ହେଡଲାଇନସ୍:

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପବିତ୍ର ରକ୍ଷାବନ୍ଧନ କାର୍ଯ୍ୟକ୍ରମ

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପବିତ୍ର ରକ୍ଷାବନ୍ଧନ କାର୍ଯ୍ୟକ୍ରମ ବହୁ ଆନନ୍ଦର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଛାତ୍ରଛାତ୍ରୀ ମାନେ ପରସ୍ପରକୁ ରକ୍ଷାସୂତ୍ରର ପ୍ରତୀକ ରାକ୍ଷୀ ବାନ୍ଧି ସମସ୍ତଙ୍କର ଶୁଭକାମନା ମନାସିଛନ୍ତି । କାର୍ଯ୍ୟକ୍ରମର ଶେଷରେ ଛାତ୍ରଛାତ୍ରୀ ମାନେ ସହରରେ ଥିବା ସରକାରୀ କାର୍ଯ୍ୟାଳୟ , ବିଶିଷ୍ଟ ବ୍ୟକ୍ତି , ଶୁଭେତ୍ସୁ , ବିଭିନ୍ନ ବସ୍ତି ଯଥା ସୁବାସ ନଗର , ମେଦିରି ସାହି , କଣ୍ଡରା ସାହି , ଶ୍ରୀ ଜଗନ୍ନାଥ ନିକେତନ , ନବଜୀବନ ଅନାଥ ଆଶ୍ରମ ପ୍ରଭୃତି ସ୍ଥାନକୁ ଯାଇ ରାକ୍ଷୀ ବାନ୍ଧିଥିଲେ। ବିଦ୍ୟାଳୟର ନବଗଠିତ ମାତୃଭାରତୀର ମହିଳା ସଦସ୍ୟା ମାନେ ଉପକାରାଗାରର ସମସ୍ତ ଅନ୍ତେବାସୀ ମାନଙ୍କୁ , ଆଦର୍ଶ ଥାନା ର କର୍ମଚାରୀ ମାନଙ୍କୁ ଏବଂ ମୁଖ୍ୟ ଚିକିତ୍ସାଳୟର କର୍ମଚାରୀ ମାନଙ୍କୁ ରାକ୍ଷୀ ବାନ୍ଧି ଥିଲେ।
ଏଇ କାର୍ଯ୍ୟକ୍ରମ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସରୋଜ କୁମାର ପଣ୍ଡା , ସହ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସନ୍ତୋଷ କୁମାର ପାଢ଼ୀ ଓ ସମସ୍ତ ଗୁରୁଜୀ ଗୁରୁମା ତଥା ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ପରିଚାଳିତ ହୋଇଥିଲା।

0
0
0
s2sdefault