ହେଡଲାଇନସ୍:

ମାତୃ ଭୂମି ଓ ମାତୃ ଭାଷା କୁ ଭଲ ପାଇବା ହିଁ ଗଙ୍ଗାଧରଙ୍କ ପ୍ରତି ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜମନକିରା ସ୍ନାତକ ମହାବିଦ୍ୟାଳୟର ମେହେର ଜୟନ୍ତୀ ରେ ବକ୍ତା ଙ୍କ ମନ୍ତବ୍ୟ

ଜମନକିରା/ଲିପନ ନାୟକ :ସମ୍ବଲପୁର ଜିଲ୍ଲା ଜମନକିରା ର ସ୍ନାତକ ମହାବିଦ୍ୟାଳୟ ରେ ଅଧ୍ୟକ୍ଷ ଅରୁଣ କୁମାର ପଟେଲ ଙ୍କ ସଭାପତିତ୍ବରେ ସମାରୋହର ସହ ପାଳିତ ହୋଇ ଯାଇଛି ।ପ୍ରାରମ୍ଭରେ ମୁଖ୍ୟ ଅତିଥି ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ ଓ ଅଧ୍ୟାପକ,ଅଧ୍ୟାପିକା ଗଣ ମେହେର ଙ୍କ ତୈଳ ଚିତ୍ର ଙ୍କୁ ମାଲ୍ୟାର୍ପଣ ଓ ଦୀପଦାନ କରି ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ ।।ଏଥିରେ ଅତିଥି ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ ଭାଷଣ ଦେଇ ମାତୃ ଭୂମି ଓ ମାତୃଭାଷା କୁ ଖୋଲା ହୃଦୟରେ ଭଲ ପାଇବା ହିଁ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଂଜଳି ବୋଲି କହିଥିଲେ ।ଓଡ଼ିଆ ଅଧ୍ୟାପିକା ଡ଼. ତୃପ୍ତି ମିଶ୍ର ମେହେର ଙ୍କ ଜୀବନୀ ଓ ସାହିତ୍ୟ ଉପରେ ଆଲୋଚନା କରିଥିଲେ । ଅଧ୍ୟାପକ ପ୍ରଦୀପ କୁମାର ପଣ୍ଡା ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଛାତ୍ରୀ ଗଣ ସ୍ବର୍ଗତ ସଙ୍ଗୀତ ସହ ମେହେର ସଙ୍ଗୀତ ମଧ୍ୟ ଗଣ କରି ପରିବେଶ କୁ ମଧୁମୟ କରିଦେଇଥିଲେ । ପୂର୍ବରୁ ଆୟୋଜିତ ପ୍ରବନ୍ଧ ଲିଖନ ଓ ମେହେର ସଙ୍ଗୀତ ଗାନ ପ୍ରତିଯୋତାର କୃତି ପ୍ରତିଯୋଗୀ ଙ୍କୁ କାର୍ଯ୍ୟକ୍ରମରେ ଶ୍ରୀ ନାୟକ ପୁରସ୍କୃତ କରିଥିଲେ ।ଶେଷରେ ଅଧ୍ୟାପିକା ଅରୁଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

 

0
0
0
s2sdefault