ହେଡଲାଇନସ୍:

ବ୍ରହ୍ମପୁର ବିଜେପି ର ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଯୋଜନା ର ସିଧାପ୍ରସାରଣ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବ୍ରହ୍ମପୁର, ୧୭/୯ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୩ ତମ ଜନ୍ମଦିନ ଏବଂ ବିଶ୍ୱକର୍ମା ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି "ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାର" ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ବିଧାନସଭା ପକ୍ଷରୁ ଏହାର ସିଧାପ୍ରସାରଣ ଦେଖିବା ସହ ଏକ ସମାବେଶ ବ୍ରହ୍ମପୁର ବିଧାନସଭା ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତିଙ୍କ ସଭାପତିତ୍ବରେ ବ୍ରହ୍ମପୁର ଗିରି ରୋଡ଼ ସ୍ଥିତ ପାଢ଼ୀ ସେଲିବ୍ରେସନ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । କେବଳ କାରିଗର ଓ ଶିଳ୍ପୀ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ନୁହେଁ ବରଂ ସ୍ଥାନୀୟ ଉତ୍ପାଦ,କଳା ଓ ହସ୍ତଶିଳ୍ପ ମାଧ୍ୟମରେ ବହୁ ପୁରୁଣା ପରମ୍ପରା,ସଂସ୍କୃତି ଓ ବିବିଧ ଐତିହ୍ୟକୁ ବଞ୍ଚାଇ ରଖିବା ଓ ସମୃଦ୍ଧ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଦ୍ୱାରା ଏହି ଯୋଜନା ଅନୁପ୍ରାଣିତ ହୋଇଛି । ଗୁରୁ ଶିଷ୍ୟ ପରମ୍ପରା ବା ପରିବାର ଭିତ୍ତିକ ପାରମ୍ପାରିକ କୌଶଳ ଓ ବୃତ୍ତିକୁ ସୁଦୃଢ଼ ଏବଂ ଦୀର୍ଘସ୍ଥାୟୀ କରିବା ଏହି ଯୋଜନାର ଉଦ୍ଦେଶ୍ୟ ବୋଲି ବିଜେପି ନେତା କାହ୍ନୁ ଚରଣ ପତି ପ୍ରକାଶ କରିବା ସଙ୍ଗେ ସଙ୍ଗେ ଏହା ପ୍ରଧାନମନ୍ତ୍ରୀଙ୍କ "ସବକା ସାଥ୍ ସବକା ବିକାଶ ସବକା ବିଶ୍ୱାସ ସବକା ପ୍ରୟାସ"ର ପ୍ରତିଫଳନ ବୋଲି ଶ୍ରୀ ପତି ପ୍ରକାଶ କରିଛନ୍ତି । ପାରମ୍ପରିକ ଶିଳ୍ପରେ ନିୟୋଜିତ କାରିଗର ମାନଙ୍କୁ ସହାୟତା ପ୍ରଦାନ କରିବା ଉପରେ ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ଲକ୍ଷ ରହିଛି । ଏଣୁ ୧୩,୦୦୦ କୋଟି ଟଙ୍କା ବ୍ୟୟ ଅଟକଳ ସହିତ କେନ୍ଦ୍ର ସରକାର "ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାକୁ" ସମ୍ପୁର୍ଣ୍ଣ ସହାୟତା ପ୍ରଦାନ କରିବେ । ଏହି ଯୋଜନା ଅଧିନରେ ବାୟୋମେଟ୍ରିକ୍ ଆଧାରିତ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ପୋର୍ଟାଲ ବ୍ୟବହାର କରି ସାଧାରଣ ସେବା କେନ୍ଦ୍ର ମାଧ୍ୟମରେ ବିଶ୍ୱକର୍ମା ମାନଙ୍କୁ ମାଗଣାରେ ପଞ୍ଜିକୃତ କରାଯିବ । ସେମାନଙ୍କୁ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ସାର୍ଟିଫିକେଟ ଏବଂ ପରିଚୟ ପତ୍ର, ମୌଳିକ ଓ ଉନ୍ନତ ଦକ୍ଷତା ବିକାଶ ପ୍ରଶିକ୍ଷଣ ସହିତ ୧୫,୦୦୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି, ୫% ରିହାତି ସୁଧ ହାରରେ ୧ ଲକ୍ଷ ଟଙ୍କା (ପ୍ରଥମ କିସ୍ତି) ଏବଂ ୨ ଲକ୍ଷ ଟଙ୍କା (ଦ୍ୱିତୀୟ କିସ୍ତି) ପର୍ଯ୍ୟନ୍ତ ବନ୍ଧକମୁକ୍ତ ଋଣ ସହାୟତା, ଡ଼ିଜିଟାଲ୍ କାରବାର ପାଇଁ ପ୍ରୋତ୍ସାହନ ଏବଂ ମାର୍କେଟିଂ ସହାୟତା ପ୍ରଦାନ କରାଯିବ । କାରିଗର ଏବଂ ଶିଳ୍ପୀ ମାନଙ୍କର ଉତ୍ପାଦ ଏବଂ ସେବାର ଗୁଣବତ୍ତା ତଥା