ହେଡଲାଇନସ୍:

ଜଗତସିଂହପୁର ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟ 5T ବିଦ୍ୟାଳୟ ରୂପାନ୍ତରିକରଣ ବିଷୟରେ ଆଲୋଚନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଆଜି 5T ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ଭି.କେ.ପାଣ୍ଡିଆନ୍ ଙ୍କ ଦ୍ବାରା ଭିଡିଓ କନଫରେନ୍ସ ମାଧ୍ୟମ ରେ ରାଜ୍ୟର ଚତୁର୍ଥ ପର୍ଯ୍ୟାୟ 5T ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟର ରୂପାନ୍ତରିକରଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କ ରେ ବିଦ୍ୟାଳୟ ଅଂଶୀଦାର ମାନଙ୍କ ସହିତ ଆଲୋଚନା ହୋଇଥିଲା।ଏଥିରେ ଜଗତସିଂହପୁର ଜିଲ୍ଲାର 8ଟି ବ୍ଲକର 57 ଟି ବିଦ୍ୟାଳୟ ଅନ୍ତର୍ଭୁକ୍ତ।ଜିଲ୍ଲା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଓସଓ୍ବାନ ଭିସି ହଲ୍ ଠାରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାଓ୍ବରୀ 5T ସଚିବ ଙ୍କ ସହ ବିଦ୍ୟାଳୟ ଗୁଡିକର ସ୍ଥିତି ଏବଂ ଅଗ୍ରଗତି ଉପରେ ବିସ୍ତୃତ ଆଲୋଚନା କରିବା ସହ ଆସନ୍ତା ନଭେମ୍ବର ମାସ ଶେଷ ସୁଦ୍ଧା ସମସ୍ତ ବିଦ୍ୟାଳୟ ର ପ୍ରସ୍ତୁତି କାର୍ଯ୍ୟ ଶେଷ ହେବ ବୋଲି ସୂଚନା ଦେଇଥିଲେ।5T ସଚିବ ପ୍ରତି ବ୍ଲକର ବିଦ୍ୟାଳୟ ଅଂଶୀଦାର ମାନଙ୍କ ସହିତ ଆଲୋଚନା କରିବା ସହ ଛାତ୍ର ଛାତ୍ରୀଙ୍କ ମାନଙ୍କୁ ସେମାନଙ୍କର ଅଭିଜ୍ଞତା ବିଷୟରେ ପଚାରି ନୂତନ ଭାବେ ରୂପାନ୍ତରିତ ବିଦ୍ୟାଳୟରେ ପଢିବା ପାଇଁ ଉତ୍ସାହିତ କରିଥିଲେ ଏବଂଛାତ୍ର ଛାତ୍ରୀ ମାନଙ୍କୁ ସେମାନଙ୍କର ଭବିଷ୍ଯତ ର ଲକ୍ଷ୍ଯ ପଚାରିଥିଲେ।ପିଲାମାନେ ମଧ୍ଯ ଅତ୍ଯନ୍ତ ସୁନ୍ଦର ଭାବେ ଏହାର ଉତ୍ତର ଦେଇଥିଲେ।ସରକାରୀ ବିଦ୍ୟାଳୟରେ ପଢୁଥିବା ପିଲାମାନଙ୍କ ପାଇଁ ଡାକ୍ତରୀ ଓ ଇଂଜିନିୟରିଂ କଲେଜ ରେ 15% ସ୍ଥାନ ସଂରକ୍ଷଣ କରାଯାଇଛି ଏବଂ ଏହାର ସୁଫଳ ନେଇ ମୁଖ୍ୟମନ୍ତ୍ରୀଙ୍କ ଆମ ଓଡିଶା , ନୂଆ ଓଡିଶାର ସ୍ବପ୍ନ କୁ ସାକାର କରିବା ପାଇଁ ଆହ୍ବାନ ଦେଇଥିଲେ।ଆସନ୍ତା ନୂତନ ବର୍ଷ ରେ ପିଲାମାନେ ନୂତନ ବିଦ୍ୟାଳୟରେ ପଢିବାର ସୁଯୋଗ ପାଇବେ ଯାହାକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ।

