ହେଡଲାଇନସ୍:

ମଞ୍ଚ କଳାକାରଙ୍କ ବିୟୋଗରେ ସ୍ମୃତିଚାରଣ ସଭା

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡିର ବରିଷ୍ଟ କଳାକାର ନରସିଂହ ଖୁଣ୍ଟିଆଙ୍କ ବିୟୋଗରେ ସ୍ଥାନୀୟ କରଣ ସାହି ସ୍ଥିତ ବିଜୟ କ୍ଳବ୍ ପରିସରରେ ଏକ ସ୍ମୃତିଚାରଣ ତଥା ଶୋକସଭା ଆୟୋଜିତ ହୋଇଯାଇଛି।
କ୍ରିଏଟିଭ ଆର୍ଟସ ସଭାପତି ନୃସିଂହ ଚରଣ ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜତ ଏହି ସଭାରେ ଅନୁଷ୍ଠାନର ସଂପାଦକ ମୋନଜ ପାଢ଼ୀଙ୍କ ସମେତ ବହୁ ମଞ୍ଚ କଳାକାର ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୃତିଚାରଣ କରିଥିଲେ। ସ୍ୱର୍ଗତ ଖୁଣ୍ଟିଆ ଜଣେ ମିଷ୍ଟଭାଷୀ ବ୍ୟକ୍ତି ତଥା ମଞ୍ଚ କଳାକାର ଥିଲେ।
ବିଶେଷ କରି ସେ ସବୁବେଳେ ମଞ୍ଚର ନେପଥ୍ୟାରେ ରୂପସଜ୍ଜା ମାଧ୍ୟମରେ ନିଜର ନିପୂଣ ପ୍ରତିଭାକୁ ପ୍ରସ୍ଫୁଟିତ କରୁଥିଲେ। ପ୍ରତିବର୍ଷ ପାରଳା ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ମଞ୍ଚ ପରିଚାଳନାରେ ଗୁରୁତ୍ଵପୁର୍ଣ୍ଣ ଭୂମିକା ନିଭାଉଥିଲେ।
ତରଙ୍ଗରଙ୍ଗ ନାଟ୍ୟ ଅନୁଷ୍ଠାନ ସହ ମଧ୍ୟ ସେ ବହୁ ନାଟକରେ ସେ ଅଭିନୟ କରିଥିଲେ। ଅନେକ ଜିଲ୍ଲା ସ୍ତରୀୟ , ରାଜ୍ୟ ସ୍ତରୀୟ ଓ ବହୁଭାଷୀ ଜାତୀୟ ନାଟକ ପ୍ରତିଯୋଗୀତା ଗୁଡ଼ିକରେ ରୂପସଜା ସହ ମଞ୍ଚ ପରିଚଳନା କରିଥିଲେ। ତାଙ୍କ ବିୟୋଗ ପାରଳା ନାଟ୍ୟ ଜଗତ ରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଥିବା ବେଳେ ଆଗମୀ ଦିନରେ ସ୍ୱର୍ଗତ ଖୁଣ୍ଟିଆଙ୍କ ସ୍ମୃତି ସଂଧ୍ୟା ଆୟୋଜନ କରିବା ପାଇଁ ପ୍ରସ୍ତାବ ସହ ସଭା ସାଙ୍ଗ ହୋଇଥିଲା।
କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଆଦର୍ଶ ଦାସ , ଅର୍ଜୁନ ନାୟକ , ଜଟିଆ ଗୌଡ , ଶୁଭ୍ରାଂଶୁ ଶେଖର ପଟ୍ଟନାୟକ , ହର ପ୍ରସାଦ ତ୍ରୀପାଠୀ , ମାତଙ୍ଗିନୀ ଗୁରୁ , କିଶୋର ଦାସ , ଜ୍ଞାନ ରଞ୍ଜନ ଦାସ , ହରିହର ପଟ୍ଟନାୟକ , ଶିବ ପ୍ରଧାନ , ସତ୍ୟ ପଡ଼ିୟାରୀ , ଡି.ମୋହନ ରାଓ , ବାଳକୃଷ୍ଣ ପାଣିଗ୍ରାହି ପ୍ରମୁଖ ଉପସ୍ଥି ଥିଲେ।

0
0
0
s2sdefault