ଭୁବନେଶ୍ୱର ; ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଲେଖିକା ତଥା ସାମ୍ବାଦିକା ଗୀତା ମେହେଟ୍ଟାଙ୍କ ଆଜି ନୂଆଦିଲ୍ଲୀଠାରେ ପରଲୋକ ହୋଇଯାଇଛି । ତାଙ୍କୁ ୮୦ ବର୍ଷ ହୋଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ଏକମାତ୍ର ଝିଅ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବଡ଼ ଭଉଣୀ ଶ୍ରୀମତୀ ମେହେଟ୍ଟା ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ ।
ବିଜୁ ପଟ୍ଟନାୟକ ଏବଂ ଜ୍ଞାନ ପଟ୍ଟନାୟକଙ୍କର ଦ୍ୱିତୀୟ ସନ୍ତାନ ଗୀତା ମେହେଟ୍ଟା ୧୯୪୩ ମସିହାରେ ସେ ଜନ୍ମଗ୍ରହଣ କରିଥିଲେ । ଭାରତରେ ଶିକ୍ଷା ଲାଭ କରିବା ପରେ ସେ ବି୍ରଟେନର କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ଉଚ୍ଚତର ଶିକ୍ଷା ଲାଭ କରିଥିଲେ । ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ପ୍ରକାଶକ ସୋନି ମେହେଟ୍ଟାଙ୍କୁ ସେ ବିବାହ କରିଥିଲେ । ତାଙ୍କ ଦ୍ୱାରା ରଚିତ ୫ଟି ଯାକ ବେଷ୍ଟ ସେଲର ପୁସ୍ତକ କର୍ମା କୋଲା, ସ୍ନେକ ଆଣ୍ଡ ଲ୍ୟାଡର୍ସ, ଏ ରିଭର ସୂତ୍ର, ରାଜ ଏବଂ ଦ ଏଟରନାଲ୍ ଗଣେଶ ଅନ୍ତର୍ଜାତୀୟସ୍ତରରେ ଚହଳ ସୃଷ୍ଟି କରିଥିଲା । ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରାପ୍ତ ହୋଇଥିବା ପଦ୍ମଶ୍ରୀ ପୁରସ୍କାରକୁ ଗତ ୨୦୧୯ ମସିହାରେ ଫେରାଇ ଚର୍ଚ୍ଚାରେ ରହିଥିଲେ ଶ୍ରୀମତୀ ମେହେଟ୍ଟା ।୨୦୧୯ ମସିହାରେ ସ୍ୱାମୀଙ୍କର ମୃତୁ୍ୟ ହୋଇଥିଲା ।
ରାଜ୍ୟ
ଗୀତା ମେହେଟ୍ଟାଙ୍କ ପରଲୋକ
- Hits: 716








