ହେଡଲାଇନସ୍:

ରାଜ୍ୟ ସରକାରଙ୍କ ପ୍ରତିଶୃତି ପ୍ରତାରଣାରେ ପରିଣତ : ଏନପିଏସ ଶିକ୍ଷକଙ୍କ ଯୋରଦାର ଆନ୍ଦୋଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଦ୍ୟାଳୟରେ ତାଲା : ପାଠପଢା ମଧ୍ୟାହ୍ନ ଭୋଜନ ଠପ୍ 

ନିଶ୍ଚିନ୍ତକୋଇଲି(ଶାସକ ପ୍ରଶାସକ): ରାଜ୍ୟ ସରକାର ଶୈକ୍ଷିକ ବ୍ୟବସ୍ଥାକୁ ବିକଶିତ କରିବା ପାଇଁ ବାରମ୍ବାର ପ୍ରୟାସ କରୁଥିଲେ ମଧ୍ୟ ସମଗ୍ର ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ିବାକୁ ବସିଲାଣି । ରାତି ପାହିଲେ ଶିକ୍ଷକମାନେ ଏବେ ବିଦ୍ୟାଳୟକୁ ଛାତ୍ର ଛାତ୍ରୀମାନଙ୍କୁ ପାଠ ପଢାଇବାକୁ ଯିବା ବଦଳରେ କେଉଁଠି ବିଇଓ ଅଫିସ ସମ୍ମୁଖରେ ତ କେଉଁଠି ଭୁବନେଶ୍ୱର ସ୍ଥିତ ଲୋୟର ପିଏମଜି ଠାରେ ଧାରଣାରେ ବସିଲେଣି । ଫଳରେ ଦିନକୁ ଦିନ ସରକାରୀ ବିଦ୍ୟାଳୟ ଗୁଡ଼ିକରେ ତାଲା ପଡ଼ିବା ସହ ଅଭିଭାବକ ମାନେ ସରକାରୀ ବିଦ୍ୟାଳୟ ପରିବର୍ତେ ଘରୋଇ ବିଦ୍ୟାଳୟକୁ ପିଲାମାନଙ୍କୁ ନେବା ପାଇଁ ନିଷ୍ପତି ନେଇ ସାରିଲେଣି ବୋଲି ବୁଦ୍ଧୀଜୀବୀ ମହଲରେ ଯୋରଦାର ଆନେ୍ଦାଳନ ଚାଲିଲାଣି । ଏଭଳି ପରିସ୍ଥିତିରେ ରାଜ୍ୟ ସରକାରଙ୍କୁ ଜାଗ୍ରତ ହେବା ପାଇଁ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି । ଯାହାର ଏକ ନଗ୍ନ ନମୁନା ଦେଖିବାକୁ ମିଳିଛି ନିଶ୍ଚିନ୍ତକୋଇଲି ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ରାଜ୍ୟ ସଂଘ ଆହ୍ୱାନ କ୍ରମେ ନିଶ୍ଚିନ୍ତକୋଇଲି ବ୍ଲକ ଶାଖା ଏନପିଏସ ଶିକ୍ଷକ ସଂଘ ପକ୍ଷରୁ ୩ ଦଫା ଦାବିରେ ତୃତୀୟ ଦିନ ଆନ୍ଦୋଳନ ଜୋରଦାର ହୋଇଛି । ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ୩ଶହରୁ ଉଦ୍ଧ୍ୱର୍ ଶିକ୍ଷକ ଶିକ୍ଷୟିତ୍ରୀମାନେ ଧାରଣା ଦେଇ ସରକାରଙ୍କର ଶିକ୍ଷକମାନଙ୍କ ପ୍ରତି ରହିଥିବା ବୈମାତୃକ ମନୋଭାବ ବିରୋଧରେ ତୀବ୍ର ପ୍ରତିବାଦ କରିଛନ୍ତି । ଏହି ବ୍ଲକ ଅଧିନରେ ଥିବା ମୋଟ୍ ୧୮୩ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟରୁ ୪୦ରୁ ଉଦ୍ଧ୍ୱର୍ ବିଦ୍ୟାଳୟରେ ତାଲା ଝୁଲୁଥିବା ଜଣାଯାଇଛି । ଏହି ବ୍ଲକ ଅଧିନସ୍ଥ ମୋଟ୍ ୨୨ଜଣ ସିଆରସିସି ମାନଙ୍କ ମଧ୍ୟରୁ ୧୮ ଜଣ ସିଆରସିସି ଏହି ଆନେ୍ଦାଳନରେ ସାମିଲ ହୋଇଥିବାରୁ ପ୍ରକୃତରେ କେତେ ବିଦ୍ୟାଳୟ ବନ୍ଦ ରହିଛି ସେ ସଂକ୍ରାନ୍ତରେ ସଠିକ୍ ତଥ୍ୟ ମଣ୍ଡଳ ଶିକ୍ଷାଧିକାରୀ ଦେଉନାହାଁନ୍ତି । ସିଆରସିସି ମାନେ ବିଦ୍ୟାଳୟ ପରିଚାଳନା କରୁନଥିବା ବେଳେ ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀମାନେ ମଧ୍ୟ ବିଦ୍ୟାଳୟ ପରିଦର୍ଶନ ରେ ନଯାଇ ଅଫିସରେ ବସି ରହୁଥିବାରୁ କେତେ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବନ୍ଦ ରହିଛି , କେତେ ବିଦ୍ୟାଳୟରେ ତାଲା ଝୁଲୁଛି ତାହାର ସଠିକ୍ ତଥ୍ୟ କାର୍ଯ୍ୟାଳୟରେ ନଥିବା ଜଣାଯାଇଛି । ଏହି ବ୍ଲକରେ ୪୧ଗୋଟି ପ ।ୟତ ରହିଥିବାବେଳେ ଅନେକ ବିଦ୍ୟାଳୟ ବିଇଓ କାର୍ଯ୍ୟାଳୟ ଠାରୁ ୨୦ ରୁ ୨୫ କିଲୋମିଟର ଦୂରରେ ଅବସ୍ଥିତ ହୋଇଥିବାରୁ ସେ ସବୁ ବିଦ୍ୟାଳୟ ଖୋଲୁଛି କି ବନ୍ଦ ରହୁଛି ତାହା ଜଣାପଡ଼ିନାହିଁ । ଅପରପକ୍ଷରେ ଯେଉଁ ବିଦ୍ୟାଳୟ ଗୁଡ଼ିକ ଖୋଲା ରହୁଛି ସେଥିରେ ଜଣେ କିମ୍ବା ୨ଜଣ ଲେଖାଏଁ ଶିକ୍ଷକ ରହୁଥିବାରୁ ସେମାନେ କେବଳ ଛାତ୍ର ଛାତ୍ରୀମାନଙ୍କୁ ଜଗି ବସୁଛନ୍ତି । ଫଳରେ ବିଭିନ୍ନ ସ୍କୁଲ ପରିଚାଳନା କମିଟିର ସଭାପତି ଓ କର୍ମକର୍ତାମାନେ ସରକାରଙ୍କ ଏଭଳି ଶିକ୍ଷକ ମାରଣା ନୀତିକୁ ନିନ୍ଦା କରୁଥିବାବେଳେ ବିଦ୍ୟାଳୟରେ ଶିକ୍ଷାଦାନ ହୋଇପାରୁନଥିବାରୁ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ସଠିକ୍ ଭାବେ କରାଯାଇପାରୁନଥିବାରୁ ବହୁ ଛାତ୍ର ଛାତ୍ରୀମାନେ ଅସନ୍ତୋଷ ପ୍ରକଟ କରି ଭୋକ ଉପାସରେ ଘରକୁ ଫେରୁଥିବା ଦେଖିବାକୁ ମିଳିଛି । ଶିକ୍ଷକଙ୍କ ଧାରଣା ସ୍ଥଳରେ ନାରାୟଣ ଚାନ୍ଦଙ୍କ ସଂଯୋଜନାରେ ଆୟୋଜିତ ଏକ ପ୍ରତିବାଦ ସଭାରେ ମିନତୀ ନାୟକ, ରାବେୟା ସରୱର, ପ୍ରଭାସିନୀ ପଣ୍ଡା, ଅନନ୍ତ କୁମାର ପଣ୍ଡା, ଅଲେଖଚନ୍ଦ୍ର ବାରିକ, ପ୍ରଭାକର ସ୍ୱାଇଁ, ଜ୍ଞାନେନ୍ଦ୍ର ରାଉତରାୟ , ଅକ୍ଷୟ କାଣ୍ଡି ,ଅଶୋକ ଗୋଚ୍ଛାୟତ , ସୀତାକାନ୍ତ ସାମଲ, ଏମଡ଼ି ମହମ୍ମଦ ଓଷମା, ସାବିର ଅଲ୍ଲୀ, ମନୋଜ ବେହେରା, ସୂର୍ଯ୍ୟକାନ୍ତ ମହାନ୍ତି, ଗୁଲାମ ମେହେନ୍ଦୀ ହୁସେନ୍, ଶିକ୍ଷକ ନେତା ଶାରଦାପ୍ରସନ୍ନ ଆଚାର୍ଯ୍ୟ , ସାନ୍ତନୁ କୁମାର କରଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ସରକାରଙ୍କର ଶିକ୍ଷକ ମାନଙ୍କ ପ୍ରତି ରହିଥିବା ବୈମାତୃକ ମନୋଭାବ ସଂକ୍ରାନ୍ତରେ ଆଲୋଚନା କରିବା ସହିତ ଦାବି ପୂରଣ ନହେଲା ପର୍ଯ୍ୟନ୍ତ ଶିକ୍ଷକ ସଂଗଠନକୁ ମଝବୁତ୍ କରାଯାଇ ଆନେ୍ଦାଳନ ଜାରି ରହିବ ବୋଲି ପ୍ରକାଶ କରିଥିଲେ ।

0
0
0
s2sdefault