ହେଡଲାଇନସ୍:

ପୂର୍ତ ବିଭାଗର ଦାୟିତ୍ୱହୀନତା ପାଇଁ ଆଦର୍ଶ ବିଦ୍ୟାଳୟର ଛାତ୍ରବାସ ଶିଳାନ୍ୟାସ ରେ ବ୍ୟାପକ ଅବ୍ୟବସ୍ଥା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱର ପଂଚାୟତ କୁଳଗାଁଇଶାଳୋ ପଡ଼ିଆରେ ନିର୍ମାଣ କରାଯାଉଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନିକଟରେ ଏକ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରବାସକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ଯୋଗେ ଶୁଭ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଥିଲା । ଏହି କାର୍ଯ୍ୟକ୍ରମର ଦାୟିତ୍ୱ ପୂର୍ତ ବିଭାଗ ଉପରେ ରହିଥିଲା ବେଳେ ଶିଳାନ୍ୟାସ ସ୍ଥାନରେ ବ୍ୟାପକ ଅବ୍ୟବସ୍ଥା ପରିଲକ୍ଷିତ ହୋଇଥିଲା । ରାଜ୍ୟରେ ମୋଟ ୧୧୭ ଟି ଛାତ୍ରବାସ କୁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲା ବେଳେ ନିଶ୍ଚିନ୍ତକୋଇଲି ବ୍ଲକରେ ମଧ୍ୟ ଅବ୍ୟବସ୍ଥିତ ଭାବେ ଶିଳାନ୍ୟାସ ହୋଇଛି । ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ସ୍ଥାନୀୟ ଜନପ୍ରତିନିଧି ଏବଂ ଲୋକମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ଦେଖିବା କଥା । ହେଲେ ସାଲେପୁର ପୂର୍ତ ବିଭାଗର ମନମୁଖୀ ଓ ଦାୟିତ୍ୱହୀନତା କାର୍ଯ୍ୟ ପାଇଁ ସ୍ୱୟଂ ସହାୟକ ଗୋÂୀର ଶହ ଶହ ମହିଳା , ଜନସାଧାରଣ ଓ ଜନପ୍ରତିନିଧି ଉପସ୍ଥିତ ହୋଇଥିଲେ ମଧ୍ୟ କାର୍ଯ୍ୟକ୍ରମ ଦେଖିବା ପାଇଁ ଏଲଇଡ଼ି ର ବ୍ୟବସ୍ଥା ନଥିବାରୁ ଲୋକମାନେ ହତାଶ ହୋଇ ଫେରିଯାଇଥିଲେ । ପୂର୍ତ ବିଭାଗ ପକ୍ଷରୁ କେବଳ ଫଳକଟିଏ ତିଆରି କରିବାର ବ୍ୟବସ୍ଥା କରିଦେଇ ଶିଳାନ୍ୟାସ ସ୍ତରରେ ବିଭାଗୀୟ ଯନ୍ତ୍ରୀ ଓ କର୍ମଚାରୀମାନେ କେହିନଥିବାର ଦେଖିବାକୁ ମିଳିଥିଲା । ଏଭଳି ସ୍ଥିତିରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗିରିଶରଂଜନ ମହାପାତ୍ର ଙ୍କ ନେତୃତ୍ୱରେ ପୂର୍ବତନ ସରପଂଚ ମହେଶ୍ୱର ବାରିକ, ସରପଂଚଙ୍କ ପ୍ରତିନିଧି ଅଜିତ ନାୟକ, ପ୍ରାକ୍ତନ ଜିଲ୍ଲାପରିଷଦ ପ୍ରତିନିଧି ବ୍ରଜମୋହନ ପଣ୍ଡାଙ୍କ ସମେତ କେତେକ ମହିଳା ଏହି ଫଳକ ନିକଟରେ ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ଉପସ୍ଥିତ ରହିଥିଲେ । ପୂର୍ତ ବିଭାଗର ତ୍ରୁଟି ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଭର୍ଚୁଆଲ ମାଧ୍ୟମରେ ଶିଳାନ୍ୟାସ କାର୍ଯ୍ୟକ୍ରମ କୁ ଗୁରୁତ୍ୱ ଦିଆଯାଇନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା ବେଳେ ଏହା ମୁଖ୍ୟମନ୍ତ୍ରୀଙ୍କ ପାଇଁ ବହୁ ଅବହେଳା ହୋଇଥିବା ସାଧାରଣରେ ଚର୍ଚ୍ଚା ହୋଇଛି । ଏହାର ଏକ ବିଧିବଦ୍ଧ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଦାବି ହୋଇଛି ।

 

0
0
0
s2sdefault