ହେଡଲାଇନସ୍:

ସାନ ଭାଇ କୁ ଘରୋଇ କଳହରୁ ମରଣାନ୍ତକ ଆକ୍ରମଣ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ବଡ଼ ଭାଇ ଗିରଫ,କୁରାଢ଼ୀ ଭୁଜାଲି ଜବତ l


ଝାରବନ୍ଧ -ମନୋହର ଦାଶ-ଘରୋଇ କଲହ ରୁ ମାରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ପୋଲିସ ବଡ଼ ଭାଇ କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଏଥି ସହିତ ଆକ୍ରମଣ ରେ ବ୍ୟବହୃତ ଏକ କୁରାଢ଼ୀ, ଭୁଜାଲି ତା ନିକଟ ରୁ ଜବତ କରାଯାଇଛି l ଗିରଫ ଅଭିଯୁକ୍ତ ଜଗଦଳପୁର ଥାନା ନିକଟସ୍ତ ପୁଟକା ଗ୍ରାମ ର ଜୟସିଂ ମାଛ ମିଳିଥିବା ସୂଚନା ମୁତାବକ ଅଭିଯୁକ୍ତ ର ସାନ ଭାଇ କିସାନ ମାଛ ଏକୁଟିଆ ଥିବାର ସୁଯୋଗ ନେଇ କୁରାଢ଼ୀ ରେ ତାଙ୍କ ପିଠି ରେ ଆଘାତ କରିଥିବା ବେଳେ ସେ ତଳେ ପଡି ଯାଇଥିଲେ ଏହା ପରେ ଅଭିଯୁକ୍ତ ଜୟସିଂ ତାଙ୍କ ମୁଣ୍ଡ କୁ ମଧ୍ୟ୍ୟ ଆଘାତ କରିଥିଲା l ସାନ ଭାଇ କିସାନ ର ଚିତ୍କାର ଶୁଣି ଅନ୍ୟମାନେ ଆସିଯିବା ରୁ  ସେ ସେଠାରୁ ପଳାଇ ଯାଇଥିଲା ଆହତ କୁ ଚିକିତ୍ସା ପାଇଁ ପଦ୍ମପୁର ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠା ଯାଇଥିଲା l କିସାନ ମାଛ ଙ୍କ ସ୍ତ୍ରୀ ଶ୍ରୀମତୀ ସରିତା ମାଛ ଙ୍କ ଅଭିଯୋଗ ଆଧାର ରେ ଜଗଦଳପୁର ଥାନା ରେ କେସ ନଂ 91/2023 IPC 506,307 ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ କୁ  ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ଜଗଦଳପୁର ଥାନାଆଇଆଇ ସି ସୁଷମା କୁଅଁର ସୂଚନା ଦେଇଛନ୍ତି l

0
0
0
s2sdefault