ହେଡଲାଇନସ୍:

ଦୂରଦର୍ଶନ ର ପଞ୍ଚଷଠି ତମ ପ୍ରତିଷ୍ଠା ଉତ୍ସବ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଦୂରଦର୍ଶନ ର ପଞ୍ଚଷଠି ତମ ପ୍ରତିଷ୍ଠା ଉତ୍ସବ ସେପ୍ଟେମ୍ୱର ପନ୍ଦର ତାରିଖ ସନ୍ଧ୍ୟାରେ ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର ଷ୍ଟୁଡ଼ିଓ ରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବ କୁ ପ୍ରଦୀପ ଜାଳି ଉଦ୍ଘାଟନ କରିଥିଲେ କେନ୍ଦ୍ରର ଉପ ମହାନିର୍ଦ୍ଦେଶକ (କାର୍ଯ୍ୟକ୍ରମ )ରିଜିୱନା ଅକ୍ତାର, ଉପ ନିର୍ଦ୍ଦେଶକ (ଯାନ୍ତ୍ରିକ) ରଜତ କୁମାର ରଥ ଏବଂ ସମାଚାର ବିଭାଗର ଉପ ନିର୍ଦ୍ଦେଶକ ରାମେଶ୍ବର ନାୟକ । ପ୍ରାରମ୍ଭରେ ଉପ ମହାନିର୍ଦ୍ଦେଶକ ରିଜିୱନା ଅକ୍ତାର  ସ୍ବାଗତ ଭାଷଣ ଦେବାପରେ ମହାମହିମ ରାଷ୍ଟ୍ରପତିଙ୍କ ବାର୍ତ୍ତା ପାଠ କରାଯାଇଥିଲା । ପରେପରେ ସାସ୍ବତ ଯୋଷୀ ଙ୍କ ଓଡ଼ିଶୀ ଫ୍ଯୂଜନ ନୃତ୍ୟ ସମସ୍ତ ଙ୍କ ମନ ମୋହିନେଇଥିଲା। ତିନିଘଣ୍ଟା ଧରି ଆୟୋଜିତ ଏହି ସିଧାପ୍ରସାରଣ ରେ ପପୁ ପମପମ୍ ଙ୍କ ହାସ୍ୟ ରସ, ସମ୍ବଲପୁର ର ସମ୍ବଲପୁରୀ ନୃତ୍ୟ, ମୟୂରଭଞ୍ଜ ର ଛଉ ନୃତ୍ୟ, କଳାହାଣ୍ଡି ର ସିଙ୍ଗାରୀ ନୃତ୍ୟ ଏବଂ ଆଧୁନିକ ନୃତ୍ୟ ସହିତ ଦୂରଦର୍ଶନ ର ଟାଇଟେଲ୍ ସଙ୍ଗୀତ ଓ 'ପ୍ରଗତି ର କଥା କହେ ତ୍ରୀରଙ୍ଗା 'ଶୀର୍ଷକ ସଙ୍ଗୀତ ପରିବେଷିତ ହୋଇଥିଲା ।
ଏହି ପବିତ୍ର ଦିନ ଅବସରରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ,ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ବାର୍ତ୍ତା ପ୍ରଦର୍ଶନ କରଯାଇଥିଲା। କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ଶୋଭନା ମିଶ୍ର ଏବଂ ପୁପିନ୍ଦର । ପ୍ରଯୋଜନା କରିଥିଲେ ଦେବାଶିଷ ହାଲଦାର୍ ଏବଂ ରଚନା କରିଥିଲେ ଦିଲ୍ଲୀପ କୁମାର ସାହୁ। କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ଶ୍ରୀମତୀ ଚନ୍ଦନା ହାଲଦାର୍ , ଶିଦ୍ଧାର୍ଥ ମହାରଣା ଓ ଅଜୟ ସାହୁ ପ୍ରମୁଖ।

0
0
0
s2sdefault