ହେଡଲାଇନସ୍:

ଏକାଦଶ ଶ୍ରେଣୀ ପାଇଁ SAMS ପୋର୍ଟାଲ ଜରିଆରେ ଆବେଦନ ଅବଧି ବୃଦ୍ଧି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ଏକାଦଶ ଶ୍ରେଣୀ ପାଇଁ SAMS ପୋର୍ଟାଲ ଜରିଆରେ ଆବେଦନ ତାରିଖକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜୁନ୍ ୨୦ ତାରିଖ ପରିବର୍ତ୍ତେ ଜୁନ୍ ୨୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପ୍ରଥମ ମେଧା ତାଲିକା ଜୁଲାଇ ୨ ତାରିଖ ଦିନ ପ୍ରକାଶ ପାଇବ।ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଅଭିଭାବକ, ଅଧ୍ୟକ୍ଷ ଏବଂ ଛାତ୍ରଛାତ୍ରୀମାନଙ୍କର ଅନୁରୋଧ ଅନୁଯାୟୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏକାଦଶ ଶ୍ରେଣୀ ପାଇଁ ସାମସ୍ (SAMS) ପୋର୍ଟାଲ (www.samsodisha.gov.in) ଜରିଆରେ ଆବେଦନ ତାରିଖକୁ ୨୦/୦୬/୨୦୨୩ ପରିବର୍ତ୍ତେ ୨୬/୦୬/୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତିା ଏହି ପରିବର୍ତ୍ତିତ ସୂଚୀ ଅନୁଯାୟୀ ପ୍ରଥମ ମେଧା ତାଲିକା ୦୨/୦୭/୨୦୨୩ ଦିନ ପ୍ରକାଶ ପାଇବା ପ୍ରଥମ ପର୍ଯ୍ୟାୟ ଆଡ୍ମିଶନ୍ ଯଥାକ୍ରମେ ୦୩/୦୭/୨୦୨୩ରୁ ଆରମ୍ଭ ହୋଇ ୦୮/୦୭/୨୦୨୩ ମଧ୍ୟରେ ସଂପାଦନ କରାଯିବା ଦ୍ୱିତୀୟ ମେଧା ତାଲିକା ୧୬/୦୭/୨୦୨୩ ପ୍ରକାଶ କରାଯିବା ସହିତ ଏହାର ଆଡ୍ମିଶନ୍ ପ୍ରକ୍ରିୟା ୧୯/୦୭/୨୦୨୩ ସୁଦ୍ଧା ସଂପାଦନ କରାଯିବା ସେହିପରି ଅନ୍ଲାଇନ୍ ସ୍ପଟ୍ ଚୟନ ଆଡ୍ମିଶନ୍ ପ୍ରକ୍ରିୟା ୧୭/୦୭/୨୦୨୩ରୁ ଆରମ୍ଭ କରାଯାଇ ୨୭/୦୭/୨୦୨୩ ସୁଦ୍ଧା ସଂପାଦନ କରାଯିବ |
ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ୨୯/୦୭/୨୦୨୩ରେ ଏକାଦଶ ଶ୍ରେଣୀର ପାଠପଢ଼ା ଆରମ୍ଭ କରାଯିବା ଅଦ୍ୟାବଧି ସାମସ୍ ପୋର୍ଟାଲ ଜରିଆରେ ୪,୪୫,୮୮୭ ଜଣ ଆବେଦନକାରୀ ଯୁକ୍ତ-୨ ପାଠ୍ୟକ୍ରମ ପାଇଁ ଆବେଦନ କରିଛନ୍ତି |

0
0
0
s2sdefault