ହେଡଲାଇନସ୍:

ମିଶନ ଶକ୍ତି କେଫେ ର ଶୁଭାରମ୍ଭ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ : - ମିଶନ ଶକ୍ତି ବିଭାଗ ର ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ରେ ମହିଳା ମାନଙ୍କୁ ସମ୍ମାନର ସହିତ ଆତ୍ମ ନିର୍ଭର କରିବା ପାଇଁ ରାଜ୍ୟ ସରକାର ଅନେଜ ଯୋଜନା ପ୍ରସ୍ତୁତ କରି କାର୍ଯକାରୀ କରୁଛନ୍ତି । ମାଁ ମାନଙ୍କ ଆର୍ଥିକ ବିକାଶ ପାଇଁ ସୁଧ ମୁକ୍ତ ଋଣ ସହିତ ଅନେକ ପ୍ରକାର ତାଲିମ ମଧ୍ୟ ପ୍ରଦାନ କରୁଛନ୍ତି ସର୍ଜର । ବର୍ତ୍ତମାନ ମିଶନ ଶକ୍ତି ମାଧ୍ୟମରେ ବିଭିନ୍ନ ସ୍ଥାନରେ କେଫେ , ହୋଟେଲ ଆଦି ବ୍ୟବସାୟ ରେ ମାଁ ମାନେ ସିଧାସଳଖ ଯୋଡି ହେଲେଣି । ଏହି କ୍ରମରେ ଆଜି ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅଫିସ ସମ୍ମୁଖରେ ପାଇକମାଲ ବ୍ଲକ ସ୍ତରୀୟ ସାଧନା ମହାସଙ୍ଘ ର କେଫେ କୁ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିଲେ । କେଫେ ସମ୍ମୁଖରେ ପ୍ରଥମେ ଦୀପ ପ୍ରଜ୍ବଳନ କରାଯାଇ ମୁଖ୍ୟ ଅତିଥି ମାନ୍ୟବର ବିଧାୟିକା , ସମ୍ନାନିତ ଅତିଥି ପାଇକମାଲ ପାଞ୍ଚାୟତ ସମିତି ର ଅଧ୍ୟକ୍ଷା ଶ୍ରୀମତୀ ଭାବନା ସିଂ , ବିଡ଼ିଓ ଶ୍ରୀ ସୁରେନ୍ଦ୍ର ନାଥ ସାହୁ , ଉପାଧ୍ୟକ୍ଷ ଶ୍ରୀ ସଂଜୀବ ବରିହା ଙ୍କର ଦ୍ୱାରା ପୂଜାପାଠ କରାଯାଇ କେଫେର ଶୁଭାରମ୍ଭ କରାଯାଇଥିଲା । ଏହି କେଫେ ରେ ବର୍ତ୍ତମାନ କେବଳ ମଧ୍ୟାହ୍ନ ରେ ଭୋଜନ ର ବ୍ୟବସ୍ଥା ରହିଛି । ପରବର୍ତ୍ତୀ ପର୍ଯ୍ୟାୟରେ ଜଳଖିଆ ମଧ୍ୟ ପ୍ରସୂତ ହେବ ବୋଲି ସୂଚନା ରହିଛି । ସାଧନା ବ୍ଲକ ସ୍ତରୀୟ ମହାସଂଘ ଦ୍ଵାରା ପରିଚାଳିତ ହେବାକୁ ଥିବା ଏହି କେଫେ ଦ୍ୱାରା ଲୋକଙ୍କୁ ଉତ୍ତମ , ସୁସ୍ୱାଦୁ ଓ ପୃଷ୍ଟିକର ଖାଦ୍ୟ ପରିବେଷଣ କରାଯିବ ବୋଲି ମହାସଙ୍ଘ ର ସଭାପତି ଜାହ୍ନବୀ ପଟ୍ଟନାୟକ , ହେମଳତା ସାହୁ( ସମ୍ପାଦକ)ଲାବଣ୍ୟବତୀ ସାହୁ ( କୋଷାଧ୍ୟକ୍ଷ)ପ୍ରମୁଖ ସୂଚନା ପ୍ରଦାନ କରିଥିବା ବେଳେ , ଆଜିକାର ଏହି ଉଦଘାଟନ ସମୟରେ ମହାସଙ୍ଘ ର ବଉଳ ସାହୁ , ନୂଆଡେଇ ରଣା କମଳିନୀ ଧାରୁଆ , ସାବିତ୍ରୀ ବିଶି , ଓଦିଆ , ମିନା ବାରିକ , ଯଜ୍ଞଶେଣୀ କଲେତ , ଲୀଳା ବତୀ ମହନନ୍ଦ ଙ୍କର ସମେତ ମିଶନ ଶକ୍ତି ର ଅନେକ କର୍ମକର୍ତ୍ତା ଅଧିକାରୀ ଓ ପାଇକମାଲ ଅଞ୍ଚଳ ର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ତୁତ ଥିଲେ ।

0
0
0
s2sdefault