ଭିଡ଼ ହିଂସାରେ ସାମିଲ ବ୍ୟକ୍ତିଙ୍କୁ ଆଇନ ଅନୁଯାୟୀ ହେବ କଠୋର ଦଣ୍ଡବିଧାନ : ଓଡ଼ିଶା ପୁଲିସ
ଭୁବନେଶ୍ୱର,୧୮/୦୯/୨୦୨୩: ଭିଡ଼ ହିଂସାରୁ ନିବୃତ୍ତ ରହିବା ପାଇଁ ଓଡ଼ିଶା ପୁଲିସ ପକ୍ଷରୁ ପ୍ରେସ୍ ବିବୃତ୍ତି ମାଧ୍ୟମରେ ଏକ ସଚେତନତା ବାର୍ତ୍ତା ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଜାରି କରାଯାଇଛିା
ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ତେହେସିନ୍ ଏସ୍ ପୁନାଓ୍ୱାଲା ବନାମ ଭାରତ ସରକାର ମୋକଦ୍ଦମାର ବିଚାର ସମୟରେ ସମସ୍ତ ପକ୍ଷମାନଙ୍କ ଶୁଣାଣି କରି ୨୦୧୮ ସେପ୍ଟେମ୍ବର ୨୪ ତାରିଖ ଦିନ ରାୟରେ ପ୍ରକାଶ କରିଛନ୍ତି ଯେ ଭିଡ଼ ହିଂସା ଏକ ଅପରାଧ ଓ ସେଥିରେ ଭାଗ ନେଉଥିବା ଯେକୌଣସି ବ୍ୟକ୍ତିଙ୍କୁ କଠୋରରୁ କଠୋରତମ ଦଣ୍ଡ ବିଧାନ କରାଯିବା ଜଣଙ୍କର ଅପରାଧ ପାଇଁ ଦଳ ଓ ଷଡ଼ଯନ୍ତ୍ରରେ ଭାଗ ନେଉଥିବା ସମସ୍ତ ବ୍ୟକ୍ତି ଆଇନ ଅନୁଯାୟୀ ଦଣ୍ଡନୀୟ ହେବୋ ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ପୁଲିସ ତରଫରୁ ରାଜ୍ୟ ତଥା ଦେଶର ଜନସାଧାରଣଙ୍କୁ କୌଣସି ପ୍ରକାଶ ଭିଡ଼ ହିଂସାରେ ଭାଗ ନନେବା ପାଇଁ କୁହାଯାଇଛିା








