ହେଡଲାଇନସ୍:

ବାସୁଦେବପୁରରେ ଯୁଗ୍ମ ଜନ ଶୁଣାଣି ସହ ବିଭିନ୍ନ କାର୍ଯ୍ୟ କର୍ମ ଶୁଭ ଉଦ୍ଘାଟନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାସୁଦେବପୁର - ସୋମବାର ବାସୁଦେବପୁର ରେ ବିଭିନ୍ନ କାର୍ଯ୍ୟ କର୍ମ ଆୟୋଜିତ ହୋଇ ଯାଇଛି। ବାସୁଦେବପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସର ରେ ଯୁଗ୍ମ ଜନ ଶୁଣାଣି ଶିବିର ଆୟୋଜନ ହୋଇଛି। ଏଥିରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ସହ ବିଭିନ୍ନ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ରହି ବିଭିନ୍ନ ଅଭିଯୋଗ ର ଶୁଣାଣି କରିଥିଲେ। ବିଡିଓ ସତ୍ୟ ଜିତ ରାଉତ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ଵାଳ ମଧ୍ୟ ଉପସ୍ଥିତ ଥିଲେ। ସେହିପରି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପାଖରେ ମିଶନ ଶକ୍ତି କାଫେ କୁ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦୋର, ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଠ ପାଲି, ବିଡିଓ ସତ୍ୟ ଜିତ ରାଉତ, ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ଵାଳ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ରହି ଥିଲେ। ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ନୂତନ ଭତ୍ତା ଓ ମୋ ଘର ଯୋଜନା ରେ  ହିତାଧିକାରୀ ଙ୍କୁ ତାଙ୍କର ପ୍ରାପ୍ୟ ପ୍ରଦାନ କରାଯାଇଛି।ସେହିପରି ସାଂସଦ ମଞ୍ଜୁଲତା ମଣ୍ଡଳ ଙ୍କ ଉନ୍ନୟନ ପାଣ୍ଠି ରୁ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଏକ ମହାପ୍ରୟାଣ ଗାଡ଼ି ର ଶୁଭ ଉଦ୍ ଘାଟନ ହୋଇ ଯାଇଛି। ସେହିପରି ଶବ ବ୍ୟବଚ୍ଛେଦ କେନ୍ଦ୍ର ର ମଧ୍ୟ ମାନନୀୟ। ସାଂସଦ ଓ ବିଧାୟକ ଙ୍କ ସହ ପୌର ଅଧ୍ୟକ୍ଷା ନିବେଦିତା ବେହେରା, ପୂର୍ବତନ ବିଧାୟକ ଧାମନଗର ଶ୍ରୀଯୁକ୍ତ ମୁକ୍ତି କାନ୍ତ ମଣ୍ଡଳ ଙ୍କ ଦ୍ଵାରା ଶୁଭ ଉଦ୍ ଘାଟନ ହୋଇ ଯାଇଛି। ସେହିପରି ସାଂସଦ ଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠି ରୁ ଉଜ୍ଜଳ ଆଲୋକି କରଣ ବିରସ ଗ୍ରାମ ପଞ୍ଚାୟତ, ବିଦେଇପୂର୍ ବଜାର, ନାୟକାନଦିହ ବଜାର ରେ ମଧ୍ୟ ଶୁଭ ଉଦ୍ ଘାଟନ ହେବାର କାର୍ଯ୍ୟ କର୍ମ ଅଛି।

0
0
0
s2sdefault