ପୁରୀ (ଅନିମେଶ ପଟ୍ଟନାୟକ): ଗୁଣ୍ଡିଚାଘର ସମ୍ମୁଖରେ ତିନି ରଥ । ବଡ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କ ସହ ଜଗତର ନାଥ ଜଗନ୍ନାଥଙ୍କୁ ଦର୍ଶନ କରୁଛନ୍ତି ଲକ୍ଷ ଲକ୍ଷ ଭକ୍ତ। ଆସନ୍ତାକାଲି ଆଡ଼ପ ବିଜେ କରିବେ ଚତୁର୍ଦ୍ଧାବିଗ୍ରହ ।
ଗତକାଲିଠାରୁ ବାଟରେ ଅଟକିଥିବା ମାଆ ସୁଭଦ୍ରା ଓ ପ୍ରଭୁ ଜଗନ୍ନାଥ ଏବେ ବଡ ଭାଇ ବଡ ଠାକୁରଙ୍କ ସହ ଶରଧାବାଲିରେ । ରଥଟଣା ଆରମ୍ଭରୁ ସହଳ ସହଳ ଗୁଣ୍ଡିଚାଘର ଅଭିମୁଖେ ଆଗେଇ ଚାଲିଥିଲେ ମହାପ୍ରଭୁ ଓ ମାଆ ସୁଭଦ୍ରା । ତିନି ବିଶ୍ୱ ନିଅନ୍ତା ଏବେ ଗୁଣ୍ଡିଚା ରାଣୀ ମନ୍ଦିର ଆଗରେ ଦଣ୍ଡାୟମାନ । ଖରା ଗୁଳୁଗୁଳି ଭିଷଣ ହେଉଥିବା ସତ୍ୱେ ଲକ୍ଷ ଲକ୍ଷ ମହାପ୍ରଭୁଙ୍କୁ ରଥ ଉପରେ ଦର୍ଶନ କରି କୋଟି ପୁଣ୍ୟର ପ୍ରାପ୍ତି କରୁଛନ୍ତି । କୁହାଯାଏ ଯେ, ବର୍ଷ ଯାକ ଦର୍ଶନ କରି ପୁଣ୍ୟ କରିବା ଯାହା ରଥ ଉପରେ ମହାପ୍ରଭୁଙ୍କୁ ଦର୍ଶନ କରିଲେ ସେତିକି ପୁଣ୍ୟ ମିଳିଥାଏ ।
ସେପଟେ ଆସନ୍ତାକାଲି ଚତୁର୍ଦ୍ଧାବିଗ୍ରହଙ୍କୁ ଆଡ଼ପ ମଣ୍ଡପ ବିଜେ କରାଯିବ । ରଥ ଶରଧାବାଲିରେ ପହଞ୍ଚିବା ପର ଦିନ ଆଡ଼ପ ମଣ୍ଡପକୁ ବିଜେ କରିଥାନ୍ତି ତିନି ଠାକୁର । ତେଣୁ ଆସନ୍ତାକାଲି ଅପରାହ୍ନ ୪ଟାରେ ବିଜେ କରିବାକୁ ସମୟ ଧାର୍ଯ୍ଯ କରାଯାଇଛି । ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପକୁ ନିଆଯିବ ଚତୁର୍ଦ୍ଧାବିଗ୍ରହଙ୍କୁ ।








