ସାରସ କଣାରୁ ଦିପୁ ମହାପାତ୍ର :ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ ଙ୍କ ଓଭର୍ଶାଇଟ କତୃପକ୍ଷ ପୁର୍ବ ତନ ଜଷ୍ଟିସ ଏ. କେ ପଟ୍ଟନାୟକ ଙ୍କ ଚାରି ଦିନିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ ର ଆଜି ଦ୍ୱିତୀୟ ଦିନରେ ସରସକଣା ବ୍ଲକ ଗସ୍ତ କରିଥିଲେ l ପ୍ରଥମେ ଝାଡବେଡା ସ୍ଥିତ ନିନି ମହାନ୍ତ ଙ୍କ କୃଷି କ୍ଷେତ୍ର ପୋଖରୀ ପରିଦର୍ଶନ କରି ସମୀକ୍ଷା କରିଥିଲେ ପରେ ଘିଅଯୋଡି ଗ୍ରାମରେ ଥିବା ଜଙ୍ଗଲ ବିଭାଗର ମେଗା ନର୍ସରୀ ପରିଦର୍ଶନ କରିଥିଲେ l ombadc ରୁ ଏକ କୋଟି ତେଆଲିଶ ଲକ୍ଷ୍ୟ ଟଙ୍କା ମଞ୍ଜୁର ହେଉଥିବା ଅର୍ଥ କୁ ତୁରନ୍ତ ବିନିଯୋଗ କରି ସମ୍ପୃକ୍ତ ପ୍ରକଳ୍ପ କାର୍ଯ୍ୟ ତୁରନ୍ତ ସାରିବା ପାଇଁ ପରାମର୍ଶ ଦେଇଥିଲେ l ଏହା ପରେ ଜିଲ୍ଲା ରେ ombadc ତରଫରୁ ଚାଲିଥିବା ବିଭିନ୍ନ ପ୍ରକଳ୍ପ ର ସମୀକ୍ଷା କରିବାର କର୍ଯ୍ୟକ୍ରମ ରହିଛି lସାଥିରେ ଜିଲ୍ଲାପାଳ ଜିଲ୍ଲା ବନ ଅଧିକାରୀ ଓ ସମସ୍ତ ଜିଲ୍ଲା ଅଧିକାରୀ ମଧ୍ୟ ସାଥୀ ରେ ଥିଲେ |









