ହେଡଲାଇନସ୍:

ପଶ୍ଚିମ ଓଡିଶାର କୃଷି ଭିତ୍ତିକ ପର୍ବ ନୂଆଁଖାଇ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭାରତ ଏକ କୃଷିପ୍ରଧାନ ଦେଶ ହୋଇଥିବାରୁ ଏହାକୁ ଆଧାର କରି ଏଠାରେ ଏକ ସମୃଦ୍ଧ ସଭ୍ୟତା କେଉଁ ଆବହମାନ କାଳରୁ ଗଢ଼ି ଉଠିଛି । ଭାରତ ବର୍ଷରେ ପାଳିତ ହେଉଥ‌ିବା ପର୍ବପର୍ବାଣୀ ମଧ୍ଯରେ "ନବାନ୍ନ ପର୍ବ" ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି । ଭାରତର ବିଭିନ୍ନ ରାଜ୍ୟରେ ନୂଆଁ ଶସ୍ୟ ପୂଜାର ପରମ୍ପରା ଚାଲି ଆସୁଥ‌ିବାବେଳେ ଓଡ଼ିଶାର ପଶ୍ଚିମାଞ୍ଚଳରେ ଏହି କୃଷିଭିତ୍ତିକ ପର୍ବ "ନୂଆଁଖାଇ" ନାମରେ ପରିଚିତ ଓ ଏହା ପାଳିତ ହୋଇ ଆସୁଅଛି । ଭାଦ୍ରବ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥ୍ୟରେ ଏହି ପର୍ବ ପାଳନ କରାଯାଏ । ଏହି ପର୍ବକୁ ପାଳନ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ନିରୂପଣ କରାଯାଇଥାଏ, ଯାହାକୁ "ଲଗ୍ନ" କୁହାଯାଏ ।ଜନଶ୍ରୁତି ଅନୁସାରେ ଦ୍ବାଦଶ ଶତାବ୍ଦୀରେ ପାଟନା ରାଜ୍ୟ ବର୍ତ୍ତମାନର ବଲାଙ୍ଗୀର ଜିଲ୍ଲାର ଚୌହାନ ବଂଶର ରାଜା ରମାଇଁ ଦେଓଙ୍କ ସମୟରୁ ନୂଆଁଖାଇ ପର୍ବ ପାଳନର ପରମ୍ପରା ଆରମ୍ଭ ହୋଇଛି । ପଶ୍ଚିମ ଓଡ଼ିଶା ମୁଖ୍ୟତଃ ଏକ ଶକ୍ତିପୀଠ ହୋଇଥିବାରୁ ନୂଆଁ ଅନ୍ନ ପ୍ରଥମେ ସମ୍ବଲପୁରର ମାଁ ସମଲେଶ୍ବରୀ, ନୃସିଂହନାଥ ରେ ମାର୍ଜାରକେଶରୀ ସୋନପୁରର ମାଁ ସୁରେଶ୍ଵରୀ, ବଲାଙ୍ଗୀରର ମାଁ ପାଟଣେଶ୍ବରୀ, କଳାହାଣ୍ଡିର ଗାଁ ମାଣିକେଶ୍ବରୀ ଓ ଅନ୍ୟାନ୍ୟ ଗ୍ରାମଗୁଡ଼ିକର ଆରାଧ୍ୟ ଦେବୀ ଦେବତାଙ୍କ ଠାରେ ଅର୍ପଣ କରାଯାଇଥାଏ । ଏହି ସମସ୍ତ ଶକ୍ତିପୀଠଗୁଡ଼ିକରେ ନୂଆଁ ଅନ୍ନ ଲାଗି ହେବାପରେ ଘରର ସମସ୍ତ ଦେବଦେବୀଙ୍କୁ ନବାନ୍ନ ଲାଗି ହୁଏ । ଏହାପରେ ଘରର ସଦସ୍ୟମାନେ ଏକାଠି ବସି "ନୂଆଁଅନ୍ନ" ଖାଆନ୍ତି ଓ ଖାଇସାରିବା ପରେ ନିଜ ଦେବାଦେବୀଙ୍କୁ ଦର୍ଶନ କରି ବଡ଼ ଲୋକଙ୍କୁ ସମସ୍ତେ ମୁଣ୍ଡିଆ ମାରନ୍ତି ଅବା ପାଦ ଛୁଇଁ ଜୁହାର ହୁଅନ୍ତି । ସଂଧ୍ୟାରେ ବନ୍ଧୁବାନ୍ଧବ ଓ ପଡ଼ୋଶୀଙ୍କ ସହିତ ଜୁହାର ଭେଟର ଆସର ହୋଇଥାଏ । ଏହା ସହିତ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ନୂଆଁଖାଇ ଭେଟଘାଟ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଏହି କାର୍ଯ୍ୟକ୍ରମରେ ସମାଜର ସମସ୍ତ ବର୍ଗର ଲୋକେ ସାମିଲ ହୋଇଥାନ୍ତି । ଏହି ପର୍ବ ସମାଜ ପାଇଁ ସ୍ନେହ ଓ ଶାନ୍ତିର ବାର୍ତ୍ତା ଦେଇଥାଏ ।

ଦେବାଶିଷ ପଟ୍ଟନାୟକ
ପଦ୍ମପୁର, ୮୦୧୮୨୯୬୪୪୭

0
0
0
s2sdefault