ନବାନ୍ନ ପ୍ରସାଦ ପାଇବାକୁ ମନ୍ଦିରରେ ପ୍ରବଳ ଭିଡ
ବରଗଡ :- ଆଜି ମହାନ ଓ ପବିତ୍ର କୃଷିଭିତ୍ତିକ ଗଣପର୍ବ " ନୂଆଁଖାଇ " । ପଶ୍ଚିମ ଓଡିଶା ବାସୀ ଯିଏ ଏଉଠି ବି ଥାଆନ୍ତୁ ନା କାହିଁକି ଆଜିକାର ଦିନକୁ ନିଜର ଘର , ପରିବାର ,ଆତ୍ମୀୟ ସ୍ଵଜନ ,ବନ୍ଧୁବାନ୍ଧବ, ସାଙ୍ଗସାଥି ମାନଙ୍କ ସହିତ ହର୍ଷ ଉଲ୍ଲାସ ରେ ପାଳନ କରିବା ପାଇଁ ଓ ନୁଆଁ ଖାଇବା ପାଇଁ ନିଜର ଗାଁ ଓ ଘର କୁ ଛୁଟିଆସି ଥାନ୍ତି । ପଶ୍ଚିମ ଓଡିଶାର ଗାଁ ଠାରୁ ସହର ,ଆଜି ସବୁ ସ୍ଥାନ ଉତ୍ସବ ମୁଖର ।
ଆଜି ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁ ଙ୍କୁ ମଧ୍ୟ ନବାନ୍ନ ଭୋଗ ସମର୍ପଣ କରା ଯାଇଥିଲା । ପୂର୍ବ ନିର୍ଦ୍ଧାରିତ ଲଗ୍ନ ରେ ମହାପ୍ରଭୁ ଙ୍କର ସେବାୟତ ମାନଙ୍କ ଦ୍ୱାରା ମହାପ୍ରଭୁ ଙ୍କର ବିଶେଷ ନୀତି ସମ୍ପନ୍ନ ହେବା ପରେ ମହାପ୍ରଭୁ ଙ୍କୁ ନବାନ୍ନ ସାମର୍ପଣ କର ଯାଇ ପାର୍ଶ୍ୱ ଦେବା ଦେବୀ ଙ୍କର ପୂଜା , ଗାଦିପୁଜା ଓ ଗୌପୂଜନ ହେବା ପବିତ୍ର ନବାନ୍ନ ସମର୍ପଣ କରାଯାଇଥିଲା । ପ୍ରତେଜ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହଜାର ରୁ ଅଧିକ ପର୍ଯଟକ ଓ ତୀର୍ଥଯାତ୍ରୀ ଅତି ଶ୍ରଦ୍ଧା ଓ ଆନନ୍ଦ ର ସହିତ ମହାପ୍ରଭୁ ଙ୍କର ନବାନ୍ନ ପ୍ରସାଦ ଗ୍ରହଣ କରିଥିଲେ । ମନ୍ଦିର ର ସେବାୟତ , କର୍ମଚାରୀ , ସ୍ବେଚ୍ଛାସେବୀ ପ୍ରମୁଝ ଜନସାଧାରଣ ଙ୍କୁ ନବାନ୍ନ ବଣ୍ଟନ କରିଥିଲେ।
















