ପୂରଣ ହେବାକୁ ଯାଉଛି ଝାରବନ୍ଧ ବାସୀ ଙ୍କର ବହୁ ପ୍ରତୀକ୍ଷିତ ଦାବି
ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝାରବନ୍ଧ ବ୍ଲକ ରେ ରହିଛି ଏକ ବିରାଟ ଜଳାଶୟ ( ପୋଖରୀ ) । ପ୍ରାୟ 25 ଏକଡ଼ ରେ ରହିଥିବା ଏହି ଜଳାଶୟ ଉପରେ ପୁରା ଝାରବନ୍ଧ ଗ୍ରାମ ନିର୍ଭର କରିଥାଏ । ଗତ କିଛି ବର୍ଷ ହେବ ପଙ୍କ ଓ ଅନ୍ୟାନ୍ୟ କାରଣରୁ ଏହି ଜଳାଶୟ ବ୍ୟବହାର ଅନୁପଯୋଗୀ ହୋଇ ପଡ଼ିଥିଲା । ଯାହା ଫଳରେ ଅଞ୍ଚଳ ବାସୀଙ୍କର ଗାଧୋଇବା ରେ ଅନେକ ସମସ୍ୟା ଦେଖା ଦେଉଥିଲା । ଗତ ଉପନିର୍ବାଚନ ସମୟରେ ଏହି ପୋଖରୀ ପୁନରୁଦ୍ଧାର ପାଇଁ ଅଂଚଳ ବାସୀଙ୍କର ତରଫରୁ ଦାବି କରାଯାଇଥିଲା । ବିଜୁ ଜନତା ଦଳର ଦଳୀୟ ପ୍ରାର୍ଥୀ , ବର୍ତ୍ତମାନ ର ବିଧାୟିକା ବର୍ଷା ସିଂ ବରିହା , ଦଳୀୟ ନେତୃ ମଣ୍ଡଳୀ ଝାରବନ୍ଧ ଅଞ୍ଚଳ ବାସୀଙ୍କ ଦାବିରେ ଯଥାର୍ଥତା କୁ ହୃଦୟଙ୍ଗମ କରି ପ୍ରତିଶ୍ରୁତି ଦେଇଥିଲେ ଯେ ଉପନିର୍ବାଚନ ପରେ ଏହି ପୋଖରୀର ପୁନରୁଦ୍ଧାର କାର୍ୟ୍ଯ କରାଯିବ । ଉପନିର୍ବାଚନ ପରେ ସମସ୍ତ ପ୍ରକାର ଆବଶ୍ୟକୀୟ କାର୍ୟ୍ଯ ସରିବା ପରେ ଓ ଆବଶ୍ୟକୀୟ ଅର୍ଥ ମଂଜୁର ହେବା ପରେ ଆଜି ପବିତ୍ର ରଥଯାତ୍ରା ର ଶୁଭ ଅବସରରେ ବିଧାୟିକା ବର୍ଷା ସିଂ ବରିହା , ଝରବନ୍ଧ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଲିପ୍ସା ପ୍ରଧାନ ଓ ଅଞ୍ଚଳର ଶତାଧିକ ଶହେରୁ ଉର୍ଦ୍ଧ୍ବ ମହିଳା ଓ ଅନେକେ ସଂଖ୍ୟାରେ ଅଞ୍ଚଳ ବାସୀ , ସମ୍ପୂର୍ଣ୍ଣ ବିଧି ବିଧାନ ର ସହିତ ପୂଜାପାଠ କରି ପୋଖରୀ ର ପୁନରୁଦ୍ଧାର କାର୍ୟ୍ଯ ର ଶୁଭାରମ୍ଭ କରିଥିଲେ ।
ଏହି ପୁନରୁଦ୍ଧାର କାର୍ୟ୍ଯ ସମ୍ପନ୍ନ ହେବା ପରେ ପୁଣି ଏହି ପୋଖରୀ ପୂର୍ବଭଳି ଲୋକଙ୍କ କାମରେ ଲାଗି ପାରିବ । ତିନି ଗୋଟି ପର୍ଯୟରେ ସି ଜି ଏଫ ଫଣ୍ଡ ରୁ ପ୍ରାୟ 24 ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ହେବାକୁ ଥିବା ଏହି କାର୍ଯର ଆଜି ଶୁଭାରମ୍ଭ ପରେ ଝାରବନ୍ଧ ଅଞ୍ଚଳ ବାସୀ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ବିଧାୟିକା ବର୍ଷା ସିଂ ବରିହା ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।











