
ପୁରୀ (ଅନିମେଶ ପଟ୍ଟନାୟକ): ଯୁବ ନେତା ତଥା ସମାଜସେବୀ ସ୍ବାଧିନ କୁମାର ପଣ୍ଡାଙ୍କୁ ମିଳିଛି ଗୁରୁ ଦାୟିତ୍ବ । ପୁରୀ ଜିଲ୍ଲାର ମୁଖ୍ଯ ମୁଖପାତ୍ର ଭାବେ ମିଳିଛି ଏହି ଦାୟିତ୍ବ । ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ପିସିସି ମିଡ଼ିଆ ସେଲ୍ ଅଧକ୍ଷ ଗଣେଶ୍ୱର ବେହେରା ବିଧିବଦ୍ଧ ଭାବେ ସ୍ବାଧିନଙ୍କୁ ଏହି ଦାୟିତ୍ଵ ପ୍ରଦାନ କରିଛନ୍ତି । ସ୍ବାଧିନ ବିଗତ ଦିନରେ ଜନସେବା ସହ ଲୋକଙ୍କ ମୌଳିକ ସମସ୍ୟା ନେଇ ଜିଲ୍ଲା ପ୍ରଶାସନ ପାଖରେ ଦାବି ରଖିଆସିଛନ୍ତି । ଆଗକୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜନ ବିରୋଧି ନିତି ବିରୁଦ୍ଧରେ ସ୍ବର ସାଣିତ କରାଯିବ । ବିଭିନ୍ନ ପ୍ରସଙ୍ଗ ଯଥା ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା, ରତ୍ନଭଣ୍ଡାର ସମସ୍ୟା, ଐତିହ୍ୟ କରିଡ଼ର ନାମରେ ବ୍ୟାପକ ଦୁର୍ନୀତି, ଉଠା ଦୋକାନୀଙ୍କ ସମସ୍ୟା, ମାର୍କେଟ କମ୍ପ୍ଲେକ୍ସ ଦୁର୍ନୀତି, ଚିଟଫଣ୍ଡ ଜମାକାରୀ ଙ୍କ ଟଙ୍କା ଫେରସ୍ତ, ଜମିଜମା ସମସ୍ୟା ଆଦି ସମସ୍ୟା କୁ ନେଇ ସ୍ବର ଉତ୍ତଳନ କରାଯିବା ସହ ସରକାରଙ୍କୁ ଘେରାଯିବ ବୋଲି ସ୍ବାଧିନ ମତ ପ୍ରକାଶ କରିଛନ୍ତି ।
ଏହି ନିଯୁକ୍ତି ରେ ପିସିସି ସଭାପତି ସତର ପଟ୍ଟନାୟକ, ପୁର୍ବତନ ଗୃହ ମନ୍ତ୍ରୀ ପ୍ରସାଦ ହରିଚନ୍ଦନ, ମିଡିଆ ସେଲ ଅଧକ୍ଷ ଗଣେଶ୍ୱର ବେହେରା, ଜିଲ୍ଲା ସଭାପତି ଜୟନାରାୟଣ ପଟ୍ଟନାୟକ, ପୁରୀ ବିଧାନସଭା ନେତା ସୁଜିତ୍ ମହାପାତ୍ର ଙ୍କୁ ଧନ୍ୟବାଦ ଦେଉଛନ୍ତି ସ୍ବାଧିନ।








