ହେଡଲାଇନସ୍:

ପୁଇଁତଳା ବ୍ଳକ ପରିସରରେ ରାଜ୍ଯ ସରକାରଙ୍କ ମିଶନ୍ ଶକ୍ତି ଲୋନ୍ ମେଳା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗିର (ସନ୍ତୋଷ କୁମାର ଠାକୁର ): ଆଜି ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଳକ ପରିସରରେ ରାଜ୍ଯ ସରକାରଙ୍କ ମିଶନ୍ ଶକ୍ତି ଲୋନ୍ ମେଳା ଅନୁଷ୍ଠିତ ହୋଇଯାଇଛି l ଏଥିରେ ପ୍ରାୟ ୨୫ ରୁ ୩୦ ଜଣ ଏସ୍ ଏଚ୍ ଜି ମହିଳା ଗୋଷ୍ଠୀ ଙ୍କୁ ବିନା ସୁଧରେ ରୁଣ ପ୍ରଦାନ କରାଯାଇଥିଲା l ରାଜ୍ଯ ସରକାର ଏସ୍ ଏଚ୍ ଜି ମହିଳା ମାନଙ୍କୁ ବିନା ସୁଧ ରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୁଣ ପ୍ରଦାନ କରୁଥିବା ବେଳେ ମାଁ ମାନଙ୍କୁ ସଙ୍ଗଠିତ ଓ ତାଙ୍କର ସୁରକ୍ଷା ପ୍ରଦାନ ଏହି ଲୋନ୍ ମେଳା ର ଉଦ୍ଦେଶ୍ୟ ବୋଲି କୁହାଯାଇଛି l ରୁଣ ଟଙ୍କାରେ ମହିଳା ମାନେ କିପରି ଆତ୍ମନିର୍ଭରଶୀଳ ହୋଇପାରିବେ ସେ ନେଇ ଅତିଥି ମାନେ ବୁଝାଇ ଥିଲେ l ପୁଇଁତଳା ପଞ୍ଚାୟତ ସମିତି ଅଧ୍ୟକ୍ଷ ସରୋଜ କୁମାର ପ୍ରଧାନ ଙ୍କ ଆୟୋଜନ ରେ ଅନୁଷ୍ଠିତ ଏହି ରୁଣ ମେଳା ରେ ଆଖପାଖ ଗ୍ରାମର ବହୁ ଏସ୍ ଏଚ୍ ଜି ମହିଳା ମାନେ ଯୋଗ ଦେଇଥିଲେ।

0
0
0
s2sdefault