ହେଡଲାଇନସ୍:

ମାଁ ସମଲେଶ୍ବରୀ , ପାଟଣେଶ୍ବରୀ , ଗୋପାଲଜୀ ମନ୍ଦିର ସହିତ ଚର୍ଚ୍ଚ ଓ କୋଶଳ କଲାମଣ୍ଡପ ର ନବୀକରଣ କାର୍ଯ୍ଯ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେଲା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗିର : ଗତ ଜୁଲାଇ ସାତ ତାରିଖ ବଲାଙ୍ଗିର ଗସ୍ତରେ ଆସି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବ୍ଯକ୍ତିଗତ ସଚିବ ତଥା ୫ଟି ସଚିବ ଭି କେ ପାଣ୍ଡିଆନ ମାଁ ସମଲେଶ୍ବରୀଙ୍କ ମନ୍ଦିର ପରିଦର୍ଶନ କରି ତାର ଉନ୍ନତିକରଣ ପାଇଁ ପ୍ରତିଶୃତି ଦେଇଥିଲେ ତା ସହିତ ସହରର ଗୋପାଲଜୀ ମନ୍ଦିର ପାଟଣେଶ୍ବରୀ ମନ୍ଦିର ର ମଧ୍ଯ ପୁନରୁଦ୍ଧାର ଓ ନବୀକରଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ତା ପରେ ଆରମ୍ଭ ହୋଇଥିଲା ମନ୍ଦିର ମାନଙ୍କର ଉନ୍ନତିକରଣ ପାଇଁ ସର୍ଭେ କାର୍ଯ୍ଯ ଯାହାକି ସର୍ଭେ କରାଯାଇ ଏବେ ତାର ବ୍ଯୟ ଅଟକଳ କରାଯାଇ କାର୍ଯ୍ଯ ପାଇଁ ଟେଣ୍ଡର ଆହ୍ବାନ କରାଯାଇଛି । ଗୋପାଜୀ ମନ୍ଦିର ପାଇଁ ୪.୭୯ କୋଟି , ମାଁ ସମଲେଶ୍ବରୀ ମନ୍ଦିର ପାଇଁ ୨.୭୩ କୋଟି , ପାଟଣେଶ୍ବରୀ ମନ୍ଦିର ପାଇଁ ୧.୦୧ କୋଟି , ମିଶନ ପଡିଆ ପାଖ ସିଏନଆଇ ଚର୍ଚ୍ଚ  ପାଇଁ  ୨.୦୫ କୋଟି , କୋଶଳ କଳାମଣ୍ଡପ ର ଉନ୍ନତିକରଣ ପାଇଁ ୩.୩୨ କୋଟି ଟଙ୍କାର ଅନୁଦାନ ଦେଇ ଟେଣ୍ଡର ଆହ୍ବାନ କରାଯାଇଛି । ଏହି ଟେଣ୍ଡର ଆହ୍ବାନ କରାଯାଇଥିବା ଜାଣି ବଲାଙ୍ଗିର ର ପୁର୍ବତନ ସାସଂଦ ତଥା ବର୍ତ୍ତମାନ ର ରାଜ୍ଯ ହାଉସିଂବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ , ପୌରାଧ୍ୟକ୍ଷା ଲିକା ସାହୁ ଏବଂ ପୌରପରିଷଦ ର ସମସ୍ତ କାଉନସିଲର ସଭ୍ଯସଭ୍ଯା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ ୫ଟି ସଚିବ ଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

0
0
0
s2sdefault