ହେଡଲାଇନସ୍:

ତ୍ରି-ଦିବସୀୟ ବ୍ଳକ୍ ଏବଂ ଜୋନାଲ ସ୍ତରୀୟ କ୍ରୀଡା ମହୋତ୍ସବ ଅନୁଷ୍ଠିତ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ହିଞ୍ଜିଳିକାଟୁ ;  ହିଞ୍ଜିଳିକାଟୁ ପୌର ପରିଷଦ ସ୍ଥିତ ସରକାରୀ ବୃନ୍ଦାବନ ମିନି ଷ୍ଟାଡିୟମ ଠାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଏସ. ଗିରିଧାରଙ୍କ ତତ୍ତ୍ୱାବଧାନରେ ତ୍ରି-ଦିବସିୟ ବ୍ଳକ୍ ଏବଂ ଜୋନାଲ ସ୍ତରୀୟ କ୍ରୀଡା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରୀଡା ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ଶ୍ରୀ ସୁବ୍ରତ କୁମାର ଜେନା, ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜୁବୁଲି ଚରଣ ବେହେରା, ଅତିରିକ୍ତ ତହସିଲଦାର ସୋନାଲି ଦଳାଇ ଯୋଗ ଦେଇ ପତାକା ଉତ୍ତୋଳନ ସହ କ୍ରୀଡା ମସାଲ ପ୍ରଜ୍ବଳନ କରିବା ସହ ଶୁଭ ଉଦଘାଟନ କରିଥିଲେ । ପ୍ରଥମ ଦିବସ କ୍ରୀଡା ଉତ୍ସବରେ ହିଞ୍ଜିଳି ବ୍ଳକ୍ ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର କ୍ରୀଡ଼ା ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ପ୍ରଥମ ଦିନରେ ଏହି ଖେଳ ପ୍ରତିଯୋଗିତାରେ ୧ଶହ ମିଟର,୨ଶହ ମିଟର,୪ଶହ ମିଟର ,୮ସହ ମିଟର ଦୌଡ ସହ ଲମ୍ବଡିଆଁ,ଉଚ୍ଚଡିଆଁ,ଗୋଳାଫିଙ୍ଗା ,ଥାଳିଆ ଫିଙ୍ଗା, ବର୍ଚ୍ଚା ଫିଙ୍ଗା, କବାଡି,ଖୋଖୋ ଫୁଟ ବଲ ଓ ଯୋଗାସନ ଆଦି କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତା ଦୁଇ ଦିନ ପଯ୍ୟନ୍ତ ଚାଲୁ ରହିବ । ଶେଷ ଦିନ ଅର୍ଥାତ ତା ୧୮/୦୯/୨୩ରିଖରେ ଜୋନାଲ ସ୍ତରୀୟ କ୍ରୀଡା ପ୍ରତିଯୋଗିତାର କାର୍ଯ୍ୟକ୍ରମ ରହିଛି । ଏହି କ୍ରୀଡା ଉତ୍ସବରେ ସାପୁଆପୋଲି ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଦୁର୍ଗାମାଧବ ପଣ୍ଡା, କଞ୍ଚୁରୁ ହାଇସ୍କୁଲର ବିଜୁ ପଟ୍ଟନାୟକ, ସରକାରୀ ବୃନ୍ଦାବନ ଉଚ୍ଚ ବିଦ୍ୟାଳୟର ବଟକୃଷ୍ଣ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗଣ୍ଡଳା ଉଚ୍ଚ ବିଦ୍ୟାଳୟର ଶମ୍ଭୁ ପ୍ରିୟା ରାଉତ, ଖଣ୍ଡରା ଉଚ୍ଚ ବିଦ୍ୟାଳୟର ହିମାଂଶୁ ଜାନି, ସାରୁ ହାଇସ୍କୁଲର ସମୀର ବେହେରା ,ଓଡିଶା ଆଦର୍ଶ ବିଦ୍ୟାଳୟର ଅମ୍ବିକା ପ୍ରଶାଦ ଦାଶ, ଦୟାପଲ୍ଲୀର ଉତ୍ତମ ଜେନା, ପୋଡ଼ଙ୍ଗୀର ଅନିଲ ମାଲିକ,ବାଳକୃଷ୍ଣପୁରର ପ୍ରଜ୍ଞା ପ୍ରିୟଦର୍ଶନୀ ପାଣିଗ୍ରାହୀ,ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟର ପୁଷ୍ପାଞ୍ଜଳି ସେଠୀ, ଖରିଡା ଉଚ୍ଚ ବିଦ୍ୟାଳୟର ସୁଶାନ୍ତ ନାୟକ, ଏନ.ଏ.ସି ହାଇସ୍କୁଲର ତପନ ପାଣିଗ୍ରାହୀ ପ୍ରମୁଖଙ୍କ ସମେତ ବିଭିନ୍ନ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ ।

0
0
0
s2sdefault