ପୂର୍ବ 3ଟି ପର୍ଯ୍ୟାୟରେ କାର୍ଯ୍ୟକ୍ରାରୀ ହୋଇଥିବା ବିଦ୍ୟାଳୟ ଗୁଡିକ ଉପରେ ଗୁରୁତ୍ବ ଦେବା ପାଇଁ ବିଦ୍ୟାଳୟ ଅଂଶୀଦାର ମାନଙ୍କୁ ଉପଦେଶ ଦେବାସହ ନୂତନ ଭାବେ ଚତୁର୍ଥ ପର୍ଯ୍ୟାୟ ରେ କାର୍ଯ୍ୟକାରୀ ହେବାକୁ ଥିବା ସମସ୍ତ ବିଦ୍ୟାଳୟକୁ ଜମିପଟା, ବିଦ୍ୟୁତୀକରଣ, ଇଣ୍ଟରନେଟ, ରାସ୍ତା ଓ ପାନୀୟଜଳ ପରି ସବୁ ସୁବିଧା ଯୋଗାଇ ଦିଆଯିବ ବୋଲି 5Tସଚିବ କହିଥିଲେ।ଏଠାରେ ସୂଚନାଯୋଗ୍ଯ ଯେ, ଜିଲ୍ଲାର 262ଟି ଉଚ୍ଚ ବିଦ୍ୟାଳୟ ମଧ୍ଯରୁ ପ୍ରଥମ, ଦ୍ବିତୀୟ ଏବଂ ତୃତୀୟ ପର୍ଯ୍ୟାୟ ରେ 196ଟି ବିଦ୍ୟାଳୟର ରୂପାନ୍ତରିକରଣ ହୋଇସାରିଛି ଏବଂ ଚତୁର୍ଥ ପର୍ଯ୍ୟାୟ ରେ 57 ଟି ବିଦ୍ୟାଳୟର ପ୍ରକଳ୍ପ ଚାଲୁଅଛି।ଏହି 57 ଟି ବିଦ୍ୟାଳୟ ମଧ୍ଯରୁ ବାଲିକୁଦା ରେ 12ଟି,ବିରିଡି 5, ଏରସମା 8,ଜଗତସିଂହପୁର ଓ ଜଗତସିଂହପୁର ମ୍ୟୁନିସିପାଲଟି 7,କୁଜଙ୍ଗ ଓ ପାରାଦ୍ବୀପ ମ୍ୟୁନିସିପାଲଟି 6(ଗୋଟିଏ ଓଏଭି), ନାଉଗାଁ ର 5,ରଘୁନାଥପୁର ର 4 ଏବଂ ତିର୍ତ୍ତୋଲ ର 10 ଟି ବିଦ୍ୟାଳୟ ଅନ୍ତର୍ଭୁକ୍ତ। ଜିଲ୍ଲା ସ୍ତରରେ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଙ୍କ ସମେତ ଜିଲ୍ଲା ପରିଷଦ ର ମୁଖ୍ଯ ବିକାଶ ଅଧିକାରୀ ଡା. ରୁଦ୍ର ନାରାୟଣ ଦାଶ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଂଜନ ପଟ୍ଟନାୟକ,ସିନିୟର ଟେକନିକାଲ କନସଲଟାଣ୍ଟ ଶୁଭେନ୍ଦୁ ବରାଳ,କୁଙ୍ଗଜ ଠାରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ ବେହେରା, ଏବଂ ସମସ୍ତ ବ୍ଲକରେ ବିଡିଓ ଙ୍କ ସମେତ ସ୍କୁଲ ର ପ୍ରଧାନ ଶିକ୍ଷକ, ମ୍ୟାନେଜିଂ କମିଟିର କର୍ମକର୍ତ୍ତା,ସରପଞ୍ଚ, ବିଦ୍ୟାଳୟ ଆଲୁମିନି ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।

0
0
0
s2sdefault