ଏହା ଉପରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଲେ ଲଉଡ଼ିଦର୍ହl ପଞ୍ଚାୟତ ର ଏକ ବୃହତ୍ତ ଜଳlଶୟ ସୃଷ୍ଟି ହେବା ସହ ଗ୍ରାମୀଣ ସୌନ୍ଦର୍ଯ୍ୟକରଣ ବୃଦ୍ଧି ପାଇବ ବୋଲି ମତ ପ୍ରକାଶ ପାଇଛି l

0
0
0
s2sdefault