ହେଡଲାଇନସ୍:

''ପ୍ରଗତି'' ମହିଳା ସଙ୍ଗଠନ ଆନୁକୁଲ୍ୟରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଉପ-କାରାଗାରରେ ''ପ୍ରଗତି'' ଆନୁକୁଲ୍ୟରେ ଏକ ଆକର୍ଷଣୀୟ ''ରକ୍ଷା ବନ୍ଧନ'' କାର୍ଯ୍ୟକ୍ରମ ଅନ୍ତେବାସୀଙ୍କ ଗହଣରେ ଆୟୋଜନ କରାଯାଇଛି। ଉପ-କାରାଗାରର ଅଧ୍ୟକ୍ଷ ହନୁ ସେଠୀ , ଉପାଧ୍ୟକ୍ଷ ପ୍ରଭାତ କୁମାର ସାହୁଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା , ମୁଖ୍ୟବକ୍ତା ନରସିଂହ ଗୌଡ଼ , ସ୍ଵତନ୍ତ୍ର ଅତିଥି ଲିଙ୍ଗରାଜ ପାଣିଗ୍ରାହୀ , ପ୍ରଗତିର ସମ୍ପାଦିକା ତନୁଜା ଶତପଥୀ , ମାନସୀ ପଣ୍ଡା , ବିଶିଷ୍ଟ ଅତିଥି ଭାଗବତ ପାଢ଼ୀ ଯୋଗ ଦେଇ ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଭାଇ ଭଉଣୀ ର ପବିତ୍ର ସମ୍ପର୍କ ଏବଂ ନାରୀ ସଶକ୍ତିକରଣର ସାମାଜିକ କର୍ତ୍ତବ୍ୟ ସମ୍ପର୍କରେ ପ୍ରାଞ୍ଜଳ ଭାବେ ବ୍ୟକ୍ତ କରିଥିଲେ।
ପାୟଲ ପାତ୍ର , ରାଜେଶ୍ୱରୀ ସ୍ୱାଇଁ , ଶୁଭଶ୍ରୀ ସାହୁ , ରାଧାରାଣୀ ଗୌଡ଼ ପ୍ରଭୃତି ଯୋଗଦାନ କରି ରକ୍ଷାବନ୍ଧନର ତାତ୍ବିକ ଆଲୋଚନା କରିଥିଲେ। ଏହି ଅବସରରେ ଅନ୍ତ୍ୟେବାସୀ ଙ୍କ ଦ୍ଵାରା ବକୃତା , ପ୍ରବନ୍ଧ , କଣ୍ଠ ସଙ୍ଗୀତ , ଏକକ ଅଭିନୟ , ଝୋଟୀ , ହୁଳହୁଳି ପ୍ରଭୃତି ପ୍ରତିଯୋଗିତା ହୋଇଥିଲା ଯେଉଁମାନେ ବିଜୟ ହାସଲ କଲେ ସେମାନଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷରେ ରାକ୍ଷୀ ବନ୍ଧନ ସହ ମିଷ୍ଟାନ୍ନ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କାରାଗାରର ସମସ୍ତ କର୍ମଚାରୀ , ଅ6ନ୍ତବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଶେଷରେ ସମ୍ପାଦିକା ତନୁଜା ଶତପଥୀ ଧନ୍ୟବାଦ ପ୍ରଦାନ କରିଥିଲେ।

0
0
0
s2sdefault