ହେଡଲାଇନସ୍:

ସେବାଶ୍ରମ ବିଦ୍ୟାଳୟ ରେ ଅଭିଭାବକ ଆମ ଅଂଶୀଦାର କାର୍ଯ୍ୟକ୍ରମ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁବର୍ଣ୍ଣପୁର:( ଆର୍ତ୍ତତ୍ରାଣ ମହାପାତ୍ର): ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଆନୁକୁଲ୍ଯରେ ଜିଲ୍ଲା ମଙ୍ଗଳ ବିଭାଗ ଦ୍ୱାରା ଜିଲ୍ଲାର ବିଭିନ୍ନ ସେବାଶ୍ରମ ବିଦ୍ୟାଳୟ ରେ ଅଭିଭାବକ ଆମ ଅଂଶୀଦାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ନୋଡାଲ ଅଧିକାରୀ ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ସରପଞ୍ଚ ମଲ୍ଲିକମୁଣ୍ଡା ଶ୍ରୀମତୀ ଜ୍ୟୋତ୍ସ୍ନାମୟୀ ମେହେର , ସାଗରପାଲି ସେବାଶ୍ରମ ସ୍କୁଲ ସଭାପତି ଶଙ୍କର ମେହେର , କାର୍ଯ୍ୟକ୍ରମ ତାଲିମ ଦାତା ପ୍ରଧାନ ଶିକ୍ଷକ ସେବାଶ୍ରମ ବିଦ୍ୟାଳୟ କୁଞ୍ଜପାଲି ଶୁଭ୍ରାଂଶୁ ଶେଖର ପଣ୍ଡା , ଏବଂ ପ୍ରଧାନ ଶିକ୍ଷକ ସାଗରପାଳି ସେବାଶ୍ରମ ବିଦ୍ୟାଳୟ କଲ୍ୟାଣୀ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ।ଅଭିଭାବକ ଆମ ଅଂଶୀଦାର କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଆମେ ଜାଣିବା, ଆମେ ଜିଣିବା, ବିଷୟ ଉପରେ ଅତିଥିମାନେ ଆଲୋକପାତ କରି ଅଭିଭାବକ ଓ ଛାତ୍ର ଛାତ୍ରୀଙ୍କ ସହ ଭାବ ବିନିମୟ କରିଥିଲେ । ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ହେଲା ଛାତ୍ରାବାସରେ ରହୁଥିବା ଛାତ୍ର ଛାତ୍ରୀ ଙ୍କ ଶିକ୍ଷା ସହ ସ୍ୱାସ୍ଥ୍ୟ,ପରିମଲ ତଥା ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ସୁଯୋଗ ର ଉପଲବ୍ଧତା କୁ ଅଭିଭାବକମାନେ ଜାଣିବା ସହ ଶିକ୍ଷା ଅନୁଷ୍ଠାନର ଉନ୍ନତି ରେ ସେମାନଙ୍କ ର ଦାୟିତ୍ଵ ଓ କର୍ତବ୍ୟ ଗୁରୁତ୍ୱ କୁ ଉପଲବ୍ଧ କରିବା । ଏହି ଅବସରରେ ଜିଲ୍ଲାର ବିଭିନ୍ନ ବିଭାଗ ର ଅଧିକାରୀ ବୃନ୍ଦ ସମ୍ପୃକ୍ତ ବିଭାଗ ର ଜନକଲ୍ଯାଣ କାର୍ଯ୍ୟକ୍ରମ ର ସୂଚନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ବିଦ୍ୟାଳୟ ରେ ପଢୁଥିବା ଛାତ୍ରଛାତ୍ରୀ ଙ୍କ ଅଭିଭାବକ ବୃନ୍ଦ,ବିଦ୍ୟାଳୟ କମିଟି ସଦସ୍ୟ /ସଦସ୍ୟା , ଛାତ୍ରଛାତ୍ରୀ ତଥା ଗ୍ରାମର ଭଦ୍ରବ୍ୟକ୍ତି ଅଂଶଗ୍ରହଣ କରିଥିଲେ । ବିଭିନ୍ନ ବିଭାଗ ତରଫରୁ ପ୍ରଦର୍ଶନୀ ମଣ୍ଡପ ଖୋଲାଯାଇଥିବା ବେଳେ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଦିବସ ନିମନ୍ତେ ଅନୁଷ୍ଠିତ ବକୃତା , ଚିତ୍ରାଙ୍କନ, ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗୀତା ର କୃତି ଛାତ୍ରଛାତ୍ରୀ ଙ୍କ ସହ ଅଭିଭବକ/ ଅଭିଭାବିକା ଙ୍କ ମଧ୍ୟରେ ହୋଇଥିବା ଝୋଟି ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପ୍ରମାଣ ପାତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ସାଗରପାଳି ସେବାଶ୍ରମର ଶିକ୍ଷୟିତ୍ରୀ ଶ୍ରୀମତୀ ମାଧବୀ ଦାନି ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଅନୁରୂପ ଭାବେ ଆଜି ମକୁନ୍ଦପୁର ସେବାଶ୍ରମ, ମେଣ୍ଡା ସେବାଶ୍ରମ, ଓ ପାଣିମୁରା ସେବାଶ୍ରମ ଠାରେ ଅଭିଭାବକ ଆମ ଅଂଶୀଦାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲା ସ୍ତରରୁ ନୋଡାଲ ଅଧିକାରୀ ଭାବେ ଯଥାକ୍ରମେ ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରସନ୍ନ ପଟ୍ଟନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଅକ୍ଷୟ ଜେନା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ ପ୍ରମୁଖ ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିଲେ l

0
0
0
s2sdefault