(ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ)- ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ନିର୍ଦେଶ କ୍ରମେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳର 27 ଗୋଟି ପଞ୍ଚାୟତର 900 ରୁ ଉର୍ଧ୍ଵ ଯୋଗ୍ୟ ହିତାଧିକାରୀ ଙ୍କୁ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି l କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ମିଳିତ ଉଦ୍ୟମ କ୍ରମେ ବହୁ ଦିନର ଅପେକ୍ଷା ସଫଳ ହୋଇପାରିଛି l ଏହି ଅବସରରେ ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଏକ ପି. ଏମ.ଏ. ୱାଇ.(ଜି) ଏବଂ କାର୍ଯ୍ୟାଦେଶ ସମ୍ବନ୍ଧୀୟ ନୂତନ ନିୟମାବଳୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ବିଧାୟକ ପ୍ରତାପ ଜେନା ଯୋଗଦାନ କରିବାକୁ ଥିଲେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ରହିଥିବାରୁ ଯୋଗଦାନ କରିପାରିନଥିଲେ l ଏହି ଶିବିରରେ ବ୍ଲକ ଉନ୍ନୟନ ଅଧିକାରୀ ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓ, ବ୍ଲକ ଅଧକ୍ଷା ରୋଜି ସେଠୀ, ଉପାଧକ୍ଷ ଅଶୋକ କୁମାର ଓଝା, ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ଜୋନ ସଭାପତି ଜ୍ୟୋତିରଞ୍ଜନ ସ୍ୱାଇଁ, ଜିପିଓ ଜନ୍ମେଜୟ ରାଉତ, ସହକାରୀ ଯନ୍ତ୍ରୀ ସତ୍ୟରଞ୍ଜନ ପଣ୍ଡା, ଜିଲ୍ଲାପରିଷଦ ଭୂପତିଭୁଷଣ ଷଣ୍ଡ, ବିପ୍ଳବ କାପ, ଜସ୍ମିତା ସେଠୀ, ଯୁବନେତା ପ୍ରମୋଦ ସ୍ୱାଇଁ, ଜ୍ଞାନରଞ୍ଜନ ରାଉତ, ବିନୋଦ ସାମଲ, ସରପଞ୍ଚ, ସମିତିସଭ୍ୟ ଙ୍କ ସମେତ ବହୁ ବିଶିଷ୍ଟ ଅତିଥିବୃନ୍ଦ ଯୋଗଦାନ କରିଥିଲେ l ଏହି ଶିବିରରେ ସମସ୍ତ ଯୋଗ୍ୟ ହିତାଧିକାରୀ ମାନେ ଯୋଗଦାନ କରି କାର୍ଯ୍ୟାଦେଶ ଗ୍ରହଣ କରିବା ସହିତ କିଭଳି ଭାବେ ଗୃହ ନିର୍ମାଣ କରିବେ, କିଭଳି ଭାବେ ଟଙ୍କା ପାଇବେ ଏ ନେଇ ବିଶେଷ ଭାବେ ସଚେତନତା ଶିବିରରେ ସକ୍ରିୟ ଭାବେ ଯୋଗଦାନ କରି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ୱଚ୍ଛ, ନିର୍ମଳ ଶାସନରେ ଅନୁପ୍ରାଣିତ ବିଧାୟକ ପ୍ରତାପ ଜେନାଙ୍କ ଉଦ୍ୟମ କ୍ରମେ ମାହାଙ୍ଗାର ବିକାଶର ଧାରା ଲାଗିରହିଥିବା ହେତୁ ଯୋଗ୍ୟ ହିତାଧିକାରୀ ମାନେ କୃତଜ୍ଞତା ଜ୍ଞାପନ କରିଥିଲେ l
ରାଜ୍ୟ
ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ନିର୍ଦେଶ କ୍ରମେ 900 ରୁ ଉର୍ଧ୍ଵ ହିତାଧିକାରୀ ଙ୍କୁ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପ୍ରଦାନ : ଖୁବ ଶ୍ରୀଘ ଗୃହ କାର୍ଯ୍ୟ ସାରିବାକୁ ନିର୍ଦେଶ l
- Hits: 387








