ହେଡଲାଇନସ୍:

୪୫ କେଜି ଗଞ୍ଜେଇ ସହ ୫ ଗିରଫ I

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗୋଟିଏ ଫର୍ଚୁନର ଓ ଗୋଟିଏ ଇଟିଗା ଗାଡି ଜବତ ।

ଢେଙ୍କାନାଳ / ରବିନ୍ ଦାସ ; ଜିଲ୍ଲା ସଦର ଥାନା ଅନ୍ତର୍ଗତ କାଇମାଟି-ବେଲଟିକିରି ଅଞ୍ଚଳରେ ପୋଲିସ୍‌ର ପାଟ୍ରୋଲିଙ୍ଗ୍ ଚାଲୁଥିବା ବେଳେ ଗଞ୍ଜେଇ ଚାଲାଣ ଗାଡି ଜବତ୍ ହୋଇଛି । ଏସ୍‌କଟ୍ କରି ଆସୁଥିବା ଏର୍ଟିଗା ଗାଡି ନଂ OD-02BB 8751 ଗାଡିକୁ ଧରିଥିବା ବେଳେ ପଛରେ ଏକ ତୟୋତା ଫର୍ରୁଚୁନର OR-02 BT 3388 ନଂ ଥିବା ଗଞ୍ଜେଇ ଗାଡ଼ିକୁ ସଦର ପୋଲିସ୍ ସଦଳବଳେ ଧରିବାରେ ସଫଳ ହୋଇଛନ୍ତି । କନ୍ଧମାଳ ଜିଲ୍ଲାର କମ୍ବାପଡ଼ା ଗ୍ରାମର ଅଜୟ ମାଝି , ନୟାଗଡ଼ ଜିଲ୍ଲାର ଆଡପଟା ଗ୍ରାମର ଦୁର୍ଗାଚରଣ ଦାସ ଓ ଧୁମଡା ଗ୍ରାମର ଅନୁଜ ମହାରଣା ,ହାତୀ ଲମ୍ବା ଗ୍ରାମର ଅଶୋକ ମଲ୍ଲିକ୍ ଓ ସଦର ଥାନା ଅଞ୍ଚଳର ସୁବାସ ଚନ୍ଦ୍ର ଦୋରାକୁ ଗିରଫ କରିବା ସହ ୪୫ କେଜି ଗଞ୍ଜେଇ ଜବତ ହୋଇଛି । ଏନେଇ ସଦର ଥାନାରେ ୧୬.୦୯.୨୩ ରିଖ ଦିନ କେସ ନଂ ୭୮୪ ରେ ମୋକଦ୍ଦମା ରୁଜୁ ହୋଇଥିବା ଢେଙ୍କାନାଳ ଏସ୍‌.ପି ଜ୍ଞାନରଞ୍ଜନ ମହାପାତ୍ର ମହୋଦୟ ସୂଚନା ଦେଇଛନ୍ତି ।

0
0
0
s2sdefault