ହେଡଲାଇନସ୍:

ଜିଲ୍ଲା ଏସ୍.ଏସ୍.ବି ଅଧ୍ୟାପକଙ୍କ ଶାନ୍ତିପୂର୍ଣ୍ଣ ଧାରଣା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଏସ୍.ଏସ୍.ବି ଅଧ୍ୟାପକ ମାନେ ଆଜିକୁ ଦୀର୍ଘ ୧୨ଦିନ ହେଲା ଅର୍ଥାତ ଗୁରୁ ଦିବସ ଦିନ ଠାରୁ କଳାବ୍ୟାଜ ଧାରଣ କରି ନିଜର ଗୋଟିଏ ମାତ୍ର ଦାବି ଗ୍ରେଡ ପେ ବୃଦ୍ଧି ଯଥା ୪୬୦୦ ରୁ ୫୪୦୦ କୁ ୨୦୧୬ ମସିହା ଠାରୁ ପିଛିଲା ଭାବରେ ବୃଦ୍ଧି କରିବା ପାଇଁ ଦାବି କରିଛନ୍ତି।
ଏସ୍.ଏସ୍.ବି ରାଜ୍ୟ ସଂଘ ଓସଲା ର ସଭାପତି ସରୋଜ କାନ୍ତ ନାୟକ ଏବଂ ଡକ୍ଟର ଲମ୍ଵୋଦର ରାଉତଙ୍କ ନିର୍ଦ୍ଦେଶ କ୍ରମେ ସାରା ଓଡ଼ିଶାରେ ନିଯୁକ୍ତି ପାଇଥିବା ପ୍ରାୟ ୩୦୦୦ ଅଧ୍ୟାପକ ଅଧ୍ୟାପିକା ଶିକ୍ଷାଦାନରେ ଅବହେଳା ନ କରି ସରକାରଙ୍କୁ ଏକ ମାତ୍ର ଦାବି ଗ୍ରେଡ ପେ ବୃଦ୍ଧି ପାଇଁ ଅନୁରୋଧ କରିଛନ୍ତି। ଓଡ଼ିଶାରେ ପୁରପଲ୍ଲୀରେ ଆଦିବାସୀ ପଛୁଆ ବର୍ଗ ଅଞ୍ଚଳରେ ଉଚ୍ଚଶିକ୍ଷାର ବିକାଶ ପାଇଁ ମୁଖ୍ୟତଃ ଝିଅମାନଙ୍କ ଉଚ୍ଚଶିକ୍ଷା ପାଇଁ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସମୟରେ ଅନେକ ମହାବିଦ୍ୟାଳୟ ଖୋଲା ହୋଇଥିଲା। ପ୍ରାୟ ଅଧିକାଂଶ ମହାବିଦ୍ୟାଳୟରେ ଅଧ୍ୟାପକ ମରୁଡି ଥିଲା। କିନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରାମାଞ୍ଚଳ ଉଚ୍ଚ ଶିକ୍ଷାର ବିକାଶ ପାଇଁ ୨୦୧୬ ମସିହାରେ ଏସ୍.ଏସ୍.ବି ଅଧ୍ୟାପକ ମାନଙ୍କୁ ନିଯୁକ୍ତି ଦେଇଥିଲେ।
ଏହି ଅଧ୍ୟାପକ ମାନଙ୍କର ଚୟନ ଅତୀବ କଷ୍ଟସାଧ୍ୟ ଥିଲା ଯଥା ଲିଖିତ ପରୀକ୍ଷା , ମୌଖିକ ପରୀକ୍ଷା , ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ କରାଯାଇଥିଲା। ଯଥା ଏମ୍.ଫିଲ , ପି ଏଚ .ଡି , ଏନ୍.ଇ.ଟି ଡିଗ୍ରୀ ଧାରୀଙ୍କୁ ଗୁରୁତ୍ୱ ଦିଆଯାଇଥିଲା ଯାହାକି ଓଡ଼ିଶା ଲୋକ ସେବା ଆୟୋଗ ଚୟନ ଅଧ୍ୟାପକଙ୍କ ଠାରୁ କମ୍ ନ ଥିଲା।
କିନ୍ତୁ ଦୁଃଖ ପରିତାପର ବିଷୟ ସରକାର ଯୁକ୍ତ ତିନି ଡିଗ୍ରୀ ଅଧ୍ୟାପକ ଭାବେ ନିଯୁକ୍ତି ଦେଇ ଦୀର୍ଘ ୮ ବର୍ଷ ହେଲା ପି.ଜି.ଟି ଶିକ୍ଷକ ଏପରିକି ଆଦର୍ଶ ବିଦ୍ୟାଳୟ ଶିକ୍ଷକଙ୍କ ଠାରୁ କମ୍ ଦରମା ଦେଉଛନ୍ତି। ଏହି ଏସ୍.ଏସ୍.ବି ଅଧ୍ୟାପକ ମାନେ ନିଯୁକ୍ତି ପାଇବା ପରେ ଗ୍ରାମାଞ୍ଚଳର ଉଚ୍ଚ ଶିକ୍ଷାର ବିକାଶ ହେବା ସହିତ ଶତ ପ୍ରତିଶତ ପରୀକ୍ଷା ଫଳ ହେଲା। ଯାହାକି ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ।
ତେଣୁ ଏହି ଏସ୍.ଏସ୍.ବି ଅଧ୍ୟାପକ ମାନେ ଶିକ୍ଷାର ବାତାବରଣ ଗବେଷଣାତ୍ମକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ସହ ଉଚ୍ଚଶିକ୍ଷାକୁ ଆଗେଇ ନେଛନ୍ତି। ତେଣୁ ଏସ୍.ଏସ୍.ବି ସଂଘର ଓ ରାଜ୍ୟ ସଂଘ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ , ମାନ୍ୟବର ଉଚ୍ଚ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଅତୁନୁ ସବ୍ୟସାଚୀ ନାୟକ , ୫-ଟି ସଚିବ ଭି.କେ. ପାଣ୍ଡିଆନ , ବିଜେଡ଼ି ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଗ୍ରେଡ ପେ ବୃଧିକରି ଏସ୍.ଏସ୍.ବି ଅଧ୍ୟାପକ ମାନଙ୍କ ସମ୍ମାନ ବଜାୟ ରଖିବା ପାଇଁ ବିନୀତ ଅନୁରୋଧ କରିଛନ୍ତି। ଏହି ଦାବୀ ପୂରଣ ହେବା ପର୍ଯ୍ୟନ୍ତ ଅଧ୍ୟାପକ ଅଧ୍ୟାପିକା ମାନେ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ ଜାରୀରଖିବେ ବୋଲି କହିଛନ୍ତି।

0
0
0
s2sdefault