ହେଡଲାଇନସ୍:

କାକତିଆ ଠାରେ ସଡକ ଦୁର୍ଘଟଣା ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦ୍ରାପଡା(ଶାସକ ପ୍ରଶାସକ) ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡା ଜିଲ୍ଲା ଡେରାବିଶ୍ ବ୍ଲକ ଅନ୍ତର୍ଗତ ଚାନ୍ଦୋଳ କାକତିଆ ଠାରେ ସଡକ ଦୁର୍ଘଟଣା ।ଦୁର୍ଘଟଣାରେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଖବର ମୁତାବକ ସ୍କୁଟି ଚାଳକ ଓ ଅନ୍ୟ ପିକଅପ ଗାଡି ସହ ଧକ୍କା ହେବା ଫଳରେ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି ।ସୂଚନା ମୁତାବକ ମୃତକ ଜଣକ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକର ହାଟସାହି ଗ୍ରାମର 58 ବର୍ଷୀୟ ନିରଞ୍ଜନ ନାୟକ ବୋଲି ଜଣାପଡ଼ିଛି ।କୌଣସି ଏକ ଜରୁରୀ କାମରେ ଭୁବନେଶ୍ୱର ଯାଉଥିବା ସମୟରେ କଟକ ଚାନ୍ଦବାଲି ରାସ୍ତାର ଚାନ୍ଦୋଳ କାକତିଆ ଠାରେ ହୋଇଥିବା ସଡକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି ।ଅପରପଟେ ତାଙ୍କ ଶବ ବ୍ୟବଚ୍ଛେଦ ପାଇଁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି ।

0
0
0
s2sdefault