ପ୍ରସାରରେ ଉନ୍ନତି ଆଣିବା ସହ ସେମାନଙ୍କୁ ଘରୋଇ ଏବଂ ବିଶ୍ୱସ୍ତରୀୟ ମୂଲ୍ୟ ଶୃଙ୍ଖଳ ସହିତ ସମନ୍ୱିତ କରିବାକୁ ସୁନିଶ୍ଚିତ କରିବା ହେଉଛି ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାର ମୁଳ ଲକ୍ଷ । ଏହି ଯୋଜନା ସମଗ୍ର ଭାରତରେ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର କାରିଗର ଏବଂ ଶିଳ୍ପୀ ମାନଙ୍କୁ ସହାୟତା ପ୍ରଦାନ କରିବ । ପିଏମ୍ ବିଶ୍ୱକର୍ମା ଯୋଜନା ଅଧିନରେ ପ୍ରଥମ ପର୍ଯ୍ୟାୟରେ ୧୮ଟି ବର୍ଗର ପାରମ୍ପରିକ କାରିଗରୀ ହସ୍ତଶିଳ୍ପକୁ ଅନ୍ତର୍ଭୁକ୍ତ କରାଯାଇଛି । ଏଗୁଡ଼ିକ ମଧ୍ୟରେ ବଢ଼େଇ କାମ,ଡ଼ଙ୍ଗା ନିର୍ମାଣ,ଅସ୍ତ୍ରଶସ୍ତ୍ର ନିର୍ମାଣ,କମାର କାମ,ହାତୁଡ଼ି ଏବଂ ଟୁଲ୍ କିଟ୍ ପ୍ରସ୍ତୁତି,ତାଲା ନିର୍ମାଣ,ବଣିଆ,କୁମ୍ଭାର କାମ,ମୂର୍ତ୍ତି ଶିଳ୍ପୀ,ପଥର ଶିଳ୍ପୀ,ମୋଚି କାରିଗର,ମିସ୍ତ୍ରୀ (ରାଜମିସ୍ତ୍ରୀ), ଟୋକେଇ/ଝାଡୁ ପ୍ରସ୍ତୁତକାରୀ/ନଡ଼ିଆ କତା ବୁଣାଳୀ,ପାରମ୍ପରିକ କଣ୍ଢେଇ ଏବଂ ଖେଳଣା ନିର୍ମାଣ,ଭଣ୍ଡାରୀ,ଫୁଲମାଳ ପ୍ରସ୍ତୁତି,ଧୋବା,ଦରଜୀ ଏବଂ ମାଛଧରା ଜାଲ ପ୍ରସ୍ତୁତି ରହିଛି । ଏହା ସହ ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ବିଧାନସଭା ପକ୍ଷରୁ ଆଧୁନିକ ଭାରତର ଶିଳ୍ପୀକାର,ରାଷ୍ଟ୍ର ସେବା ଓ ଜନହିତକୁ ସର୍ବୋପରି ରଖୁଥିବା କର୍ମଯୋଗୀ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ତାଙ୍କର ସୁସ୍ଥ ଜୀବନ ଯାପନ ସହ ଦୀର୍ଘାୟୁ କାମନା କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାନସଭା ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତିଙ୍କ ସମେତ ବିଜେପି ଗଞ୍ଜାମ ଜିଲ୍ଲା ଉପସଭାପତି ସୁନିଲ କୁମାର ସାହୁ,ରାମ କୁମାର ପାତ୍ର,ଡ଼ା.ସୁବାଷ ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ସମ୍ପାଦକ ତଥା କର୍ପୋରେଟର ପ୍ରଦୀପ କୁମାର ସତପଥି,ସୁଶିଳା ମଲ୍ଲିକ,କର୍ପୋରେଟର ଡ଼ି.କରୁଣାକର,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ,ସାଧାରଣ ସମ୍ପାଦକ ତୁତୁନ୍ ପାତ୍ର,ବି.ସୋମନାଥ ପାତ୍ର,ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରତ୍ନଗର୍ଭା ସରସ୍ଵତୀ ଦେବୀ,ସମ୍ପାଦିକା ପ୍ରେମଶିଳା ନନ୍ଦ,ମଣ୍ଡଳ ସଭାପତି ଭାବଗ୍ରାହୀ ପାଳ,କେ.ଟୁଙ୍ଗୁରୁ ପାତ୍ର,ଗୋପିନାଥ ପଣ୍ଡା,ପ୍ରଫୁଲ୍ଲ ପାଣିଗ୍ରାହୀ,ସରୋଜ ପାତ୍ର,ଧର୍ମରାଜ ପାଣିଗ୍ରାହୀ,ପ୍ରଦୀପ ମିଶ୍ର,ସରୋଜ ନାୟକ,ବାଙ୍କାନିଧି ସେଠୀ,ଗୋବିନ୍ଦ ସାହୁ,ମନୋଜ ପାଢ଼ୀ,ସବିତା ନାୟକ, ଏସ୍.ଶ୍ରୀନିବାସ,ରବି ନାରାୟଣ ସାବତ,ଶଙ୍କର ମହାପାତ୍ର,ଜି.ରାଜେନ୍ଦ୍ର ପ୍ରସାଦ,ପ୍ରମୋଦ ପଣ୍ଡା,ସୁଶିଳା ସିଂ,ସଂଯୁକ୍ତା ପାଣିଗ୍ରାହୀ,ବିଘ୍ନରାଜ ନାହାକ,ଡ଼ି.ଅନିଲ ରାଓ,ଦେବୀ ପ୍ରସାଦ ପାଢ଼ୀ,ଜିଲ୍ଲା ଯୁବମୋର୍ଚ୍ଚା ସଂଯୋଜକ କମଲ ପାତ୍ର,ରବି ରାଓ,ମନୋଜ ମହାରଣା,ଗୌରୀ ମହାନ୍ତି,ସୁଦର୍ଶନ ମହାରଣା ପ୍ରମୁଖଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା,ବିଭିନ୍ନ ଅନୁଷ୍ଠାନ ଓ ସଂସ୍ଥାର କୁଶଳୀ କାରିଗର ଏବଂ ଶିଳ୍ପୀ ମାନେ ଉପସ୍ଥିତ ଥିଲେ ।

ରିପୋର୍ଟ୍=ରଜତ ପଟ୍ଟନାୟକ 

0
0
0
s2sdefault