ହେଡଲାଇନସ୍:

ନୟାଗଡ଼ରେ ଦୁଇଦିନ ରଥଯାତ୍ରା: ଆନନ୍ଦଉଲ୍ଲାସରେ ପାଳିଲେ ଜିଲ୍ଲାବାସୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ସହରରେ ବଡ଼ ଧୁମଧାମ ଏବଂ ଆନନ୍ଦ ଉଲ୍ଲାସର ସହିତ ଶ୍ରୀଗୁଣ୍ଡିଚା ଯାତ୍ରା ଶେଷ ହୋଇଛି। ଏଠାରେ ରଥଯାତ୍ରା ଦୁଇଦିନ ଧରି ଚାଲିଥାଏ। ରଥଯାତ୍ରା ଦିନ ସକାଳ ୯.୦୦ରେ ରଥ ପ୍ରତିଷ୍ଠା କାର୍ଯ୍ୟ ସମାପନ୍ନ ହୋଇଥିଲା । ଦିନ ୧୦.୩୦ ସମୟରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କର ପହଣ୍ଡି ବିଜେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଦିନ ୨ ଟା ବେଳେ ରାଜା ରାମେଶ୍ବର ପ୍ରସାଦ ସିଂ ୩ ରଥର ଛେରାପହଁରା କାର୍ଯ୍ୟ ସମାପନ୍ନ କରିଥିଲେ । ନିତି ନିୟମ ଅନୁସାରେ ସମସ୍ତ କାର୍ଯ୍ୟ ସଠିକ ଭାବରେ ସମ୍ପନ୍ନ ହୋଇଥିଲା।ପ୍ରଥମ ଦିନରେ ବଳଦେବ ଜୀଉଙ୍କର ତାଳଧ୍ଵଜ ରଥଟଣା ହୋଇ ଶ୍ରୀ ଗୁଣ୍ଡିଚା ମଣ୍ଡପ ଠାରେ ପହଞ୍ଚି ଥିଲା । ସେହିପରି ଦେବୀ ଶୁଭଦ୍ରାଙ୍କର ଦର୍ପଦଳନ ରଥ ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ହୋଇ ବଡ଼ଦାଣ୍ଡର ମଝିରେ ରହି ତା ପରଦିନ ଟଣା ହୋଇଥିଲା। ଦ୍ୱିତୀୟ ଦିନ ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ରଥ ଓ ଜଗନ୍ନାଥଙ୍କର ନନ୍ଦିଘୋଷ ରଥ ଟଣାଯାଇ ସୂର୍ଯ୍ୟାସ୍ତ ପୂର୍ବରୁ ଗୁଣ୍ଡିଚା ମନ୍ଦିର ଠାରେ ପହଁଞ୍ଚିଥିଲା । ରାତ୍ର ୯ ଘଟିକା ସମୟରେ ତିନି ଠାକୁରଙ୍କୁ ଗୋଟି ପହଣ୍ଡି କରାଯାଇ ଶ୍ରୀ ଗୁଣ୍ଡିଚା ମନ୍ଦିରକୁ ନିଆଯାଇଥିଲା ।

ନୟାଗଡ଼ ଜିଲ୍ଲା ସୁଚନା ଲୋକ ସମ୍ପର୍କ ବିଭାଗ ଏବଂ ଦେବୋତ୍ତର ବିଭାଗ ତରଫରୁ ରଥଯାତ୍ରାର ଧାରା ବିବରଣୀ ପ୍ରଦାନ କରାଯାଇଥିଲା । ଉପ ଜିଲ୍ଲାପାଳ ଶକ୍ତିକାନ୍ତ ରାୟ ଉଦଘୋଷକ ମାନଙ୍କୁ ଉପଢୌକନ ସହ ସମ୍ବର୍ଦ୍ଧିତ କରିଥିଲେ । ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ ଓ ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ ପ୍ରମୁଖ ଭକ୍ତଙ୍କ ଗହଣରେ ରଥ ଟାଣୁଥିବାର ଦେଖିବାକୁ ମିଳିଥିଲା ।

0
0
0
s2sdefault