ବରଗଡ :- ଭଟଲି ନିର୍ବାଚନ ମଣ୍ଡଳୀ ର ବିଧାୟକ ତଥା ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ରାଜ୍ୟ ସରକାର ଙ୍କର ଶ୍ରମ ବିଭାଗ ର ମନ୍ତ୍ରୀ ଥିବା ସମୟର ମନ୍ତ୍ରୀ ଥିବା ସମୟରେ ଶ୍ରମିକ ମାନଙ୍କ ପାଇଁ ଅନେକ ପ୍ରକାର ଯୋଜନ କାର୍ଯକାରୀ କରେଇବାରେ ସଫଳ ହୋଇଥିଲେ । ଆଜି ମଧ୍ୟ ରାଜ୍ୟର ଶ୍ରମିକ ଭାଇ ମାନେ ଓ ତାଙ୍କର ପରିବାର ରାଜ୍ୟ ସରକାର ଙ୍କର ଶ୍ରମ ବିଭାଗ ର ବିଭିନ୍ନ ଯୋଜନାରେ ଲାଭ ବାମ ହେଉଛନ୍ତି ।
ଆଜି ସୋହେଲା ନିକଟସ୍ଥ ହଲଦୀପାଲି ପଡିଆଠାରେ ଓଡିଶା କୋଠାବାଡି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତଥା ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ବରଗଡ଼ ଜିଲ୍ଲା ଭଟଲି ଓ ପଦ୍ମପୁର ନିର୍ବାଚନ ମଣ୍ଡଳୀର 968 ଜଣ ଯୋଗ୍ୟ ହିତାଧିକାରୀଙ୍କୁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ମନ୍ତ୍ରୀ ତଥା ଭଟଲି ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ସୁଶାନ୍ତ ସିଂ , ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା ଯୋଗଦେଇ , 567 ଜଣ ହିତାଧିକାରୀ ଙ୍କୁ 2 କୋଟି 87 ଲକ୍ଷ ଟଙ୍କା ବୈବାହିକ ସହାୟତା ରାଶି ଭାବରେ ,105 ଜଣ ମୃତ ଶ୍ରମିକ ଙ୍କର ପରିବାର କୁ 2 କୋଟି ଚାରି ଲକ୍ଷ ଟଙ୍କା ମୃତ୍ୟୁକାଳୀନ ସହାୟତା ଭାବରେ , 178 ଜଣ ହିତାଧିକାରୀ ଙ୍କୁ ଦଶ ଲକ୍ଷ ଅଠସ୍ତରୀ ହଜାର ଟଙ୍କା ଉଚ୍ଚ ଶିକ୍ଷା ସହାୟତା ଓ ପାଞ୍ଚ ଜଣ ଙ୍କୁ ପ୍ରସୂତି କାଳୀନ ସହାୟତା 50 ହଜାର ଟଙ୍କା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଭଟଲି ବ୍ଲକ ଅଧ୍ୟକ୍ଷ ଶ୍ରୀ ନିତ୍ୟାନନ୍ଦ ପ୍ରଧାନ, ଅମ୍ବାଭୋନା ବ୍ଲକ ଅଧ୍ୟକ୍ଷ ଶ୍ରୀ କୀର୍ତ୍ତି ଚନ୍ଦ୍ର ଦୁଆଁନ, ସୋହେଲା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବବି ପ୍ରଧାନ, ଜିଲ୍ଲା ପରିଷଦ ଶ୍ରୀମତୀ ରୋଜୀ ନାୟକ ଯୋଗ ଦେଇଥିଲେ । ଶ୍ରମ ବିଭାଗର ଜିଲ୍ଲା ଶ୍ରମ ଅଧିକାରୀ ମାନଭଞ୍ଜନ ପଧାନ ଓ ଅନ୍ୟ ଅଧିକାରୀମାନେ ଶିବିର ପରିଚାଳନା କରିଥିଲେ । ଆଜି ଏହି କାର୍ଯ୍ୟକ୍ରମ ରେ ବିବାହ ସହାୟତା, ମୃତ୍ୟୁକାଳୀନ ସହାୟତା, ଶିକ୍ଷା ସହାୟତା, ଅନ୍ତିମ ସଂସ୍କାର ସହାୟତା ଓ ପ୍ରସବ କାଳୀନ ସହାୟତା ମୋଟ 5କୋଟି 7 ଲକ୍ଷ 28 ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା









