ହେଡଲାଇନସ୍:

ରାସନକାର୍ଡ଼ରୁ ବଞ୍ଚିତ ଲବଙ୍କ ପରିବାର: ଧ୍ୟାନ ଦେବେ କି ମୋ ସରକାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଛୁଆ ଦିଟାର କଥା ଚିନ୍ତା କରି ଦୟା ପରବଶ ହେଉ ପ୍ରଶାସନ

କୁଚିଣ୍ଡା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ବକ୍ସମା ଗ୍ରାମପଞ୍ଚାୟତ ଲାଡ଼ ଗ୍ରାମର ଲବ କିସାନ(୩୫)ଙ୍କ ପରିବାର ଖାଦ୍ୟ ସୁରକ୍ଷା ଯୋଜନାରେ ରାସନ ପାଇବାରୁ ବଞ୍ଚିତ ହୋଇଛନ୍ତି l ଲବ ଆଦିବାସୀ ସମ୍ପ୍ରଦାୟର ହୋଇଥିବା ବେଳେ ମୂଲ ଲାଗି ପରିବାର ପ୍ରତି ପୋଷଣ କରୁଛନ୍ତି l ପରିବାର କହିଲେ ସ୍ତ୍ରୀ ସଦାମିନି କିସାନ(୨୭), ବଡ଼ ଝିଅ ପୁନମ କିସାନ(୭) ଓ ସାନ ପୁଅ ଜୟଶ କିସାନ(୫) l ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହେବାପାଇଁ ଲବ ଅନେକ ଥର ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟକୁ ଯାଇ ସରକାରୀ ବାବୁଙ୍କୁ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନି l ଏହି ଗରିବ ପରିବାରକୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରି ରାସନ ପ୍ରଦାନ କରିବାକୁ ଦାବି ହେଉଛି l

0
0
0
s2sdefault